Advertisment

'କୌଣସି ରାଜନୈତିକ ଦଳ ସହ ମୋର ସମ୍ପର୍କ ନାହିଁ'

ନିକଟରେ ଅଭିନେତା ଆମୀର ଖାନ୍‌ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଆଗମୀ ନିର୍ବାଚନ ପାଇଁ ସେ ଏହି ବିଜ୍ଞାପନ କରିଥିବା କୁହାଯାଉଥିଲା। କିନ୍ତୁ ଏହା ଏକ ଫେକ୍ ଭିଡିଓ ବୋଲି ଅଭିନେତାଙ୍କ ଅଫିସିଆଲ୍‌ ଟିମ୍‌ ସ୍ପଷ୍ଟ କରିଛନ୍ତି।

Aamir Khan

Aamir Khan

Advertisment

ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ୍‌। ନିକଟରେ ସେ ଏକ ରାଜନୈତିକ ଦଳ ପାଇଁ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଆଗମୀ ନିର୍ବାଚନ ପାଇଁ ସେ ଏହି ବିଜ୍ଞାପନ କରିଥିବା କୁହାଯାଉଥିଲା। କିନ୍ତୁ ଏବେ ଏହି ଭିଡିଓକୁ ନେଇ ଏବେ ପ୍ରତିକ୍ରିୟା ରଖିଛନ୍ତି ଆମୀର ଖାନ୍‌। ଏହି ଭିଡିଓ ଫେକ୍‌ ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି। ଏଥିସହ କୌଣସି ରାଜନୈତିକ ଦଳ ସହ ତାଙ୍କର ସମ୍ପର୍କ ନଥିବା କହିଛନ୍ତି ଅଭିନେତାଙ୍କ ଅଫିସିଆଲ୍‌ ଟିମ୍‌। କେବଳ ସେତିକି ନୁହେଁ ଏହି ଫେକ୍ ଭିଡିଓକୁ ନେଇ ମୁମ୍ବାଇ ସାଇବର କ୍ରାଇମ୍‌ ପୁଲିସରେ ଆମୀର ଏଫ୍‌ଆଇର୍‌ ମଧ୍ୟ କରିଛନ୍ତି।

Advertisment

୩୯ ବର୍ଷୀୟ ଫିଲ୍ମ କ୍ୟାରିୟର୍‌ରେ ଅଭିନେତା ଆମୀର ଖାନ୍‌ କୌଣସି ବି ରାଜନୈତିକ ଦଳ ସହ ଯୋଡି ହୋଇନହାନ୍ତି। ତାଙ୍କର କୌଣସି ରାଜନୈତିକ ଦଳ ସହ ସମ୍ପର୍କ ନାହିଁ। ସେ କାହା ପାଇଁ ମଧ୍ୟ ପ୍ରଚାର କରି ନାହାନ୍ତି ବୋଲି ଆମୀରଙ୍କ ମୁଖପାତ୍ରଙ୍କ ତରଫ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି।

ବହୁ ବର୍ଷ ଧରି ଅନେକ ନିର୍ବାଚନ ବେଳେ ନିର୍ବାଚନ କମିଶନଙ୍କ ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ମତଦାନ ପାଇଁ ସଚେତନା ସୃଷ୍ଟି କରିବାକୁ ଆମୀର ପ୍ରାୟସ କରିଛନ୍ତି। ଲୋକଙ୍କୁ ଆଗକୁ ଆସି ଭୋଟିଂ ପ୍ରକ୍ରିୟାରେ ଭାଗ ନେବା ପାଇଁ ସେ ଅପିଲ କରନ୍ତି। କିନ୍ତୁ କୌଣସି ରାଜନୈତିକ ଦଳ ପାଇଁ ସେ ପ୍ରଚାର ପ୍ରସାର କରିନାହାନ୍ତି। ଆମେ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ, ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ଏକ ଫେକ୍‌ ଭିଡିଓ ବୋଲି ଆମୀର ଖାନ୍‌ଙ୍କ ମୁଖପାତ୍ର କହିଛନ୍ତି।

Advertisment

କହିରଖୁ, ନିକଟରେ ଆମୀର ଖାନ୍‌ଙ୍କ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଟେଲିକାଷ୍ଟ ହୋଇଥିବା ଏକ ଶୋ 'ସତ୍ୟମେବ ଜୟତେ' ସମୟରେ ଅଭିନେତାଙ୍କର ଏକ AI ନିର୍ମିତ ଭିଡିଓ ଥିଲା।

Bollywood News Bollywood Aamir Khan Fake Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe