Advertisment

ଅଭିନେତ୍ରୀ ଆଶା ଶର୍ମାଙ୍କ ପରଲୋକ

ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

Asha Sharma

Asha Sharma

Advertisment

ଭେଟେରାନ ଅଭିନେତ୍ରୀ ଆଶା ଶର୍ମାଙ୍କର ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସିନେ ଓ ଟିଭି କଳାକାର ସଂଘ ପକ୍ଷରୁ ତାଙ୍କର ମୃତ୍ୟୁ ଖବରକୁ ସ୍ପଷ୍ଟ କରାଯାଇଛି। ତେବେ ତାଙ୍କ ମୃତ୍ୟୁର କାରଣ ସଂପର୍କରେ କିଛି କୁହାଯାଇନାହିଁ। 

Advertisment

ଅନେକ ଟେଲିଭିଜନ ଧାରାବାହିକ ଓ ଫିଲ୍ମରେ ଅଭିନୟ କରିଥିଲେ ଆଶା। ବିଶେଷ କରି ତାଙ୍କୁ ମା’ ଓ ଜେଜେ ମା’ ଭୂମିକାରେ ଅଧିକ ଦେଖିବାକୁ ମିଳେ। ଶେଷଥର ପାଇଁ ତାଙ୍କୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଦେଖିଥିଲେ ଦର୍ଶକ। ସେ ସେଥିରେ ଶବରୀ ଚରିତ୍ରରେ ଅଭିନୟ କରିଥିଲେ।

ଏକତା କପୁରଙ୍କ ହିଟ୍ ଧାରାବାହିକ ‘କୁମ୍‌କୁମ୍‌ ଭାଗ୍ୟ’ରେ କରିଥିବା ଅଭିନୟ ପାଇଁ ଆଶା ଶର୍ମା ଅଧିକ ଜଣାଶୁଣା ଥିଲେ। ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଅଭିନୀତ ଫିଲ୍ମ ‘ଦୋ ଦିଶାଏଁ’ରେ ଅଭିନୟ କରିଥିଲେ ଆଶା ଶର୍ମା। ଆଉ ଏଥିପାଇଁ ସେ ବହୁ ପ୍ରଶଂସିତ ହୋଇଥିଲେ। ସେହି ଫିଲ୍ମରେ ପ୍ରେମ ଚୋପ୍ରା, ଅରୁଣା ଇରାନୀ ଓ ନିରୂପାରୟ ପ୍ରମୁଖ ଅଭିନୟ କରିଥିଲେ। 

Advertisment

ଆଶା ଶର୍ମା ‘ମୁଝେ କୁଛ୍ କେହନା ହେ’, ‘ପ୍ୟାର ତୋ ହୋନା ହୀ ଥା’,‘ହମ୍ ତୁମହାରେହେଁ ସନମ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ସେହିପରି ସେ ଲୋକପ୍ରିୟ ଧାରାବାହିକ ‘କୁମ୍‌କୁମ୍ ଭାଗ୍ୟ’ ସହିତ ମନ୍ କୀ ଆୱାଜ ପ୍ରତିଜ୍ଞା ଓ ‘ଏକ୍ ଔର ମହାଭାରତ’ରେ ଅଭିନୟ କରିଥିଲେ।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe