Advertisment

ଫିଲ୍ମ ନିର୍ମାତାଙ୍କୁ ଇଡିର ସମନ, ସୁକେଶ ମାମଲାରେ ଫସିଲେ କରିମ ମୋରାନୀ

ଜଣେ ଭାରତୀୟ ଫିଲ୍ମ ନିର୍ମାତା ହେଉଛନ୍ତି କରିମ ମୋରାନୀ। ସେ ଶାହରୁଖ ଖାନ୍‌ଙ୍କ ‘ଚେନ୍ନାଇ ଏକ୍ସପ୍ରେସ୍‌’ ଓ ‘ରାୱାନ୍‌’ ଭଳି ଫିଲ୍ମ ନିର୍ମାଣ କରି ବେଶ୍ ଲୋକପ୍ରିୟତା ପାଇଛନ୍ତି।

author-image
Madhupriya Mistry
Karim Morani

Karim Morani

ମହାଠକ ସୁକେଶ ଚନ୍ଦ୍ରଶେଖର ମାମଲାରେ  ଫସିଲେ ଫିଲ୍ମ ନିର୍ମାତା। ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଫିଲ୍ମ ନିର୍ମାତା କରିମ ମୋରାନୀ ଫସିଛନ୍ତି। ତାଙ୍କୁ ଇଡି ସମନ ପଠାଇଛି। ସୁକେଶ ଜରିଆରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଉପହାର ଦେଇଥିବା ପ୍ରସଙ୍ଗରେ କରିମ ମୋରାନୀଙ୍କ ନାଁ ସାମ୍ନାକୁ ଆସିଛି । ଆସନ୍ତା ଦିନେରୁ ଦୁଇ ଦିନ ଭିତରେ ଇଡି ଅଫିସରେ ତାଙ୍କୁ ହାଜର ହେବାକୁ କୁହାଯାଇଛି।

Advertisment

ଜଣେ ଭାରତୀୟ ଫିଲ୍ମ ନିର୍ମାତା ହେଉଛନ୍ତି କରିମ ମୋରାନୀ। ସେ ଶାହରୁଖ ଖାନ୍‌ଙ୍କ ଅଭନୀତି ‘ଚେନ୍ନାଇ ଏକ୍ସପ୍ରେସ୍‌’ ଓ ‘ରାୱାନ୍‌’ ଭଳି ଫିଲ୍ମ ନିର୍ମାଣ କରି ବେଶ୍ ଲୋକପ୍ରିୟତା ପାଇଛନ୍ତି। ତେବେ କରିମଙ୍କ ନାଁ ପୂର୍ବରୁ ମଧ୍ୟ ବିବାଦ ଘେରକୁ ଆସିଛି। ଟୁ-ଜି ସ୍ପେକ୍ଟ୍ରମ ମାମଲାରେ ତାଙ୍କ ନାଁ ସାମ୍ନାକୁ ଆସିଥିଲା। କେବଳ ସେତିକି ନୁହେଁ ୨୦୧୭ରେ ଦିଲ୍ଲୀର ଜଣେ ୨୫ ବର୍ଷୀୟା ଛାତ୍ରୀଙ୍କ ସହ ଦୁଷ୍କର୍ମ ମାମଲାରେ ହାଇଦ୍ରାବାଦ ପୁଲିସ ତାଙ୍କ ନାଁରେ ମାମଲା ରୁଜୁ କରିଥିଲା। 

ଏହାପରେ ୨୦୧୭ ଡିସେମ୍ବର ୨୩ରେ ଏହି ମାମଲରେ କରିମଙ୍କ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିଥିଲେ। ଏହାପରେ ହାଇଦ୍ରାବା ପୁଲିସ ସାମ୍ନାରେ କରିମଙ୍କୁ ଆତ୍ମସମର୍ପଣ କରିବାକୁ ପଡିଥିଲା। 

Advertisment

ଉଲ୍ଲେଖଯୋଗ୍ୟ, ୨୦୦ କୋଟି ଟଙ୍କା ଠକେଇ ମାମଲରେ ମହାଠକ ସୁକେଶ ଚନ୍ଦ୍ରଶେଖର ଏବେ ଦିଲ୍ଲୀର ମଣ୍ଡୋଲୀ ଜେଲ୍‌ରେ ଅଛି। ଏହି ଠକେଇ ମାମଲରେ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ ଓ ନୋରା ଫତେହିଙ୍କୁ ଇଡି ଅନେକ ଥର ପଚରାଉଚରା କରିସାରିଲାଣି।  

Bollywood News Bollywood Sukesh Chandrasekhar