Advertisment

ଆମିର ଘୋଷଣା କଲେ ଝିଅଙ୍କ ବିବାହ ତାରିଖ, କହିଲେ- ବହୁତ କାନ୍ଦିବି

ମିଡିଆ ସମ୍ମୁଖରେ ନିଜ ଝିଅର ବିବାହ ତାରିଖ ଘୋଷଣା କରି ଆମିର ଖାନ ବେଶ୍‌ ଭାବୁକ ହୋଇ ପଡ଼ିଛନ୍ତି। ଆମୀର କହିଛନ୍ତି ଆସନ୍ତା ଜାନୁୟାରୀ ୩ ତାରିଖରେ ଆୟରାଙ୍କ ବିବାହ ହେବ ।

Amir Khan

Amir Khan

Advertisment

ଖୁବ୍‌ ଶୀଘ୍ର ମିଷ୍ଟର ପରଫେକ୍ଟ ଆମୀର ଖାନଙ୍କ ଘରେ ବାଜିବ ସାହାନାଇ । କନିଆ ସାଜିବେ ଆମୀରଙ୍କ ଏକମାତ୍ର ଲାଡଲି ଆୟରା। ଆୟରା ନିଜ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ବିବାହ କରିବାକୁ ଆରମ୍ଭ କରି ଦେଲେଣି ପ୍ରସ୍ତୁତି। ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ସାମନାକୁ ଆସିଛି ବିବାହ ତାରିଖ । ଆସନ୍ତା ଜାନୁୟାରୀ ୩ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।

Advertisment

ମିଡିଆ ସମ୍ମୁଖରେ ନିଜ ଝିଅର ବିବାହ ତାରିଖ ଘୋଷଣା କରି ଆମିର ଖାନ ବେଶ୍‌ ଭାବୁକ ହୋଇ ପଡ଼ିଛନ୍ତି। ଆମୀର କହିଛନ୍ତି ଆସନ୍ତା ଜାନୁୟାରୀ ୩ ତାରିଖରେ ଆୟରାଙ୍କ ବିବାହ ହେବ । ଆୟରା ନିଜ ଜୀବନ ସାଥୀ ଭାବେ ନୁପୁରଙ୍କୁ ଚୟନ କରୁଥିବା ବେଳେ ସେ ଜଣେ ଖୁବ୍‌ ଭଲ ମଣିଷ ।

ଆୟରା ଯେବେ ଡିପ୍ରେସନର ଶିକାର ହୋଇଥିଲେ, ସେତେବେଳେ ନୁପୁର ହିଁ ପାଖେ ପାଖେ ରହି ତାଙ୍କ ଯତ୍ନ ନେଇଥିଲେ। ଉଭୟ ପରସ୍ପରକୁ ଖୁବ୍‌ ଭଲ ପାଉଥିବା ବେଳେ ପରସ୍ପରକୁ ଖୁବ୍‌ ସମ୍ମାନ ବି ଦିଅନ୍ତି। ନୁପୁର ମୋ ପାଇଁ ପୁଅ ପରି ହୋଇଥିବା ବେଳେ ମୋ ପରିବାରର ଅଂଶ ହୋଇ ସାରିଛନ୍ତି।

Advertisment

ଏଥିସହ ଆମିର କହିଛନ୍ତି, ମୋ’ ଝିଅ ବିବାହକୁ ନେଇ ମୁଁ ଖୁବ୍‌ ଇମୋସନାଲ । ଝିଅ ବିବାହ ଦିନ ମୁଁ ବହୁତ କାନ୍ଦିବା ଥୟ । କାରଣ ମୁଁ ନିଜ ହସ ଓ କାନ୍ଦ ଉପରେ କଣ୍ଟ୍ରୋଲ ରଖିପାରେନି।

ଏହି ବର୍ଷ ଆରମ୍ଭରେ ଆୟରା ଓ ନୁପୁରଙ୍କ ଏନଗେଜମେଣ୍ଟ ହୋଇଥିଲା। ବର୍ଷେ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏଥିରେ ଉଭୟ ପରିବାର ସଦସ୍ୟଙ୍କ ସମେତ ବଲିଉଡର ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେବେ ବୋଲି କୁହାଯାଉଛି।

Marriage Aamir Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe