Advertisment

ହୋଲି ଖେଳିଲେ, ଦିନକ ପରେ ଚାଲିଗଲେ ‘କ୍ୟାଲେଣ୍ଡର’

ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ୍ଣ ଠିକ୍‌ ଥିବା ସହ ସୋଶାଲ ମିଡିଆରେ ବି ଖୁବ୍‌ ଆକ୍ଟିଭ ଥିଲେ ସତୀଶ କୌଶିକ । ଗତ ୭ ତାରିଖରେ ମୁମ୍ବାଇର ଜୁହୁସ୍ଥିତ ଶବାନା ଆଜମୀଙ୍କ ଘରେ ଆୟୋଜିତ ହୋଲି ପାର୍ଟିରେ ସେ ଯୋଗ ଦେଇଥିଲେ।

Satish Kaushik

Satish Kaushik

Advertisment

ନିଜ ଅଭିନୟର ଯାଦୁରେ ସବୁବେଳେ ଅନ୍ୟମାନଙ୍କୁ ହସାଉଥିବା ବଲିଉଡର ଜଣାଶୁଣା ଅଭିନେତା ତଥା ‘ମିଷ୍ଟର ଇଣ୍ଡିଆ’ କ୍ୟାଲେଣ୍ଡର ସତୀଶ କୌଶିକ ଆଉ ନାହାନ୍ତି। ହୃଦଘାତ ଯୋଗୁ ଆଜି ସକାଳେ ତାଙ୍କ ପରଲୋକ ହୋଇଛି। ମୃତ୍ୟୁ ପୂର୍ବରୁ ବେଶ୍‌ ଖୁସି ଓ ଚଳଚଞ୍ଚଳ ଥିବା ସତୀଶ କୌଶିକଙ୍କ ଏପରି ଅଚାନକ ମୃତ୍ୟୁକୁ କେହି ସହଜେ ଗ୍ରହଣ କରି ପାରୁ ନାହାନ୍ତି। ସାଙ୍ଗ ଓ ପରିବାର ସହ ହୋଲି ଖେଳିଥିବା ସତୀଶ ଏପରି ଯେ ସମସ୍ତଙ୍କୁ ଛାଡ଼ି ଚାଲିଯିବେ ତାହାକୁ କେହି ବିଶ୍ୱାସ କରି ପାରୁ ନାହାନ୍ତି।

Advertisment

ମୃତ୍ୟୁ ପୂର୍ବରୁ ସମ୍ପୂର୍ଣ୍ଣ ଠିକ୍‌ ଥିବା ସହ ସୋଶାଲ ମିଡିଆରେ ବି ଖୁବ୍‌ ଆକ୍ଟିଭ ଥିଲେ ସତୀଶ କୌଶିକ । ଗତ ୭ ତାରିଖରେ ମୁମ୍ବାଇର ଜୁହୁସ୍ଥିତ ଶବାନା ଆଜମୀଙ୍କ ଘରେ ଆୟୋଜିତ ହୋଲି ପାର୍ଟିରେ ସେ ଯୋଗ ଦେଇଥିଲେ। ସେଠାରେ ମହିମା ଚୌଧୁରୀ, ଅଲ୍ଲି ଫଜଲ, ରିଚା ଚଡ୍ଡା, ଜାଫେଦ ଅଖତରଙ୍କ ସହ ଖୁବ୍‌ ମଜାମସ୍ତି କରିଥିଲେ। ଏହାର ଫଟୋ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ବି ପୋଷ୍ଟ କରିଥିଲେ ସତୀଶ କୌଶିକ । 

ଏହାପରେ ସେ ଦିଲ୍ଲୀସ୍ଥିତ ଗୁରଗ୍ରାମରେ ରହୁଥିବା ନିଜ ପରିବାର ସହ ହୋଲି ସେଲିବ୍ରେଶନ କରିବାକୁ ଚାଲି ଯାଇଥିଲେ। କିନ୍ତୁସେଠାରେ ହୋଲି ଖେଳିବା ପରେ ସେ ଅଣନିଶ୍ୱାସୀ ଅନୁଭବ କଲେ। ଏହାପରେ ତାଙ୍କୁ ନିକଟସ୍ଥ ଫୋରଟିସ୍‌ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସତୀଶ କୌଶିକ ଆଖି ବୁଜି ଦେଇଥିଲେ।

Advertisment

ସେଠାରୁ ତାଙ୍କ ମୃତଦେହକୁ ଦିଲ୍ଲୀସ୍ଥିତ ଦିନ ଦୟାଲ ହସ୍ପିଟାଲ ନିଆଯାଇଛି। ସେଠାରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ ହେବ । ଏହାପରେ ମୃତଦେହକୁ ଆଜି ମୁମ୍ବାଇ ଅଣାଯିବ । ମୁମ୍ବାଇରେ ହିଁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

ସତୀଶଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡକୁ ଶକ୍ତ ଧକ୍କା ଦେଇଛି। ସତୀଶଙ୍କ ନିକଟିମ ବନ୍ଧୁ ଅନୁପମ ଖେର ଟ୍ୱିଟ କରି ସତୀଶଙ୍କ ମୃତ୍ୟୁ ସମ୍ପର୍କରେ ଫ୍ୟାନ୍ସଙ୍କ ଜଣାଇବା ସହ କଙ୍ଗନା ରଣାୱତ, ରିତେଶ ଦେଶମୁଖ, ବିବେକ ଅଗ୍ନିହୋତ୍ରୀ, ମନୋଜ ଯୋଶୀ, ସୁନୀଲ ସେଟ୍ଟି ପ୍ରମୁଖ ଟ୍ୱିଟ କରି ତାଙ୍କୁ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Entertainment Satish Kaushik
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe