Advertisment

ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ: ହୋଟେଲ ରୁମ୍‌କୁ ଡାକି ଡ୍ରେସ୍‌ ଓହ୍ଲାଇବାକୁ କହିଲେ, ତା'ପରେ…

ସେ ଚଳଚ୍ଚିତ୍ର ନିର୍ମାତା ତଥା ନିଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ଥାନାକୁ ଯାଇଛନ୍ତି।

Ranjith

Ranjith

Advertisment

ସାମ୍ନାକୁ ଆସିଲା ଫିଲ୍ମ ଇଣ୍ଡଷ୍ଟ୍ରିର ଆଉ ଏକ ଡାର୍ଟି ଷ୍ଟୋରୀ। ନିର୍ଦ୍ଦେଶକଙ୍କ ନାଁରେ ଆସିଲା ଯୌନ ନିର୍ଯାତନା ଅଭିଯୋଗ। ଏଥର ଅଭିଯୋଗ ଆଣିଲେ ଜଣେ ଅଭିନେତା। ଅଡିସନ୍‌ ଦେବା ବାହାନାରେ ହୋଟେଲ୍‌ ରୁମ୍‌କୁ ଡାକି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଯୌନ ନିର୍ଯାତନା ମାମଲାକୁ ନେଇ ବର୍ତ୍ତମାନ ମଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଝଡ଼ ସୃଷ୍ଟି ହୋଇଛି। ଇଣ୍ଡଷ୍ଟ୍ରିରେ ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ହେମା କମିଟିର ରିପୋର୍ଟ ଆସିବା ପରେ ଚୁପ୍‌ ରହିଥିବା କଳାକାରମାନେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି। ଗୋଟିଏ ପରେ ଗୋଟିଏ କଳା ସତ ସାମ୍ନାକୁ ଆସୁଛି। ଏବେ ଏହି କ୍ରମରେ ଜଣେ ମଲୟାଲମ ଅଭିନେତା ଯୋଡି ହୋଇଛନ୍ତି। ସେ ନିଜ ସହ ଘଟିଥିବା ଯୌନ ନିର୍ଯାତନ ବିରୋଧରେ ସ୍ୱର ଉଠାଇଛନ୍ତି। ସେ ଚଳଚ୍ଚିତ୍ର ନିର୍ମାତା ତଥା ନିଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ଥାନାକୁ ଯାଇଛନ୍ତି।

୨୦୧୨ରେ ନିର୍ଦ୍ଦେଶକ ରଞ୍ଜିତ ଅଡିସନ ପାଇଁ ବେଙ୍ଗାଲୁରୁର ଏକ ହୋଟେଲକୁ ପୀଡିତ ଅଭିନେତାଙ୍କୁ ଡାକିଥିଳେ। ଏଠାରେ ସେ ଅଭିନେତାଙ୍କୁ କୁଆଡେ ତାଙ୍କ ଡ୍ରେସ୍‌ ଓହ୍ଲାଇବାକୁ ବାଧ୍ୟ କରିଥିଲେ। ଏହାପରେ ନିର୍ଦ୍ଦେଶକ ରଞ୍ଜିତ ତାଙ୍କର ଯୌନ ଉତ୍ପୀଡନ କରିଥିଲେ। ପରଦିନ ସକାଳେ ରଞ୍ଜିତ କୁଆଡେ ତାଙ୍କୁ ଟଙ୍କା ମଧ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

Advertisment

କେରଳ ପୁଲିସର ସୂଚନାନୁସାରେ, ଅଭିନେତା ପୁଲିସ ମହାନିର୍ଦ୍ଦେଶକ ତଥା ଏସଆଇଟି ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ଏହାକୁ ଆଧାର କରି ନିର୍ଦ୍ଦେଶକ ରଞ୍ଜିତଙ୍କ ବିରୋଧରେ ଏଫ୍ଆଇଆର୍‌ ରୁଜୁ କରାଯାଇ ମାମଲାର ଯାଞ୍ଚ ଜାରି ରହିଛି।

ଏହାପୂର୍ବରୁ ଜଣେ ବଙ୍ଗୀୟ ଅଭିନେତ୍ରୀ ମଧ୍ୟ ନିର୍ଦ୍ଦେଶକ ରଞ୍ଜିତଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ସାରିଛନ୍ତି। ୨୦୦୯ରେ ଫିଲ୍ମରେ ଅଡିସନ ଦେବା ବାହାନାରେ ରଞ୍ଜିତ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି। ଅଭିନେତ୍ରୀଙ୍କ ଅଭିଯୋଗ ପରେ ରଞ୍ଜିତ କେରଳ ଚଲାଚ୍ଚିତ୍ର ଏକାଡେମୀର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଥିଲେ।

Me Too Mollyood Sex Assault
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe