Advertisment

ଆମୀରଙ୍କ ପରେ ଶାହାରୁଖଙ୍କ ପାଳି, ‘ପଠାନ’କୁ ବୟକଟ୍ ଦାବି

ମୁମ୍ୱାଇ: ଦିନକୁ ଦିନ ବଢ଼ିବାରେ ଲାଗିଛି ବୟକଟ୍‌ ଟ୍ରେଣ୍ଡ୍‌। ବଲିଉଡ୍ ଫିଲ୍ମ ଗୁଡ଼ିକୁ ବୟକଟ୍‌ କରୁଛନ୍ତି ସୋସିଆଲ୍ ମିଡିଆ ୟୁଜର୍ସ। ଅମୀର ହୁଅନ୍ତୁ ଅବା ଅକ୍ଷ ୟ ସମସ୍ତଙ୍କ ଫିଲ୍ମକୁ ବୟକଟ୍‌ କରିବା ଦାବି କରୁଛନ୍ତି ୟୁଜର୍ସ। ନିକଟରେ ସୋସାଲ୍ ମିଡିଆରେ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ୟୁଜର୍ସ ତୀବ୍ର ବିରୋଧ କରି ବୟକଟ୍ କରିଥିବାବେଳେ ଏବେ ଶାହାରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ପଠାନ୍‌କୁ ବୟକଟ୍‌ କରାଯାଉଛି। ଏମିତିକି ଏବେ ଟ୍ୱିଟର୍‌ରେ #BoycottPathan ଟ୍ରେଣ୍ଡ୍ […]

ଅଦ୍ୟତନ ହୋଇଛି
ଆମୀରଙ୍କ ପରେ ଶାହାରୁଖଙ୍କ ପାଳି, ‘ପଠାନ’କୁ ବୟକଟ୍ ଦାବି

Sharukh Khan

Advertisment

ମୁମ୍ୱାଇ: ଦିନକୁ ଦିନ ବଢ଼ିବାରେ ଲାଗିଛି ବୟକଟ୍‌ ଟ୍ରେଣ୍ଡ୍‌। ବଲିଉଡ୍ ଫିଲ୍ମ ଗୁଡ଼ିକୁ ବୟକଟ୍‌ କରୁଛନ୍ତି ସୋସିଆଲ୍ ମିଡିଆ ୟୁଜର୍ସ। ଅମୀର ହୁଅନ୍ତୁ ଅବା ଅକ୍ଷ ୟ ସମସ୍ତଙ୍କ ଫିଲ୍ମକୁ ବୟକଟ୍‌ କରିବା ଦାବି କରୁଛନ୍ତି ୟୁଜର୍ସ। ନିକଟରେ ସୋସାଲ୍ ମିଡିଆରେ ଅମୀର ଖାନ୍‌ଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ୟୁଜର୍ସ ତୀବ୍ର ବିରୋଧ କରି ବୟକଟ୍ କରିଥିବାବେଳେ ଏବେ ଶାହାରୁଖ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ପଠାନ୍‌କୁ ବୟକଟ୍‌ କରାଯାଉଛି। ଏମିତିକି ଏବେ ଟ୍ୱିଟର୍‌ରେ #BoycottPathan ଟ୍ରେଣ୍ଡ୍ ଚାଲିଛି।

Advertisment

ଆସନ୍ତା ୨୦୨୩ ଜାନୁଆରୀ ୨୫ ତାରିଖରେ ଶାହରୁଖଙ୍କ ନୂଆ ଫିଲ୍ମ ‘ପଠାନ’ ରିଲିଜ୍ ହେବାକୁ ଯାଉଛି। ହେଲେ ଏହା ପୂର୍ବରୁ ସୋସାଲ୍ ମିଡିଆରେ ଏହି ଫିଲ୍ମକୁ ବୟକଟ୍ କରିବାର ଟ୍ରେଣ୍ଡ୍‌ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ ବିବାଦ ଘେରକୁ ଆସିଛି।
ପଠାନ ଫିଲ୍ମରେ ଶାହାରୁଖଙ୍କ ଅପୋଜିଟ୍‌ରେ ଦୀପିକା ପାଦୁକୋନ୍ ଅଭିନୟ କରିଛନ୍ତି। ଶାହାରୁଖ୍ ଓ ଦୀପିକୀଙ୍କ କିଛି ଫୋଟ ମଧ୍ୟ ଏବେ ସୋସାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୟୁଜର୍ସ କାହିଁକି ଶାହରୁଖ ଅପ୍‌କମିଂ ଫିଲ୍ମ ‘ପଠାନ’କୁ ବୟରଟ୍‌ କରୁଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ହେଲେ କେତେକ ୟୁଜର୍ସ ବୟକଟ୍ ପଛରେ ଦୀପିକାଙ୍କୁ ଦାୟୀ କରୁଛନ୍ତି।

https://twitter.com/Sonu48419369/status/1558338758113513472?s=20&t=fi-oEBATB-E74AaS1Te3qQ

Advertisment

ବର୍ଷ ୨୦୨୦ରେ ଦୀପିକା ତାଙ୍କ ଫିଲ୍ମ ‘ଛପାକ’ର ପ୍ରମୋସନ୍ ପାଇଁ ଜେଏନ୍‌ୟୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଜେଏନ୍‌ୟୁ ଛାତ୍ରମାନେ ସେତେବେଳେ କୌଣସି ଏକ ପ୍ରସଙ୍ଗକୁ ନେଇ ପ୍ରତିବାଦ କରୁଥିଲେ। ଆଉ ଏହି ପ୍ରତିବାଦରେ ସାମିଲ୍ ହୋଇଥିଲେ ଦୀପିକା। ଦୀପିକାଙ୍କ ସେହି ସମୟର ଫଟୋ ସୋସାଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା। ଏହାକୁ ନେଇ ଅନେକ ବିବାଦ ଉପୁଜିଥିଲା। ଏବେ ଏହି ପ୍ରସଙ୍ଗକୁ ପୁଣି ଉଠାଇ ସୋସାଲ ମିଡିଆର କିଛି ୟୁଜର୍ସମାନେ ତାଙ୍କୁ ଟାର୍ଗେଟ୍ କରିବା ସହ ଫିଲ୍ମ 'ପଠାନ'କୁ ବୟକଟ୍ କରିବାପାଇଁ ଦାବି କରୁଛନ୍ତି।

https://twitter.com/The_DilipRajput/status/1558283979798638593?s=20&t=7w8e2VuPlYYGWTvxtIJTPg

ଗତ ଚାରିବର୍ଷ ପରେ ଫିଲ୍ମ ପଠାନ ଜରିଆରେ ପରଦାକୁ ଫେରିବେ ବଲିଉଡର ବାଦଶାହା ଶାହାରୁଖ୍ ଖାନ୍। ତାଙ୍କ ଫ୍ୟାନ୍ସ ମାନେ ଏହି ଫିଲ୍ମର ରିଲିଜ୍‌ର ଅପେକ୍ଷାରେ ରହିଥିବାବେଳେ ରିଲିଜ୍ ପୂର୍ବରୁ ହିଁ ବୟକଟ୍ ପଠାନ୍‌ (Boycott Pathan)ର ଟ୍ରେଣ୍ଡ୍‌ ଚାଲିଛି। ଯାହାକୁ ନେଇ ଫିଲ୍ମ ମେକର୍ସଙ୍କ ଚିନ୍ତା ବଢ଼ିଛି।

ରିପୋର୍ଟ ଅନୁଯାୟୀ, ଅମୀରଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ବୟକଟ୍‌ ହେବା ପରେ ବକ୍ସ ଅଫିସ୍‌ରେ ଆଶାଠାରୁ କମ୍‌ ଇନ୍‌କମ୍ ହୋଇଥିଲା। ଏଥିରୁ ଜଣାପଡ଼ୁଛି ଯେ, ଫିଲ୍ମ ଉପରେ ବୟକଟ୍‌ର ସିଧାସଳଖ ପ୍ରଭାବ ପଡ଼ିଛି। ତେବେ ଏହି ପରିସ୍ଥିତିରେ ଶାହରୁଖ୍‌ଙ୍କ ଫିଲ୍ମର ଅବସ୍ଥା କ’ଣ ହେଉଛି ତାହା ଦେଖିବାକୁ ବାକି ରହିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe