Advertisment

ନିର୍ଦ୍ଦେଶକ ଶ୍ୟାମ ବେନେଗଲ ଅସୁସ୍ଥ, କିଡ୍‌ନୀ ଫେଲ୍‌

ହସ୍ପିଟାଲ ଯିବାକୁ ମଧ୍ୟ ସକ୍ଷମ ନଥିବାରୁ ଘରେ ହିଁ ତାଙ୍କର ଚିକିତ୍ସା ଚାଲିଛି।

Shyam Benegal

Shyam Benegal

Advertisment

ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶ୍ୟାମ ବେନେଗଲ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯାଇଛି। ଏପରିକି ସେ ହସ୍ପିଟାଲ ଯିବାକୁ ମଧ୍ୟ ସକ୍ଷମ ନଥିବାରୁ ଘରେ ହିଁ ତାଙ୍କର ଚିକିତ୍ସା ଚାଲିଛି।

Advertisment

ସୂଚନା ମୁତାବକ, ୮ଟି ନ୍ୟାସନାଲ ଆୱାର୍ଡ ଜିତିଥିବା ୮୮ ବର୍ଷୀୟ ନିର୍ଦ୍ଦେଶକ ଶ୍ୟାମ ବେନେଗଲ କିଡନୀ ରୋଗରେ ପୀଡିତ ଅଛନ୍ତି। ତାଙ୍କର ଦୁଇଟି ଯାକ କିଡ୍‌ନୀ ଖରାପ ହୋଇଯାଇଛି। ଏଥିପାଇଁ ସେ ଚଲାବୁଲା କରିପାରୁ ନାହାନ୍ତି। ତେଣୁ ତାଙ୍କୁ ଘରେ ହିଁ ଡାକ୍ତରମାନେ ଚିକିତ୍ସା କରୁଛନ୍ତି। ଏଥିସହ ତାଙ୍କର ଡାଏଲିସିସ୍ ମଧ୍ୟ କରାଯାଉଛି। ଏନେଇ ଶ୍ୟାମ ବେନେଗଲ ନିଜେ ସୂଚନା ଦେଇଛନ୍ତି। 

ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି କହିଛନ୍ତି, ‘ମୁଁ ସୁସ୍ଥ ନୁହେଁ। ଡାକ୍ତରମାନେ ବିଶ୍ରାମ ନେବାକୁ କହିଛନ୍ତି। ବର୍ତ୍ତମାନ ମୋର ଚିକିତ୍ସା ଚାଲିଛି। ଘରେ ହିଁ ଡାଏଲସିସ୍ ଜାରି ରହିଛି। ଦୁଇ ଦିନ ପୂର୍ବେ ହିଁ ପରୀକ୍ଷା ପରେ କିଡନୀ ନଷ୍ଟ ହୋଇଥିବା ଜଣାପଡିଛି।’ 

Advertisment

ଅନ୍ୟପଟେ ଶ୍ୟାମଙ୍କ ନିକଟ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅଳ୍ପ ସୁଧାର ଆସିଥିବା ସୂଚନା ଦେଇଛି। କିନ୍ତୁ ଗତ ଦୁଇ ଦିନ ହେବ ସେ ଅଫିସ ଯାଇପାରୁ ନାହାନ୍ତି। 

ଶ୍ୟାମ ଲଗାତର ନିଜ ଅପ୍‌କମିଂ ପ୍ରୋଜେକ୍ଟ ପାଇଁ କାମରେ ବ୍ୟସ୍ତ ଥିଲେ। ତାଙ୍କର ‘ମୁଜିବ: ଦ ମେକିଂ ଅଫ୍ ଏ ନେଶନ’ ନାମକ ଫିଲ୍ମ ପୂରା ପୁରି ପ୍ରସ୍ତୁତ ଅଛି। ଏହି ଫିଲ୍ମଟି ବାଂଲାଦେଶର ପ୍ରଥମ  ରାଷ୍ଟ୍ରପତି ମୁଜିବୁର ରହମାନଙ୍କ ଜୀବନୀ ଉପରେ ଆଧାରିତ। ତେବେ ବିବାଦ ଯୋଗୁଁ ଏହି ଫିଲ୍ମର ରିଲିଜ ତାରିଖ ବାରମ୍ବାର ଘୁଞ୍ଚି ଘୁଞ୍ଚି ଯାଉଛି। 

Shyam Benegal Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe