Advertisment

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦିଲୀପ କୁମାର

ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍ ଆସିଛି। ତାଙ୍କୁ ଆଜି ହସ୍ପିଟାଲର ଡିସଚାର୍ଜ କରିଦିଆଯାଇଛି। ଡିସଚାର୍ଜ ହେବା ନେଇ ସୂଚନା ଦେଇଛନ୍ତି ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୋ। ସାଇରା ବାନୋ କହିଛନ୍ତି, ଆମେ ବହୁତ ଖୁସି। ତାଙ୍କ ଫୁସଫୁସରୁ ତରଳ ପଦାର୍ଥ ବାହାର କରିଦିଆଯାଇଛି। ଏବେ ସେ ଘରକୁ ଯାଉଛନ୍ତି। ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ଟୁଇଟର ଆକାଉଣ୍ଟରେ ନିୟମିତ ଅପଡେଟ୍‌ ଦିଆଯାଉଥିଲା। […]

ହସ୍ପିଟାଲରୁ ଡିସଚାର୍ଜ ହେଲେ ଦିଲୀପ କୁମାର

dilip-kumar

Advertisment

ମୁମ୍ବାଇ: ଭେଟେରାନ୍ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍ ଆସିଛି। ତାଙ୍କୁ ଆଜି ହସ୍ପିଟାଲର ଡିସଚାର୍ଜ କରିଦିଆଯାଇଛି। ଡିସଚାର୍ଜ ହେବା ନେଇ ସୂଚନା ଦେଇଛନ୍ତି ଦିଲୀପ କୁମାରଙ୍କ ପତ୍ନୀ ସାଇରା ବାନୋ। ସାଇରା ବାନୋ କହିଛନ୍ତି, ଆମେ ବହୁତ ଖୁସି। ତାଙ୍କ ଫୁସଫୁସରୁ ତରଳ ପଦାର୍ଥ ବାହାର କରିଦିଆଯାଇଛି। ଏବେ ସେ ଘରକୁ ଯାଉଛନ୍ତି। ସମସ୍ତଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ।

Advertisment

ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ଟୁଇଟର ଆକାଉଣ୍ଟରେ ନିୟମିତ ଅପଡେଟ୍‌ ଦିଆଯାଉଥିଲା। ଟୁଇଟରରେ ଲେଖା ଯାଇଛି, ଆପଣ ସମସ୍ତଙ୍କ ପ୍ରାର୍ଥନା ସହ ଦିଲ୍ଲୀପ ସାହେବ ହସ୍ପିଟାଲରୁ ନିଜ ଘରକୁ ଯାଉଛନ୍ତି। ଆପଣମାନଙ୍କ ଅସୀମିତ ଭଲପାଇବା ଓ ସ୍ନେହ ସବୁବେଳେ ଦିଲୀପ ସାହେବଙ୍କ ହୃଦୟକୁ ଛୁଇଁଛି- ଫୈଜଲ୍ ଫାରୁକୀ।

https://twitter.com/ANI/status/1403251346006962189?s=20

ଏହା ପୂର୍ବରୁ ସୂଚନା ମିଳିଥିଲା ଯେ ଅଭିନେତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

Advertisment

https://twitter.com/TheDilipKumar/status/1403232147817697280?s=20

ସୂଚନାଯୋଗ୍ୟ, ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା । ଯାହା ପରେ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଏକ ଅଣ କୋଭିଡ୍-୧୯ କେନ୍ଦ୍ର। ଏଠାରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ହେଲେ ନୀତୀନ ଗୋଖଲେ, ଅରୁଣ ଶାହ ଓ ଜଲିଲ୍ ଫାରୁକୀ। ଡାକ୍ତର ଫାରୁକୀ ଜଲିଲ୍ ଦିଲୀପ କୁମାରଙ୍କ ପୂରା ହିଷ୍ଟ୍ରୀ ଜାଣନ୍ତି ଏବଂ ଲୀଲାବତୀ ହସ୍ପିଟାଲରୁ ତାଙ୍କର ଚିକିତ୍ସା କରିଆସୁଛନ୍ତି। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଲା ଯେ ଦିଲୀପ କୁମାରଙ୍କ ଫୁସପୁସରେ ତରଦ ପଦାର୍ଥ ଜମାଟ ବାନ୍ଧିଥିଲା। ବୁଧବାର ସେହି ତରଳ ପଦାର୍ଥକୁ ବାହାର କରାଯାଇଥିଲା।

Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe