Advertisment

ଅଡୁଆରେ ତାପସୀ ଓ ଆମୀରଙ୍କ ଫିଲ୍ମ, ମାମଲା ରୁଜୁ

ମୁମ୍ବାଇ: ଅଡୁଆରେ ଅଭିନେତ୍ରୀ ତାପସୀ ପନ୍ନୁ ଓ ବଲିଉହର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ସାବାସ୍‌ ମିଠୁ’ ଓ ‘ଲାଲ ସିଂହ ଚଡ୍ଡା’ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଉୟଭ ଫିଲ୍ମରେ ଦିବ୍ୟାଙ୍ଗଙ୍କୁ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିବ୍ୟାଙ୍ଗଙ୍କ ପାଇଁ ମୁଖ୍ୟ କମିଶନରଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି। ଡକ୍ଟର ୱିଥ୍‌ ଡିଜାବିଲିଟିସ୍‌ର କୋ-ଫାଉଣ୍ଡର ଡକ୍ଟର ସତ୍ୟେନ୍ଦ୍ର ସିଂହ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଫିଲ୍ମ ଦୁଇଟି […]

ଅଦ୍ୟତନ ହୋଇଛି
ଅଡୁଆରେ ତାପସୀ ଓ ଆମୀରଙ୍କ ଫିଲ୍ମ, ମାମଲା ରୁଜୁ

aamir-khan-taapsee-pannu

Advertisment

ମୁମ୍ବାଇ: ଅଡୁଆରେ ଅଭିନେତ୍ରୀ ତାପସୀ ପନ୍ନୁ ଓ ବଲିଉହର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌ଙ୍କ ଫିଲ୍ମ। ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ସାବାସ୍‌ ମିଠୁ' ଓ 'ଲାଲ ସିଂହ ଚଡ୍ଡା' ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ। ଉୟଭ ଫିଲ୍ମରେ ଦିବ୍ୟାଙ୍ଗଙ୍କୁ ପରିହାସ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିବ୍ୟାଙ୍ଗଙ୍କ ପାଇଁ ମୁଖ୍ୟ କମିଶନରଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି।

Advertisment

ଡକ୍ଟର ୱିଥ୍‌ ଡିଜାବିଲିଟିସ୍‌ର କୋ-ଫାଉଣ୍ଡର ଡକ୍ଟର ସତ୍ୟେନ୍ଦ୍ର ସିଂହ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଫିଲ୍ମ ଦୁଇଟି ଭିନ୍ନକ୍ଷମଙ୍କ ଅଧିକାର ଆଇନ, ୨୦୧୬ର ନିୟମକୁ ଉଲ୍ଲଂଘନ କରିଛି। ଫିଲ୍ମରେ ଦିବ୍ୟାଙ୍ଗଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।

Complaint filed against Aamir Khan's 'LSC' & Taapsee Pannu's 'Shabaash Mithu'  for 'ridiculing' people with disabilities - The Economic Times

ସେପଟେ ଏହି ମାମଲାରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସିନାହିଁ। ଜୁମ୍ ଟିଭିର ଏକ ରିପୋର୍ଟରେ ଦର୍ଶାଯାଇଥିବା ସୂଚନାକୁ ଭିତ୍ତି କରି ଭିନ୍ନକ୍ଷମଙ୍କ ପାଇଁ କମିଶନରଙ୍କ କୋର୍ଟ ଉଭୟ ଫିଲ୍ମ, ସିବିଏଫସି ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମତାମତ ଲୋଡିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଆମୀର ଖାନ୍‌ଙ୍କ ଫିଲ୍ମ 'ଲାଲ ସିଂହ ଚଡ୍ଡା' ବୟକଟ୍‌ ଯୋଗୁ ବକ୍ସ ଅଫିସରେ ଫ୍ଲପ୍‌ ହୋଇଛି। ଏହି ଫିଲ୍ମରେ ଆମୀରଙ୍କ ଅପୋଜିଟ୍‌ରେ କରୀନା କପୁର ଅଛନ୍ତି। ସେହିପରି 'ସାବାସ୍‌ ମିଠୁ' ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରୀ ନାହିଁ। ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମର ଲିଡ୍‌ ରୋଲରେ ତାପସୀ ପନ୍ନୁ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe