Advertisment

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ ମାମଲା, ଜେଲ୍‌ରେ ଆତ୍ମହତ୍ୟା କଲା ଅଭିଯୁକ୍ତ

ଏପ୍ରିଲ ୧୪ ତାରିଖ ଭୋରୁ ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା। ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ।

ଅଦ୍ୟତନ ହୋଇଛି
salman-khan-firing-suicide

salman-khan-firing-suicide

Advertisment

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ଼ କରିବା ଘଟଣାରେ ସାମ୍ନାକୁ ଆସିଛି ଏକ ବଡ ଅପଡେଟ୍‌। ଏହି ମାମଲାରେ ଅଭିଯୁକ୍ତ ଥିବା ଅନୁଜ ଥାପାନ୍‌ ଜେଲ୍‌ ଭିତରେ ଆତ୍ମହତ୍ୟା ଉଦ୍ୟମ୍‌ କରିଥିଲା।  ତା' ଅବସ୍ଥା ଗୁରୁତର ଥିବାରୁ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସିତ ଅବସ୍ଥାରେ ସେଠାରେ ତା'ର ମୃତ୍ୟୁ ହୋଇଛି।

Advertisment

ଅଭିଯୁକ୍ତ ଅନୁଜ ଥାପାନକୁ ପଚରାଉଚରା ପାଇଁ ମୁମ୍ବାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ କ୍ରାଇମ ବ୍ରାଞ୍ଚ ଅଫିସ ଲକ୍‌ଅପ୍‌ରେ ରଖାଯାଇଥିଲା। ଏଠାରେ ହିଁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଏପ୍ରିଲ ୧୪ ତାରିଖ ଭୋରୁ ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ ହୋଇଥିଲା। ଦୁଇ ଜଣ ବାଇକ୍‌ରେ ଆସି ଗ୍ୟାଲେକ୍ସି ଆପାର୍ଟମେଣ୍ଟ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ। ଏହି ମାମଲରେ ପୁଲିସ ଧାରା ୩୦୭ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଥିଲା। ଏହାପରେ ଏପ୍ରିଲ ୧୬ ତାରିଖରେ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟ ଭୁଜରୁ ଗିରଫ କରିଥିଲା। ଗୁପ୍ତା ବାଇକ୍‌ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘରକୁ ଉପରକୁ ଗୁଳିମାଡ କରିଥିବା ଅଧିକାରୀମାନେ କହିଛନ୍ତି।

Advertisment

ଏମାନଙ୍କୁ ଅନୁଜ ଥାପାନ ହିଁ ବନ୍ଧୁକ ଯୋଗାଇଥିଲା। ପୁଲିସ ପଞ୍ଜାବରୁ ଅନୁଜ ଥାପାନଙ୍କ ସମେତ ସୋନୁ ସୁଭାଷ ଚନ୍ଦ୍ରଙ୍କୁ ମଧ୍ୟ ଗିରଫ କରିଥିଲା। ଏହାପରେ ଉଭୟଙ୍କୁ ମୁମ୍ବାଇ ଅଣାଯାଇଥିଲା। ଅନୁଜ ଥାପାନ ଜଣେ ଟ୍ରକ୍‌ ହେଲ୍‌ପର ଭାବେ କାମ କରେ। ସେହିପରି ସୁଭାଷ ଚାଷ କାମ କରେ। ଅନୁଜଙ୍କ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି। ସେ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ ସହ ଜଡିତ ଥିବା ମଧ୍ୟ କୁହାଯାଉଛି।

Accused Attempt Suicide Salman Khan House Firing Case Mumbai Police Salman Khan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe