Advertisment

ଧର୍ମେନ୍ଦ୍ରଙ୍କ କିସିଂ ସିନ୍‌କୁ ନେଇ ଥମୁନି ଚର୍ଚ୍ଚା, କହିଲେ- ସୁଯୋଗ ମିଳିଲେ ଛକା ମାରୁଥିବି

୮୭ ବର୍ଷରେ ବି କମିନି ହିମ୍ୟାନ ଧର୍ମେନ୍ଦ୍ରଙ୍କ କ୍ରେଜ । ଏବେବି ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଜମୁଛି ଭିଡ଼ ।

Dharmendra

Dharmendra

Advertisment

୮୭ ବର୍ଷରେ ବି କମିନି ହିମ୍ୟାନ ଧର୍ମେନ୍ଦ୍ରଙ୍କ କ୍ରେଜ । ଏବେବି ତାଙ୍କୁ ବଡ଼ ପରଦାରେ ଦେଖିବାକୁ ଜମୁଛି ଭିଡ଼ । ଗତ ୨୯ ତାରିଖରେ ରିଲିଜ ହୋଇଥିବା ‘ରକି ଓ ରାନୀଙ୍କ ପ୍ରେମ କାହାଣୀ’ ଫିଲ୍ମରେ ସବୁ ଲାଇମ୍‌ଲାଇଟ୍‌ ସାଉଁଟି ନେଇଛନ୍ତି ମୋଷ୍ଟ ହ୍ୟାଣ୍ଡସମ୍‌ ହିରୋ ଧର୍ମେନ୍ଦ୍ର। ଏହି ଫିଲ୍ମରେ ଶବାନା ଆଜମୀଙ୍କ ସହ ଧର୍ମେନ୍ଦ୍ରଙ୍କ ଲିପ୍‌ଲକ୍‌ କିସିଂ ସିନ୍‌ ଥିବା ବେଳେ ଏହାକୁ ନେଇ ଥମୁନି ଚର୍ଚ୍ଚା।

Advertisment

ଏନେଇ ଫିଲ୍ମ ପ୍ରମୋସନ ବେଳେ ଧର୍ମେନ୍ଦ୍ରଙ୍କୁ ପଚାରାଯିବାରୁ ତାଙ୍କ ଉତ୍ତର ବି-ଟାଉନ୍‌ରେ ଏବେ ହଟ୍‌ ଗସିପ ପାଲଟିଛି। ଧର୍ମେନ୍ଦ୍ର ଖୁଲମଖୁଲା ଏହା ଉପରେ ଆଲୋଚନା କରି କହିଛନ୍ତି, ସୁଯୋଗ ମିଳିଲେ ଏମିତି ଛକା ମାରି ଚାଲିଥିବି। ଏହା ମୋର ବାମ ହାତରେ ଖେଳ । ଭଲ ପାଇବାଠୁ ଅଧିକ କିଛି ନାହିଁ । କ୍ୟାପଟେନ ଠିକ୍‌ ଥିଲେ ଟିମ୍‌ ଆପେଆପେ ଖେଳିବ । ଯେତେବେଳେ ବି ମଉକା ମିଳିବ, ଛକା ମାରି ଦେଇଥାଏ। 

କାହାଣୀର ଆବଶ୍ୟକତା ଥିବାରୁ ଏପରି ସିନ୍‌ ଦେବାରେ ପଛଘୁଞ୍ଚା କାହିଁକି ଦେବେ ବୋଲି ସାମ୍ବାଦିକଙ୍କୁ ପଚାରିଥିଲେ ଧର୍ମେନ୍ଦ୍ର ।

Advertisment

ଧର୍ମେନ୍ଦ୍ରଙ୍କ ଏପରି ବିନ୍ଦାସ କଥା ଶୁଣି ସେଠାରେ ଉପସ୍ଥିତ ଷ୍ଟାରଙ୍କ ସମେତ ଦର୍ଶକ ନିଜ ହସକୁ ରୋକି ପାରି ନ ଥିଲେ। ଧର୍ମେନ୍ଦ୍ରଙ୍କ ଏପରି କଥା ଶୁଣି ଫିଲ୍ମର ହିରୋଇନ ଆଲିଆ ଭଟ୍ଟ ଲାଜେଇ ଯାଇଥିବା ବେଳେ ରଣବୀର ସିଂ ବି ପୂରା ଜୋସ୍‌ରେ ଥିବା ଦେଖାଯାଇଥିଲେ।

ଧର୍ମେନ୍ଦ୍ରଙ୍କ କିସିଂ ସିନ୍‌କୁ ନେଇ ଏବେ ପୂରା ବଲିଉଡରେ ଜୋରସୋରରେ ଗସିପ ଚାଲିଥିବା ବେଳେ ହେମାମାଲିନୀ ବି ରଖିଛନ୍ତି ନିଜ ମତ। ନିଜ ସ୍ୱାମୀଙ୍କ ଏପରି ବିନ୍ଦାସ ହାବଭାବ ସହ ପୂର୍ବରୁ ପରିଚିତ ହେମା ଫିଲ୍ମ ଦେଖିବାକୁ ବେଶ୍‌ ଉତ୍ସୁକ ଥିବା କହିଛନ୍ତି। ଏପରିକି ଏହାକୁ ନେଇ ତାଙ୍କର କିଛି ଅସୁବିଧା ନ ଥିବା ଓ ଧର୍ମେନ୍ଦ୍ର ନିଜ ଅଭିନୟକୁ ନିଖୁଣ ଭାବେ ଫୁଟାଇବା ଜାଣିଥିବା ସେ କହିଛନ୍ତି।

ଗତ ୨୯ ତାରିଖରେ ରିଲିଜ ହୋଇଥିବା ‘ରକି ଓ ରାନୀଙ୍କ ପ୍ରେମ କାହାଣୀ’ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ କଲେକସନ୍ କରୁଥିବା ବେଳେ ଆଲିଆ ଓ ରଣବୀରଙ୍କୁ ପଛରେ ପକାଇ ସବୁ ଚର୍ଚ୍ଚା ସାଉଣ୍ଟି ନେଇଛନ୍ତି ଧର୍ମେନ୍ଦ୍ର।

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe