Advertisment

ନିଜକୁ ସମ୍ମୁଖ ଯୋଦ୍ଧା କହି ଟିକା ନେଇଛନ୍ତି କି ଏହି ଅଭିନେତ୍ରୀ?

ମୁମ୍ବାଇ: ବିବାଦରେ ବିଲଉଡ ଅଭିନେତ୍ରୀ ମୀରା ଚୋପ୍ରା। ସେ ନକଲି ପରିଚୟପତ୍ର ଜରିଆରେ ନିଜକୁ ସମ୍ମୁଖ ଯୋଦ୍ଧାର ପରିଚୟ ଦେଇ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ଅଭିଯୋଗ ହୋଇଛି। ଥାଣେର ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଫେକ୍‌ ଆଇଡି ଜରିଆରେ ଟିକା ନେଇଥିବା ଘଟଣା ନୂଆ ବିବାଦ ସୃଷ୍ଟି କରିଛି। ତେବେ ଅଭିନେତ୍ରୀ ମୀରା ଏହାକୁ ଖଣ୍ଡନ କରିଛନ୍ତି। ମୀରା ଚୋପ୍ରା ୧୮ରୁ ୪୪ ବର୍ଷର ବର୍ଗ ମଧ୍ୟରେ ଆସୁଛନ୍ତି। ଟିକାର ଅଭାବ ଯୋଗୁ ମହାରାଷ୍ଟ୍ର ସରକାର […]

ନିଜକୁ ସମ୍ମୁଖ ଯୋଦ୍ଧା କହି ଟିକା ନେଇଛନ୍ତି କି ଏହି ଅଭିନେତ୍ରୀ?

Meera

Advertisment

ମୁମ୍ବାଇ: ବିବାଦରେ ବିଲଉଡ ଅଭିନେତ୍ରୀ ମୀରା ଚୋପ୍ରା। ସେ ନକଲି ପରିଚୟପତ୍ର ଜରିଆରେ ନିଜକୁ ସମ୍ମୁଖ ଯୋଦ୍ଧାର ପରିଚୟ ଦେଇ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ଅଭିଯୋଗ ହୋଇଛି। ଥାଣେର ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ ଫେକ୍‌ ଆଇଡି ଜରିଆରେ ଟିକା ନେଇଥିବା ଘଟଣା ନୂଆ ବିବାଦ ସୃଷ୍ଟି କରିଛି। ତେବେ ଅଭିନେତ୍ରୀ ମୀରା ଏହାକୁ ଖଣ୍ଡନ କରିଛନ୍ତି।

Advertisment

ମୀରା ଚୋପ୍ରା ୧୮ରୁ ୪୪ ବର୍ଷର ବର୍ଗ ମଧ୍ୟରେ ଆସୁଛନ୍ତି। ଟିକାର ଅଭାବ ଯୋଗୁ ମହାରାଷ୍ଟ୍ର ସରକାର ଏହି ବର୍ଗର ଲୋକଙ୍କ ଟିକାକରଣ ବନ୍ଦ ରଖିଛନ୍ତି। ହେଲେ ମୀରା ନକଲି ପରିଚୟ ପତ୍ର ଜରିଆରେ ନିଜକୁ ଗୋଟିଏ ଘରୋଇ ଫାର୍ମର ସୁପରଭାଇଜର ଭାବେ ଦର୍ଶାଇଥିଲେ।

Meera Chopra reacts to allegation of posing as a frontline worker to get  the vaccine | Filmfare.com

ଏହାପରେ ସମ୍ମୁଖ ଯୋଦ୍ଧା ଭାବେ ସେ ଜରୁରୀ କାଳୀନ ଭିତ୍ତିରେ ଟିକା ନେଇଥିବା କୁହାଯାଉଛି। ସେ ଟିକା ନେବା ପରେ ଫଟୋ ଅପଲୋଡ କରିଥିଲେ। ବିବାଦ ପରେ ଏହାକୁ ବର୍ତ୍ତମାନ ଡିଲେଟ କରିଦିଆଯାଇଛି। ହେଲେ ସୋଶାଲ ମିଡିଆରେ ମୀରା ବ୍ୟବହାର କରିଥିବା ଫେକ୍ ପରିଚୟପତ୍ର ଭାଇରାଲ ହେବାରେ ଲାଗିଛି।

Advertisment

a9eblqtg
ଅନ୍ୟପକ୍ଷରେ ସୋଶାଲ ମିଡିଆରେ ମୀରାଙ୍କ ନାଁରେ ଭାଇରାଲ ହେଉଥିବା ପରିଚୟପତ୍ର ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି। ଥାଣେ ମ୍ୟୁନସିପାଲ କର୍ପୋରେସର କମିଶନର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ୩ ଦିନ ମଧ୍ୟରେ ମୀରା ନକଲି ପରିଚୟ ପତ୍ର ଦେଖାଇ ଟିକା ନେଇଛନ୍ତି କି ନାହିଁ, ତା’ର ରିପୋର୍ଟ କମିଶନରଙ୍କ ପାଖରେ ଦାଖଲ କରାଯିବ।

ମୀରା ଚୋପ୍ରା ଗୋଟିଏ ବିବୃତି ଜାରି କରି କହିଛନ୍ତି, “ମୋତେ କେବଳ ଟିକା ପାଇଁ ଆଧାର କାର୍ଡ ମଗାଯାଇଥିଲା। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଆଇଡି ମୋର ନୁହେଁ। ମୋତେ ପଞ୍ଜୀକରଣ ପାଇଁ କେବଳ ଆଧାର କାର୍ଡ ମଗାଯାଇଥିଲା ଓ ମୁଁ କେବଳ ସେହି ପରିଚୟପତ୍ର ଦେଇଥିଲି।

ଆପଣଙ୍କ ଦସ୍ତଖତ ନ ଥିବା କୌଣସି ଆଇଡି ବୈଧ ନୁହେଁ। ଟ୍ୱିଟରରେ ମୋ ନାଁରେ ପ୍ରଚାର ହେଉଥିବା ଆଇଡିକୁ ମୁଁ ପ୍ରଥମଥର ଦେଖୁଛି। ମୁଁ ନକଲି ପରିଚୟ ପତ୍ର ଭାଇରାଲ ଘଟଣାକୁ ନିନ୍ଦା କରୁଛି। ମୋ ନାଁରେ ଏପରି କିଏ ଓ କାହିଁକି କରୁଛି, ତା’ର କାରଣ ମୁଁ ମଧ୍ୟ ଜାଣିବାକୁ ଚାହୁଁଛି।”


ମୀରା ଚୋପ୍ରା ହେଉଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ। ସେ ହିନ୍ଦୀ ସିନେମା ସହ ତାମିଲ ଓ ତେଲଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe