Advertisment

ପୁଣି ମନ ଜିଣିଲେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍: ଗୁଟ୍‌କା ପରେ ମଦ ବିଜ୍ଞାପନକୁ ନା

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍। ରିଲ୍ ନୁହେଁ, ରିୟଲ ଲାଇଫ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ଏହି ହ୍ୟାଣ୍ଡସମ୍‌ ହଙ୍କ୍‌। ନିକଟରେ ଅଲ୍ଲୁ ଏକ ମଦ କଂପାନୀର ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି। ଏଭଳି ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଅଲ୍ଲୁ ଅର୍ଜୁନ୍ ପୂର୍ବରୁ ଏକ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ। ଏହି ବିଜ୍ଞାପନ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ମୋଟା ଅଙ୍କର ଟଙ୍କା ଅଫର ଦିଆଯାଇଥିଲା। […]

author-image
Sonali Kabi
ଅଦ୍ୟତନ ହୋଇଛି
ପୁଣି ମନ ଜିଣିଲେ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍: ଗୁଟ୍‌କା ପରେ ମଦ ବିଜ୍ଞାପନକୁ ନା

allu-arjun

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ୍। ରିଲ୍ ନୁହେଁ, ରିୟଲ ଲାଇଫ୍‌ରେ ଫ୍ୟାନ୍ସଙ୍କ ମନ ଜିଣିଛନ୍ତି ଏହି ହ୍ୟାଣ୍ଡସମ୍‌ ହଙ୍କ୍‌। ନିକଟରେ ଅଲ୍ଲୁ ଏକ ମଦ କଂପାନୀର ବିଜ୍ଞାପନ କରିବାକୁ ମନା କରିଦେଇଛନ୍ତି। ଏଭଳି ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

Advertisment

ଅଲ୍ଲୁ ଅର୍ଜୁନ୍ ପୂର୍ବରୁ ଏକ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ। ଏହି ବିଜ୍ଞାପନ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ମୋଟା ଅଙ୍କର ଟଙ୍କା ଅଫର ଦିଆଯାଇଥିଲା। ହେଲେ ସେ ଉକ୍ତ ପାନ ମସଲା ବ୍ରାଣ୍ଡକୁ ପ୍ରୋତ୍ସାହିତ କରିବାକୁ ସିଧା ସଳଖ ମନା କରିଦେଇଥିଲେ। ଆଉ ଏବେ ଏକ ମଦ କଂପାନୀର ବିଜ୍ଞାପନ କରିବାକୁ ପାଇଥିବା କୋଟି କୋଟି ଟଙ୍କାର ଅଫରକୁ ବି ମନା କରି ଦେଇଛନ୍ତି। ସୋଶାଲ ମିଡିଆ ୟୁଜର୍ସ ଏହି ଖବର ଜାଣିବା ପରେ ଅଲ୍ଲୁ ଅର୍ଜୁନଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।

ସ୍ତମ୍ଭକାର, ଲେଖକ ତଥା ଫିଲ୍ମ ଇଣ୍ଡଷ୍ଟ୍ରୀ ଟ୍ରାକର ଏମ୍ ବିଜୟବାଲାନ ଟ୍ୱିଟ୍ କରି କହିଛନ୍ତି, ଏକ ଗୁଟକା ଓ ମଦ କଂପାନୀର ବିଜ୍ଞାପନ କରିବାକୁ ପାଇଥିବା ୧୦ କୋଟି ଟଙ୍କାର ଅଫରକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ଅଲ୍ଲୁ ଅର୍ଜ୍ଜୁନ। ଅନ୍ୟମାନେ ତାଙ୍କୁ ଅନୁସରଣ କରିବା ଆବଶ୍ୟକ। ଏହା ସହିତ ଅଲ୍ଲୁ ଅର୍ଜୁନ ଏବେ ବ୍ରାଣ୍ଡ ପ୍ରୋମୋସନ ପାଇଁ ୭.୫ କୋଟି ନେଉଛନ୍ତି ବୋଲି ଏମ୍ ବିଜୟବାଲାନ ଲେଖିଛନ୍ତି।

Advertisment

ସୂଚନା ଅନୁଯାୟୀ, ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର, ଶାହରୁଖ ଖାନ ଓ ଅଜୟ ଦେବଗନ ପାନ ମସଲା ବିଜ୍ଞାପନରେ କାମ କରିଛନ୍ତି। ଏହାକୁ ନେଇ ସେମାନଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଅନ୍ୟପକ୍ଷରେ ବିଗ୍-ବି ଅମିତାଭ ବଚ୍ଚନ ପାନ ମସଲାର ବିଜ୍ଞାପନ କରିବାକୁ ମନା କରି ଦେଇଥିଲେ।