ବିିବାହ କରିବେ ଆମୀରଙ୍କ ଝିଅ, ସରିଲା ନିର୍ବନ୍ଧ

ମୁମ୍ବାଇ: ଖୁବଶୀଘ୍ର ବିବାହ କରିବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଲାଡ୍‌ଲି ଆୟରା ବା ଇରା ଖାନ୍। ତେବେ ଏହା ପୂର୍ବରୁ ଗତକାଲି ସରିଛି ତାଙ୍କ ନିର୍ବନ୍ଧ। ସେ ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ନୂପୁର ଶିଖରଙ୍କ ସହ ମୁମ୍ବାଇରେ ନିର୍ବନ୍ଧ କରିଛନ୍ତି। କିଛି ଦିନ ପୂର୍ବେ ନୂପୁର ଇରାଙ୍କୁ ପ୍ରପୋଜ୍ କରିଥିଲେ। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଏନ୍‌ଗେଜ୍‌ମେଣ୍ଟ କରିଛନ୍ତି। ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି […]

ira-khan-nupur-shikhare-engagement

Madhupriya Mistry
  • Published: Saturday, 19 November 2022
  • , Updated: 19 November 2022, 12:00 PM IST

ମୁମ୍ବାଇ: ଖୁବଶୀଘ୍ର ବିବାହ କରିବେ ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଲାଡ୍‌ଲି ଆୟରା ବା ଇରା ଖାନ୍। ତେବେ ଏହା ପୂର୍ବରୁ ଗତକାଲି ସରିଛି ତାଙ୍କ ନିର୍ବନ୍ଧ। ସେ ତାଙ୍କ ଲଙ୍ଗ ଟାଇମ୍ ବୟଫ୍ରେଣ୍ଡ ନୂପୁର ଶିଖରଙ୍କ ସହ ମୁମ୍ବାଇରେ ନିର୍ବନ୍ଧ କରିଛନ୍ତି।

କିଛି ଦିନ ପୂର୍ବେ ନୂପୁର ଇରାଙ୍କୁ ପ୍ରପୋଜ୍ କରିଥିଲେ। ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଦୁହେଁ ମୁମ୍ବାଇରେ ଏନ୍‌ଗେଜ୍‌ମେଣ୍ଟ କରିଛନ୍ତି। ଏହି ଅବସରରେ ଏକ ଗ୍ରାଣ୍ଡ ପାର୍ଟି ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଇରା ଖାନ ଲାଲ୍ ଗାଉନରେ ବେଶ୍ ବୋଲ୍ଡ ଲୁକ୍‌ରେ ନଜର ଆସିଥିଲେ। ଅମୀର ଖାନଙ୍କ ସମେତ ପୁରା ପରିବାର ସାମିଲ୍ ହୋଇଥିଲେ। ଏଥିସହ ନିର୍ଦ୍ଦେଶ ଆଶୁତୋସ ଗ୍ୱାରେକର୍ ଓ ଆମୀରଙ୍କ ଭଣଜା ଇମ୍ରାନ ଖାନ୍ ମଧ୍ୟ ଏହି ପାର୍ଟିରେ ନଜର ଆସିଥିଲେ।

ନୂପୁର ଶିଖର ଓ ଇରାଙ୍କ ମଧ୍ୟରେ ୨୦୨୦ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁଇ ବର୍ଷ ହେଲା ଦୁହେଁ ଦୁହିଙ୍କୁ ଭଲପାଇବା ପରେ ଏମାନଙ୍କ ସମ୍ପର୍କ ଆଉ ପାଦେ ଆଗକୁ ଯାଇଛି। ନୂପୁର ଜଣେ ଫିଟନେସ ଟ୍ରେନର। ସେ ଜିମ୍‌ରେ ସେଲିବ୍ରିଟିମାନଙ୍କୁ ଟ୍ରେନିଂ ଦିଅନ୍ତି ।

ଅମୀର ଖାନ୍‌ଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତଙ୍କର ଝିଅ ହେଉଛନ୍ତି ଇରା ଖାନ। ସେ ସବୁବେଳେ ନିଜ ଫ୍ୟାଶନ୍ ସେନ୍ସକୁ ନେଇ ଲାଇମ୍ ଲାଇଟ୍‌ରେ ରହୁନ୍ତି। ଏଥିର ନିଜ ନିର୍ବନ୍ଧରେ ମଧ୍ୟ ଇରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଲାଲ ରଙ୍ଗର ଗାଉନ ପିନ୍ଧିଥିବା ବେଳେ ହାଇ ହିଲ୍ ବଦଳରେ ପାଦରେ ଧଳା ରଙ୍ଗର ସ୍ନିକର ପିନ୍ଧିଥିବା ନଜର ଆସିଥିଲେ। ତାଙ୍କ ଏହି ଫଟୋ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଅନେକ ତାଙ୍କର ଏହି ଅଜବଗଜବ ଫ୍ୟାଶନ୍‌କୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି।

Related story