Advertisment

ଚିହ୍ନିଲେ ଦେଖି ଏହି ହିରୋ ଜଣକ କିଏ ?

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଥ୍ରୀଲର୍‌ ଫିଲ୍ମ ‘ବବ୍‌ ବିଶ୍ୱାସ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ଶୁଟିଂ ସେଟ୍‌ରୁ ଅଭିଷେକଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ଆପଣ ଦେଖିଲେ ସହଜରେ ଅଭିଷେକ ବଚ୍ଚନ ବୋଲି ଚିହ୍ନି ପାରିବେ ନାହିଁ। ଫଟୋରେ ଅଭିଷେକଙ୍କୁ ଏକ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ଭାବରେ ଦେଖିବାକୁ ମିଳିଛି। ଫଟୋରେ ଦେଖନ୍ତୁ ଅଭିଷେକଙ୍କର ଏହି ନୂଆ ଲୁକ୍‌କୁ …   View this […]

ଅଦ୍ୟତନ ହୋଇଛି
ଚିହ୍ନିଲେ ଦେଖି ଏହି ହିରୋ ଜଣକ କିଏ ?

abhi3

Advertisment

ମୁମ୍ୱାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ଆଗାମୀ ଥ୍ରୀଲର୍‌ ଫିଲ୍ମ ‘ବବ୍‌ ବିଶ୍ୱାସ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏବେ ଶୁଟିଂ ସେଟ୍‌ରୁ ଅଭିଷେକଙ୍କର କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାକୁ ଆପଣ ଦେଖିଲେ ସହଜରେ ଅଭିଷେକ ବଚ୍ଚନ ବୋଲି ଚିହ୍ନି ପାରିବେ ନାହିଁ। ଫଟୋରେ ଅଭିଷେକଙ୍କୁ ଏକ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତି ଭାବରେ ଦେଖିବାକୁ ମିଳିଛି। ଫଟୋରେ ଦେଖନ୍ତୁ ଅଭିଷେକଙ୍କର ଏହି ନୂଆ ଲୁକ୍‌କୁ ...

Advertisment

ଏହି ଫଟୋଗୁଡ଼ିକୁ ଅଭିଷେକଙ୍କର କିଛି ଫ୍ୟାନ୍ ବିଭିନ୍ନ ଫ୍ୟାନ୍‌ କ୍ଲବ୍‌ରେ ଶେଆର୍‌ କରିଛନ୍ତି । ତାଙ୍କର ଏହି ନୂଆ ଲୁକ୍‌କୁ ଫ୍ୟାନ୍‌ ଲାଇକ୍‌ କରିବା ସହିତ କମେଣ୍ଟସ୍‌ ମାଧ୍ୟମରେ ଭଲପାଇବା ଦେଇଛନ୍ତି। ଅଭିଷେକ ସର୍ବଦା ନିଜର କାମକୁ ନେଇ ସିରିଅସ୍‌ ରହିବା ଦେଖିବାକୁ ମିଳିଥାଏ।

Advertisment

କରୋନା ଭାଇରସ୍‌ ଯୋଗୁଁ ଏବର୍ଷ ସିନେମାଘରେ ରିଲିଜ୍‌ ହେବାକୁ ଥିବା ଅଭିଷେକଙ୍କ ଫିଲ୍ମ ‘ଲୁଡୋ’ ନଭେମ୍ୱର ୧୨ ତାରିଖରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହୋଇଛି। ଏଥିରେ ସେ ବିଟ୍ଟୁ ଚରିତ୍ରରେ ଅଭିନୟ କରିଛନ୍ତି।

ସୂଚନାଯୋଗ୍ୟ, କୋଲକାତାରେ ‘ବବ୍‌ ବିଶ୍ୱାସ’ ଫିଲ୍ମର ଶୁଟିଂ ଚାଲିଛି।  ଡିସେମ୍ୱର ୯ ତାରିଖ ପର୍ଯ୍ୟନ୍ତ ଫିଲ୍ମର ଶୁଟିଂ ଜାରି ରହିବ। ଫିଲ୍ମରେ ଗୌରୀ ଖାନ୍‌, ସୁଜୟ ରାୟ ଓ ଗୌରବ ବର୍ମା ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ଏବଂ ଏହାର ନର୍ଦ୍ଦେଶକ ରହିଛନ୍ତି ଅନ୍ନପୂର୍ଣ୍ଣା ଘୋଷ। ଫିଲ୍ମରେ ଅଭିଷେକଙ୍କ ସହିତ ଚିତ୍ରାଙ୍ଗଦା ସିଂହ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe