Advertisment

ବିଶ୍ୱନାଥନ୍ ଆନନ୍ଦଙ୍କ ସହ ଚେସ୍ ମ୍ୟାଚ୍ ଖେଳିବେ ଆମୀର ଖାନ୍

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଆମୀର୍ ଖାନ୍ ନିଜର ଜବରଦସ୍ତ ଆକ୍ଟିଂ ଦ୍ୱାରା ଫ୍ୟାନଙ୍କ ହୃଦୟ ଜିଣିଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଆମୀର୍ ଜଣେ ଭଲ ଚେସ୍ ଖେଳାଳି। ଆମୀର ଖାନ୍ ଓ ପୂର୍ବତନ ଚେସ୍ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦଙ୍କ ମଧ୍ୟ ଚେସ୍ ମୁକାବିଲା ହେବାକୁ ଯାଉଛି। ଚେସ୍ ଡଟ୍ କମର ଟୁଇଟର୍ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ଏହି ମ୍ୟାଚ୍ ପାଇଁ ଦୁଇ ଷ୍ଟାରଙ୍କର ଫ୍ୟାନ୍ ବହୁତ ଉତ୍ସାହିତ ଅଛନ୍ତି। ଚେସ୍ ଡଟ୍ […]

ବିଶ୍ୱନାଥନ୍ ଆନନ୍ଦଙ୍କ ସହ ଚେସ୍ ମ୍ୟାଚ୍ ଖେଳିବେ ଆମୀର ଖାନ୍

viswanathan-anand--and-aami

Advertisment

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ଆମୀର୍ ଖାନ୍ ନିଜର ଜବରଦସ୍ତ ଆକ୍ଟିଂ ଦ୍ୱାରା ଫ୍ୟାନଙ୍କ ହୃଦୟ ଜିଣିଛନ୍ତି। କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଯେ ଆମୀର୍ ଜଣେ ଭଲ ଚେସ୍ ଖେଳାଳି। ଆମୀର ଖାନ୍ ଓ ପୂର୍ବତନ ଚେସ୍ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦଙ୍କ ମଧ୍ୟ ଚେସ୍ ମୁକାବିଲା ହେବାକୁ ଯାଉଛି। ଚେସ୍ ଡଟ୍ କମର ଟୁଇଟର୍ ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ଏହି ମ୍ୟାଚ୍ ପାଇଁ ଦୁଇ ଷ୍ଟାରଙ୍କର ଫ୍ୟାନ୍ ବହୁତ ଉତ୍ସାହିତ ଅଛନ୍ତି।

Advertisment

ଚେସ୍ ଡଟ୍ କମର ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରାଯାଇଛି ଯେ, ଆପଣମାନେ ଯେଉଁ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ, ତାହା ଆସିଯାଇଛି। ଚେସର ବହୁତ ବଡ଼ ସୌକିନ ସୁପର୍ ଷ୍ଟାର୍ ଆମୀର୍ ଖାନ୍ ପୂର୍ବତନ ବିଶ୍ୱ ଚାମ୍ପିୟନ୍ ବିଶ୍ୱନାଥନ ଆନନ୍ଦଙ୍କ ସହ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳିବେ। ଟୁଇଟରେ କୁହାଯାଇଛି ଯେ ଆମୀର୍ ଖାନ୍ ଓ ବିଶ୍ୱନାଥନ ଆନନ୍ଦଙ୍କ ମଧ୍ୟରେ ମ୍ୟାଚ୍ ୨୦୨୧, ଜୁନ୍ ୧୩ ତାରିଖରେ ଖେଳାଯିବ। ଏହି ମ୍ୟାଚକୁ ଚେସ୍ ଇଣ୍ଡିଆର ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଦେଖି ହେବ। ଏହି ମ୍ୟାଚ୍ ସନ୍ଧ୍ୟା ୫ଟାରୁ ରାତି ୮ଟା ଯାଏ ଖେଳାଯିବ।

https://twitter.com/chesscom_in/status/1401912770291896320?s=20

ଆମୀର୍ ଖାନ୍ ଓ ବିଶ୍ୱନାଥନ୍ ଆନନ୍ଦଙ୍କ ମଧ୍ୟରେ ଏହି ମୁକାବିଲା ଚ୍ୟାରିଟି ପାଇଁ ଅନୁଷ୍ଠିତ ହେବ। ଏଥିରୁ ଯେଉଁ ଅର୍ଥ ସଂଗ୍ରହ ହେବ, ତାହା ଚେସ୍ କମ୍ୟୁନିଟିର ସେହି ଲୋକଙ୍କୁ ସହାୟତା କରାଯିବ, ଯେଉଁମାନେ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି। ଏହି ଚ୍ୟାରିଟି ମ୍ୟାଚରେ ଆମୀରଙ୍କ ବ୍ୟତୀତ ଅନ୍ୟ ବଲିଉଡ୍ ଷ୍ଟାର୍ ମଧ୍ୟ ଭାଗ ନେବେ।

Advertisment

ଆମୀର୍ ଖାନ୍ ନିଜର ଆଗାମୀ ଫିଲ୍ମ ‘ଲାଲ୍ ସିଂହ ଚଡ୍ଡା’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ କରୀନା କପୁର ଅଛନ୍ତି। ଅଦ୍ବୈତ ଚନ୍ଦନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ଫରେଷ୍ଟ ଗମ୍ପର ହିନ୍ଦୀ ଆଡାପସନ୍।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe