/odisha-reporter/media/post_attachments/uploadimage/library/16_9/16_9_0/Actor_1695295127.jpg)
Actor
ସାମ୍ନାକୁ ଆସିଛି ଅତ୍ୟନ୍ତ ଦୁଃଖଦ ଖବର। ବଲିଉଡର ସୁପରହିଟ୍ ସିନେମା ୩ ଇଡିୟଟ୍ସରେ ଅଭିନୟ କରିଥିବା ଅଖିଲ ମିଶ୍ରା ଆଉ ନାହାନ୍ତି। ଚେୟାରରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ଏହି ଘଟଣା ଘଟିଥିବା ବେଳେ ଅଖିଲଙ୍କ ପତ୍ନୀ ତଥା ଅଭିନେତ୍ରୀ ସୁଜାନେ ବେରନେର୍ଟ ଏ ସମ୍ପର୍କରେ ଗୋଟିଏ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରିପୋର୍ଟ ଅନୁସାରେ, ୬୭ ବର୍ଷୀୟ ଅଖିଲା ମିଶ୍ରା ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ରହିଥିଲେ। ତାଙ୍କର ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା ରହିଥିଲା। ବୁଧବାର ସନ୍ଧ୍ୟାରେ ସେ ରୋଷେଇ ଘରକୁ ଯାଇଥିଲେ। ଚେୟାରରେ ଛିଡ଼ା ହୋଇ କିଛି କାମ କରୁଥିବା ବେଳେ ହଠାତ୍ ତଳେ କଚାଡ଼ି ହୋଇ ପଡ଼ି ଯାଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିଲା।
ତାଙ୍କୁ ତୁରନ୍ତ ପରିବାରର କିଛି ସଦସ୍ୟ ଓ ପଡ଼ୋଶୀ ହସ୍ପିଟାଲ ନେଇଥିଲେ। ହସ୍ପିଟାଲ ଯିବା ବାଟରେ ମଧ୍ୟ ତାଙ୍କର ଚେତା ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଇଣ୍ଟରନାଲ ହାମରେଜ ଆରମ୍ଭ ହୋଇ ଯାଇଥିଲା। ଡାକ୍ତରୀ ଟିମ ତାଙ୍କୁ ରକ୍ଷା କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଁ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।
ଘଟଣା ବେଳେ ଅଖିଲଙ୍କ ପତ୍ନୀ ସୁଜାନେ ଶୁଟିଂ ପାଇଁ ହାଇଦ୍ରାବାଦରେ ଥିଲେ। ଖବର ପାଇ ସେ ବୁଧବାର ରାତିରେ ହିଁ ମୁମ୍ବାଇ ଆସିଥିଲେ।
ଅଖିଲ ବିଭିନ୍ନ ସିନେମା ସହ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ। ୩ ଇଡିୟଟ୍ସରେ ସେ ଇବ୍ରାହିମ ଦୁବେ ଚରିତ୍ରରେ ନଜର ଆସିଥିଲା। ଏହାବାଦ ଡନ, ଗାନ୍ଧି, ମାଇଁ ଫାଦର, ଉତ୍ତରନ, ଉଡ଼ାନ ଓ ଶ୍ରୀମାନ ଶ୍ରୀମତି ଭଳି ସିନେମା ଏବଂ ସିରିଏଲରେ ଦମଦାର ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ଅନେକ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
