Advertisment

ଭେଟରାନ ଅଭିନେତା ଅଚ୍ୟୁତ ପୋତଦାରଙ୍କ ଦେହାନ୍ତ

ମୃତ୍ୟୁର ପ୍ରକୃତ କାରଣ ହସ୍ପିଟାଲ ପକ୍ଷରୁ କୁହାଯାଇ ନଥିଲେ ହେଁ ବୟସ ଜନିତ ରୋଗରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।

Achyut Potdar

Achyut Potdar

Advertisment

ବଲିଉଡର ଭେଟରାନ ଅଭିନେତା ଅଚ୍ୟୁତ ପୋତଦାର ଆଉ ନାହାନ୍ତି। ସୁପରହିଟ ହିନ୍ଦୀ ଫିଲ୍ମ ୩ ଇଡିୟଟ୍ସରେ ପ୍ରଫେସର ଭୂମିକାରେ ଅଭିନୟ କରି ସମସ୍ତଙ୍କ ଦୃଦୟ ଜିତି ପାରିଥିବା ଅଚ୍ୟୁତ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି। ବୟସଜନିତ ଅସୁସ୍ଥତା କାରଣରୁ ତାଙ୍କୁ ମୁମ୍ବାଇର ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ମୃତ୍ୟୁର ପ୍ରକୃତ କାରଣ ହସ୍ପିଟାଲ ପକ୍ଷରୁ କୁହାଯାଇ ନଥିଲେ ହେଁ ବୟସ ଜନିତ ରୋଗରୁ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ମଙ୍ଗଳବାର ଥାଣେରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଦୀର୍ଘ ଦଶନ୍ଧି ଧରି ସିନେମା ଶିଳ୍ପ ସହ ଜଡ଼ିତ ଥିବା ଅଚ୍ୟୁତ ପୋତଦାର ୧୨୫ରୁ ଅଧିକ ହିନ୍ଦୀ ଓ ମରାଠୀ ଫିଲ୍ମରେ ଅଭିନୟ କରିଥିଲେ। ଆକ୍ରୋଶ, ଅର୍ଦ୍ଧ ସତ୍ୟ, ତେଜାବ ଓ ପରିନ୍ଦା ଭଳି ଫିଲ୍ମରେ ତାଙ୍କ ବଳିଷ୍ଠ ଅଭିନୟର ଯାଦୁ ଦେଖିବାକୁ ମିଳିଥିଲା। ୩ ଇଡିୟଟ୍ସ ଫିଲ୍ମରେ ସେ କହିଥିବା ଡାଏଲଗ ‘ଆରେ କେହେନା କ୍ୟାୟ ଚାହାତେହୋ’ ଏବେ ବି ବେଶ ଭାଇରାଲ ହେଉଛି।

Advertisment

ବଡ଼ ପରଦା ବ୍ୟତୀତ ଟିଭି ଦୁନିଆ ପ୍ରତି ମଧ୍ୟ ଅଚ୍ୟୁତଙ୍କ ଅବଦାନ ସବୁବେଳେ ମନେ ରହିବ। ୱାଗଲେ କି ଦୁନିଆ ଓ ଭାରତ କି ଖୋଜ ପାଇଁ ସେ ସବୁଦିନ ମନେ ରହିବେ। ମଞ୍ଚ, ଟିଭି ଓ ସିନେମା ଦୁନିଆରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି।

ତାଙ୍କ ଦେହାନ୍ତ ଖବର ପୂରା ସିନେମା ଓ ଟେଲିଭିଜନ ଜଗତରେ ଶୋକର ଚ୍ଛାୟା ଖେଳାଇ ଦେଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

achyut-potdar Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe