ଆମୀର ଖାନ୍‌ ଭୟଭୀତ!

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌। ସେ ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଆସନ୍ତା ୧୧ ତାରିଖରେ ରିଲିଜ ହେବ ଏହି ଫିଲ୍ମ। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଆମୀର ଖାନ୍‌ ଉତ୍ସାହିତ ଥିବା ସହ ଟିକେ ଭୟଭୀତ ହୋଇଯାଇଛନ୍ତି। ତେବେ କାହିଁକି ସେ ଏଭଳି ଭୟଭୀତ ଅଛନ୍ତି ତା’ର ଖୁଲାସା କରିଛନ୍ତି ଆମୀର। ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ହଲିଉଡ ଅଭିନେତା ଟମ୍‌ […]

Aamir Khan

Madhupriya Mistry
  • Published: Saturday, 06 August 2022
  • , Updated: 06 August 2022, 04:16 PM IST

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ୍‌। ସେ ତାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ଲାଲ ସିଂହ ଚଡ୍ଡା'କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଆସନ୍ତା ୧୧ ତାରିଖରେ ରିଲିଜ ହେବ ଏହି ଫିଲ୍ମ। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଆମୀର ଖାନ୍‌ ଉତ୍ସାହିତ ଥିବା ସହ ଟିକେ ଭୟଭୀତ ହୋଇଯାଇଛନ୍ତି। ତେବେ କାହିଁକି ସେ ଏଭଳି ଭୟଭୀତ ଅଛନ୍ତି ତା'ର ଖୁଲାସା କରିଛନ୍ତି ଆମୀର।

ଫିଲ୍ମ 'ଲାଲ ସିଂହ ଚଡ୍ଡା' ହଲିଉଡ ଅଭିନେତା ଟମ୍‌ ହ୍ୟାଙ୍କସ୍‌ଙ୍କ ଫିଲ୍ମ 'ଫରେଷ୍ଟ ଗମ୍ପ'ର ରିମେକ୍‌ ଅଟେ। ଯାହାକୁ ଅଦ୍ୱେତ ଚନ୍ଦନ ନିର୍ଦ୍ଦେଶନା ଦେଇଛନ୍ତି। ଆମୀର ଖାନ ନିଜ ଫିଲ୍ମ 'ଲାଲ ସିଂହ ଚଡ୍ଡା'ର ପ୍ରମୋସନ ଖୁବ୍‌ ଜୋରସୋର୍‌ରେ ଚଳାଇଛନ୍ତି। ଟିଭି ଠାରୁ ଆରମ୍ଭ କରି ଓଟିଟି ପ୍ଲାଟଫର୍ମ ଯାଏଁ ଆମୀର ନିଜ ଫିଲ୍ମର ପ୍ରମୋସନ କରିବା ପାଇଁ ଗୋଟିଏ ବି ମଉକା ଛାଡୁନାହାନ୍ତି।

ଏହି ଫିଲ୍ମଟି ତାଙ୍କ ପାଇଁ ବେଶ ମହତ୍ତ୍ୱ ରଖେ। ଏହା ତାଙ୍କର ପ୍ରେମ ଏବଂ ଦୃଢ଼ତାର ପରିଶ୍ରମର କାହାଣୀ। ଆମିର ଖାନଙ୍କ ପାଇଁ 'ଲାଲ ସିଂହ ଚଡ୍ଡା' ପ୍ରକୃତରେ ତାଙ୍କ ବିଶ୍ୱାସର ପ୍ରତୀକ। ଫିଲ୍ମ ପ୍ରତି ଥିବା ନିଜ ଭାବନାକୁ ବ୍ୟକ୍ତ କରି ଆମୀର କହିଛନ୍ତି, 'ଏହି ଫିଲ୍ମରେ ଅଧିକ ସମୟ ଲାଗିଛି। ମୋଟ ୧୪ ବର୍ଷ କିନ୍ତୁ ଅଧିକାର ହାସଲ କରିବାକୁ ପ୍ରାୟ ୮ ରୁ ୯ବର୍ଷ । ତେଣୁ ମୁଁ ଟିକିଏ ଉତ୍ସାହିତ ଏବଂ ନର୍ଭସ ତଥା ଭୟଭୀତ ଅଛି। ମୁଁ ଜାଣେ ଆମେ ଏକ ଭଲ ଫିଲ୍ମ ନିର୍ମାଣ କରିଛୁ, ତେଣୁ ଲୋକମାନେ ଏହାକୁ ପସନ୍ଦ କରିବେ କି ନାହିଁ ତାକୁ ନେଇ ଚିନ୍ତା ଆଶଙ୍କା ବଢ଼ି ଯାଉଛି।'

ଆମୀର ଖାନ୍‌ଙ୍କ ପ୍ରଡକ୍ସନ, କିରଣ ରାଓ ଏବଂ ଭାଓକମ୍‌-୧୮ ଷ୍ଟୁଡିଓ ଦ୍ୱାରା ନିର୍ମିତ 'ଲାଲ ସିଂହ ଚଡ୍ଡା'ରେ କରୀନା କପୁର ଖାନ୍‌ ଆମୀରଙ୍କ ଅପୋଜିଟ୍‌ରେ ଅଛନ୍ତି। ଏହା ବ୍ୟତୀତ ମୋନା ସିଂହ ଓ ସାଉଥ ସୁପରଷ୍ଟାର ନାଗା ଚୈତେନ୍ୟ ଅକିନେନି ମଧ୍ୟ ପ୍ରମୁଖ ଭୂମିକାରେ ଅଛନ୍ତି

Related story