Advertisment

ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼: ଗୁଜରାଟରୁ ୨ ଅଭିଯୁକ୍ତ ଗିରଫ

ଗୁଳିଚାଳନା କରିଥିବା ଅଭିଯୁକ୍ତ ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହୋଇଥିବା ସୂଚନା...

author-image
Debibandita Barick
ଅଦ୍ୟତନ ହୋଇଛି
Arrested Two Accused

Arrested Two Accused

ବଲିଉଡ ଷ୍ଟାର୍ ସଲମାନ ଖାନଙ୍କ ଘର ଉପରକୁ ଗୁଳି ମାଡ଼ ଘଟଣାର ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ। ଆଜି ମୁମ୍ବାଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

Advertisment

ଗିରଫ ଦ୍ୱୟ ହେଉଛନ୍ତି ବିକି ସାହାବ ଗୁପ୍ତା ଏବଂ ସାଗର ଶ୍ରୀଜୋଗେନ୍ଦର। ଏମାନଙ୍କ ଘର ବିହାରରେ। ଅଭିଯୁକ୍ତମାନେ ଗୁଜରାଟର ଏକ ମନ୍ଦିରରେ ଲୁଚିଥିବା ବେଳେ ପୁଲିସ ସର୍ଚ୍ଚ ଅପରେସନ କରି ସେମାନଙ୍କୁ ଗିରଫ କରିଛି।

ପ୍ରକାଶ ଥାଉ କି, ରବିବାର ସକାଳ ୫ଟା ସମୟରେ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ଉପରକୁ ଗୁଳିମାଡ଼ ହୋଇଥିଲା। ଦୁଇ ଜଣ ବାଇକରେ ଆସି ଅଚାନକ ସଲମାନଙ୍କ ଘର ଉପରକୁ ଗୁଳିଚାଳନା କରିଥିଲେ। ସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଶେଷରେ ଦୁଇ ଜଣଙ୍କୁ ଗିରଫ କରିଛି।

Advertisment

ସବୁଠୁ ବଡ଼ କଥା ହେଉଛି କି, ଏହି ଦୁଇ ଅଭିଯୁକ୍ତ ତିହାର ଜେଲରେ ଥିବା ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ପୁଲିସ ସୂତ୍ରରୁ ଜାଣିବାକୁ ପାଇଛି। ଗ୍ୟାଙ୍ଗ୍ ଷ୍ଟର୍ ଲୋରେନ୍ସ ବିଷ୍ଣୋଇ ଦୀର୍ଘଦିନ ହେବ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଆସୁଛି। ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। 

Salman Khan Salman Khan House Shooting Incident