/odisha-reporter/media/post_attachments/uploadimage/library/16_9/16_9_0/IMAGE_1711022045.jpg)
Ajith Kumar
ହାତରେ ଚଟୁ ଓ ହଣ୍ଡା ଧରି ରାସ୍ତାକଡରେ ରାନ୍ଧିଲେ ଅଭିନେତା। ଝାଳ ନାଳ ହୋଇ ସମସ୍ତଙ୍କ ପାଇଁ ତିଆରି କଲେ ବିରିୟାନୀ। ସାଉଥ ସୁପରଷ୍ଟାର୍ ଅଜିତ କୁମାର ଅଭିନୟ ସହ ଦେଖାଇଲେ ନିଜ ରୋଷେଇ ଟ୍ୟାଲେଣ୍ଟ। କେବଳ ସେତିକି ନୁହେଁ ସମସ୍ତଙ୍କୁ ନିଜ ହାତରେ ପରଷିଲେ ମଧ୍ୟ। ତାମିଲ ଅଭିନେତାଙ୍କ ଏହି ନୂଆ ଲୁକ୍ ଦେଖି ତାଙ୍କ ଉପରେ ଫ୍ୟାନ୍ମାନେ ଫିଦା ହୋଇଯାଇଛନ୍ତି। ଅଜିତ କୁମାରଙ୍କ ଏହି ଭିଡିଓ ସୋଶାଲ ମିଡିଆରେ ଭଇରାଲ ହେବାରେ ଲାଗିଛି।
ଦେହରେ କଳା ରଙ୍ଗର ଜ୍ୟାକେଟ୍ ଆଉ ହାତରେ ଚଟୁ। ଗ୍ୟାସ୍ ଉପରେ ବସିଛି ବଡ ହଣ୍ଡା। ଚାଲିଛି ବିରିୟାନୀ ପ୍ରସ୍ତୁତି। ପୂରା ମାଷ୍ଟର ସେଫ ଭଳି ରାସ୍ତାକଡ଼ରେ ଠିଆ ହୋଇ ରୋଷେଇ କରୁଛନ୍ତି ଅଭିନେତା ଅଜିତ। ରୋଷେଇ କରିବା ବେଳେ ସେ ଝାଳନାଳ ମଧ୍ୟ ହୋଇଯାଉଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସିଛି।
ପ୍ରକୃତରେ ଫିଲ୍ମରୁ କିଛି ଦିନ ପାଇଁ ବ୍ରେକ୍ ନେଇ ନିଜ ସାଙ୍ଗ ସାଥୀଙ୍କ ସହ ରୋଡ୍ ଟ୍ରିପ୍ରେ ବାହାରିଛନ୍ତି ଅଜିତ। ଷ୍ଟପ୍ ଓଭର୍ ତଥା ଆରାମ କରିବା ପାଇଁ ଅଭିନେତା ଓ ତାଙ୍କ ରୋଡ୍ ଟ୍ରିପ୍ ଗ୍ୟାଙ୍ଗ ମଧ୍ୟପ୍ରଦେଶରେ ଅଟକି ଥିଲେ। ଏହି ସମୟରେ ଅଜିତ ସମସ୍ତଙ୍କ ପାଇଁ ବିରିୟାନୀ ରୋଷେଇ କରିଥିଲେ। ୫୨ ବର୍ଷୀୟ ଅଜିତଙ୍କ ଏହି ନୂଆ ଅନ୍ଦାଜ ଏବେ ତାଙ୍କ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସିଛି। ଅନେକ ୟୁଜର୍ସ କମେଣ୍ଟ କରି ତାମିଲ ଅଭିନେତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।
Exclusive Video 😎🔥AK Cooking briyani For Rider❤️ We Always Love you Sir ❤️#VidaaMuyarchi#AjithKumar#Ajith#AjithKumar#vidaaMuyarchi#Goodbadugly#GoodBadUglypic.twitter.com/i5LdoGLvBY
— Ajithkumar_Samrajyam (@Ak_Samrajyam) March 21, 2024
ଶେଷଥର ପାଇଁ ଅଜିତଙ୍କୁ ତାମିଲ ଫିଲ୍ମ 'ବିଦା ମୁୟାର୍ଚ୍ଚି'ରେ ଦେଖିବାକୁ ମିଳିଥିଲା। ଆଗକୁ ସେ ଅପକମିଂ ଫିଲ୍ମ 'ଗୁଡ ବ୍ୟାଡ୍ ଅଗଲି'ରେ ନଜର ଆସିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
