Advertisment

ଆରପାରିରେ ସଲମାନଙ୍କ କୋ-ଷ୍ଟାର୍‌

ମୁମ୍ବାଇ: ବଲିଉଡ ଅଭିନେତା ତଥା ‘କିକ୍‌’ ଫିଲ୍ମରେ ସଲମାନ ଖାନ୍‌ଙ୍କ କୋ-ଷ୍ଟାର ଥିବା ଅରୁଣ ବର୍ମାଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ଭୋପାଲ ସ୍ଥିତ ପିପୁଲ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଣେ ଘନିଷ୍ଠ ବନ୍ଧୁ କବି ଉଦୟ ଦହିୟା ଅରୁଣଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ସୋଶାଲ ମିଡିଆ ଆକାଉଣ୍ଟରେ ଅରୁଣଙ୍କ ଏକ ଫଟୋ ଶେଆର କରି ତାଙ୍କ ଅମର ଆତ୍ମାର […]

ଅଦ୍ୟତନ ହୋଇଛି
ଆରପାରିରେ ସଲମାନଙ୍କ କୋ-ଷ୍ଟାର୍‌

arun-verma

Advertisment

ମୁମ୍ବାଇ: ବଲିଉଡ ଅଭିନେତା ତଥା 'କିକ୍‌' ଫିଲ୍ମରେ ସଲମାନ ଖାନ୍‌ଙ୍କ କୋ-ଷ୍ଟାର ଥିବା ଅରୁଣ ବର୍ମାଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଆଜି ଭୋପାଲ ସ୍ଥିତ ପିପୁଲ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଜଣେ ଘନିଷ୍ଠ ବନ୍ଧୁ କବି ଉଦୟ ଦହିୟା ଅରୁଣଙ୍କ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ସୋଶାଲ ମିଡିଆ ଆକାଉଣ୍ଟରେ ଅରୁଣଙ୍କ ଏକ ଫଟୋ ଶେଆର କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ଅରୁଣ ସଲମାନ ଖାନ୍‌, ଅମିତାଭ ବଚ୍ଚନ, ସଞ୍ଜୟ ଦତ୍ତ ଏବଂ ଅକ୍ଷୟ କୁମାରଙ୍କ ସମେତ ଅନେକ ବଡ ବଡ ଅଭିନେତା ସହ ସ୍କ୍ରିନ୍‌ ଶେଆର କରିସାରିଛନ୍ତି। ତାଙ୍କ ମୃତ୍ୟୁ ଖବର ପାଇ ଏବେ ବି-ଟାଉନରେ ଶୋକର ଛାୟା ଖେଳି ଯାଇଛି।

ଅରୁଣ ବର୍ମା ସଲମାନ ଖାନଙ୍କ ଫିଲ୍ମ 'କିକ୍‌'ରେ କାମ କରିଥିଲେ। ବଲିଉଡ ଫିଲ୍ମ ସମେତ ଥିଏଟର୍‌ରେ ବି କାମ କରିଥିଲେ ଅରୁଣ ବର୍ମା। ସେ କବିତା ପାଠ ମଧ୍ୟ କରୁଥିଲେ। ସେ ଅନେକ ଷ୍ଟେଜ୍ ଶୋ' ଏବଂ ଡ୍ରାମା ମଧ୍ୟ କରିଥିଲେ। ସେ ପ୍ରସିଦ୍ଧ ଥିଏଟର କଳାକାର ବବ୍‌ କାରନ୍ତଙ୍କ ଶିଷ୍ୟ ଥିଲେ। ଅରୁଣ ଅନେକଗୁଡିଏ ଟେଲିଭିଜନ ସିରିଏଲରେ ମଧ୍ୟ କାମ କରିଛନ୍ତି। 'ଡକାୟତ', 'ହିନା', 'ଖଲନାୟକ', 'ପ୍ରେମ ଗ୍ରନ୍ଥ', 'ନାୟକ', ମୁଝସେ ସାଦି କରୋଗି', 'ହିରୋପନ୍ତି' ଭଳି ୮୦ଟି ଫିଲ୍ମରେ କାମ କରିଛନ୍ତି ଅରୁଣ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe