ହାତ ଯୋଡ଼ି କ୍ଷମା ମାଗିଲେ ଆମୀର

ମୁମ୍ବାଇ: ବର୍ଷ ୨୦୨୨ ଯେପରି ବଲିଉଡ ପାଇଁ ଅଶୁଭ ପାଲଟି ଯାଇଛି। ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ବଲିଉଡର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ବି ଫ୍ଲପ୍‌ ହୋଇଯାଇଛି। ଏହାକୁ ହିନ୍ଦୀ ଫିଲ୍ମ ଜଗତର ସବୁଠାରୁ ବଡ ‘ଡିଜାଷ୍ଟାର୍‌’ ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମ ଫ୍ଲପ୍‌ ହେବା ପରେ ଏବେ ଆମୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ହାତ ଯୋଡି କ୍ଷମା ମାଗିଛନ୍ତି। ସେପ୍ଟେମ୍ବର ୧ ତଥା […]

Aamir Khan

Aamir Khan

Madhupriya Mistry
  • Published: Thursday, 01 September 2022
  • Updated: 01 September 2022, 03:25 PM IST

ମୁମ୍ବାଇ: ବର୍ଷ ୨୦୨୨ ଯେପରି ବଲିଉଡ ପାଇଁ ଅଶୁଭ ପାଲଟି ଯାଇଛି। ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବାରେ ଲାଗିଛି। ବଲିଉଡର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା' ବି ଫ୍ଲପ୍‌ ହୋଇଯାଇଛି। ଏହାକୁ ହିନ୍ଦୀ ଫିଲ୍ମ ଜଗତର ସବୁଠାରୁ ବଡ 'ଡିଜାଷ୍ଟାର୍‌' ଫିଲ୍ମ ବୋଲି କୁହାଯାଉଛି। ଫିଲ୍ମ ଫ୍ଲପ୍‌ ହେବା ପରେ ଏବେ ଆମୀରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ହାତ ଯୋଡି କ୍ଷମା ମାଗିଛନ୍ତି।

ସେପ୍ଟେମ୍ବର ୧ ତଥା ଆଜି ପାଳନ ହେଉଛି 'ମିଚ୍ଛାମି ଦୁକ୍କଡମ୍‌' ପର୍ବ। ଏହି ଉତ୍ସବରେ ଲୋକମାନେ 'ମିଚ୍ଛାମି ଦୁକ୍କଡମ୍‌' କହି ନିଜର ଭୁଲ ପାଇଁ କ୍ଷମା ମାଗନ୍ତି। ଏଭଳି ପରିସ୍ଥିତିରେ ଆମୀର ଖାନ ମଧ୍ୟ ଏହି ଫଣ୍ଡାକୁ ଆପଣାଇଛନ୍ତି। ତାଙ୍କ ଭୁଲ ପାଇଁ ସେ କ୍ଷମା ମାଗିଛନ୍ତି। ଗତ କିଛି ଦିନ ହେବ ଫିଲ୍ମ ଏବଂ ବୟାନକୁ ନେଇ ଆମୀର ଖାନ ଚର୍ଚ୍ଚାରେ ଅଛନ୍ତି।

ଫିଲ୍ମ 'ଲାଲ ସିଂହ ଚଡ୍ଡା' ରିଲିଜ ହେବା ବେଳେ ଆମୀର ଖାନ୍‌ ଦେଇଥିବା କିଛି ପୁରୁଣା ବୟାନ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଲୋକେ ତାଙ୍କ ଫିଲ୍ମକୁ ବୟକଟ୍‌ କରିବାକୁ ଦାବି ଆରମ୍ଭ କରିଥିଲେ। ତେବେ ଆମୀର ଖାନ ମଧ୍ୟ କିନ୍ତୁ ଫିଲ୍ମ ଦେଖିବା ପାଇଁ ନିବେଦନ କରିବା ସହ ସମସ୍ତଙ୍କୁ କ୍ଷମା ମାଗିଥିଲେ। ହେଲେ ଲୋକଙ୍କୁ ତାଙ୍କ କ୍ଷମା ମାଗିବା ପସନ୍ଦ ଆସିନଥିଲେ। ଆଉ ଏହାର ପ୍ରଭାବ ସିଧାସଳଖ ଫିଲ୍ମ ଲାଲା ସିଂହ ଚଡ୍ଡାର ବକ୍ସ ଅଫିସ କଲେକସନ୍‌ ଉପରେ ପଡିଥିଲା।

ଫିଲ୍ମ ଫ୍ଲପ୍‌ ହେବା ପରେ ଏବେ ଆମୀର ଖାନ୍‌ ପୁଣି ଥରେ ନିଜ ଫ୍ୟାନ୍‌ମାନଙ୍କୁ କ୍ଷମା ମାଗିଛନ୍ତି। ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସେ ଲେଖିଛନ୍ତି, 'ଆମେ ସମସ୍ତେ ମଣିଷ, ତେଣୁ ଆମ ଦ୍ୱାରା ହିଁ ଭୁଲ୍‌ ହୁଏ। ଶବ୍ଦ ଦ୍ୱାରା…କାମ ଦ୍ୱାରା ତ ଆଉ କେତେବେଳେ ଅଜାଣତରେ। ବେଳେବେଳେ ରାଗରେ ଓ ଥଟ୍ଟାରେ ବି ଭୁଲ୍‌ ହୋଇଯାଏ। ସେହିପରି କଥା ନହୋଇ ବି ଭୁଲ୍‌ ହୁଏ। ଯଦି ମୁଁ ଆପଣଙ୍କ ହୃଦୟକୁ କୌଣସି ପ୍ରକାରେ ଆଘାତ ଦେଇଥାଏ ତେବେ  ସେଥିପାଇଁ ମୋ ମନ ଓ ହୃଦୟରୁ ଆପଣଙ୍କୁ ମୁଁ କ୍ଷମା ମାଗୁଛି। 'ମିଚ୍ଛାମି ଦୁକ୍କଡମ୍‌'।' ଆମୀରଙ୍କ ଏହି କ୍ଷମା ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://twitter.com/AKPPL_Official/status/1565270344562118656?s=20&t=-gk_IFXXgz7QIbnTceoJ5Q

'ଫିଲ୍ମ ଲାଲ ସିଂହ ଚଡ୍ଡା' ଜରିଆରେ ଆମୀର ଦୀର୍ଘ ୪ ବର୍ଷ ପରେ ସିଲଭର ସ୍କ୍ରିନ୍‌କୁ ଫେରିଥିଲେ। କିନ୍ତୁ ଦର୍ଶକଙ୍କୁ ଏହା ପସନ୍ଦ ଆସିନଥିଲା। ୧୮୦ କୋଟି ଟଙ୍କା ବଜେଟ୍‌ରେ ତିଆରି ଏହି ଫିଲ୍ମ ମାତ୍ର ୬୦ କୋଟି ଟଙ୍କାର ହିଁ ବ୍ୟବସାୟ କରିପାରିଛି। ଫିଲ୍ମ ମେକର୍‌ମାନଙ୍କୁ ପାଖାପାଖି ୧୦୦ କୋଟି ଟଙ୍କାର କ୍ଷତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos