ଗୋବିନ୍ଦା
ହସ୍ପିଟାଲରେ ବଲିଉଡ( Bollywood) ଅଭିନେତା ଗୋବିନ୍ଦା। ମଙ୍ଗଳବାର ରାତିରେ ମୁମ୍ବାଇ ସ୍ଥିତ ଘରେ ଥିବା ବେଳେ ହଠାତ୍ ଚେତା ହରାଇଥିଲେ ଗୋବିନ୍ଦା। ଏଥିପାଇଁ ତାଙ୍କ ଝୁହୁ ଉପକଣ୍ଠରେ ଥିବା କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୬୧ ବର୍ଷୀୟ ଗୋବିନ୍ଦା(Govinda) ଘରେ ଥିବା ବେଳେ କୌଣସି କାରଣରୁ ଚେତା ହରାଇଥିବା ତାଙ୍କ ବନ୍ଧୁ ତଥା ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ ନିଶ୍ଚିତ କରିଛନ୍ତି।
ତାଙ୍କ କହିବା କଥା ଯେ ଗୋବିନ୍ଦା ଅଚେତ ହୋଇପଡ଼ିବାରୁ ସମସ୍ତେ ଡରି ଯାଇଥିଲେ। ତୁରନ୍ତ ଜଣେ ଡାକ୍ତରଙ୍କୁ ଫୋନ କରାଯାଇଥିଲା। ତାଙ୍କ ପରମର୍ଶକ୍ରମେ ଗୋବିନ୍ଦାଙ୍କୁ କିଛି ମେଡିସିନ ଘରେ ହିଁ ଦିଆଯାଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।
ରାତି ପ୍ରାୟ ୧ଟା ବେଳେ ସେ ହସ୍ପିଟାଲରେ ଆଡମିଟ ହୋଇଛନ୍ତି। ତେବେ ଲଳିତ ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇ ନାହାନ୍ତି। ହସ୍ପିଟାଲରେ ଗୋବିନ୍ଦାଙ୍କ ଏକାଧିକ ଟେଷ୍ଟ ହୋଇଛି ଓ ଏହାର ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି।
ଗତବର୍ଷ ଅକ୍ଟୋବର ମାସରେ ଗୋବିନ୍ଦାଙ୍କ ଗୋଡ଼ରେ ଗୁଳି ମାଡ଼ ହୋଇଥିଲେ। ତାଙ୍କ ପାଖରେ ଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଭୁଲ ବଶତଃ ଗୁଳି ଫୁଟିବାରୁ ଗୋବିନ୍ଦା ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ସେଠାରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ଓ ସେ ପରବର୍ତ୍ତୀ ଅବସ୍ଥାରେ ସୁସ୍ଥ ହୋଇ ଘରକୁ ଫେରିଥିଲେ।
ସେତେବେଳେ ମ୍ୟାନେଜର କହିଥିଲେ ଯେ ଗୋବିନ୍ଦା ନିଜର ବନ୍ଧୁକକୁ କପବୋର୍ଡରେ ରଖୁଥିବା ବେଳେ ଏହା ଖସି ପଡ଼ିଥିଲା। ଏତିକି ବେଳେ ଗୁଳି ଫୁଟି ତାଙ୍କ ଗୋଡ଼ରେ ବାଜିଥିଲା।
ହସ୍ପିଟାଲରୁ ବାହାରିବା ପରେ ଗୋବିନ୍ଦା କହିଥିଲେ ଯେ “ମୁଁ କୋଲକାତାକୁ ଗୋଟିଏ କାର୍ଯ୍ୟକ୍ରମ ପାଇଁ ବାହାରୁଥିଲି। ଭୋର ପ୍ରାୟ ୫ଟା ବେଳେ ବନ୍ଧୁକଟି ଖସି ପଡ଼ିଥିଲା ଓ ଗୁଳି ଫୁଟି ଯାଇଥିଲା। ମୁଁ ପୂରା ସ୍ତବ୍ଧ ହୋଇଯାଇଥିଲି ଓ ରକ୍ତ ଝରୁଥିବା ଦେଖିବାକୁ ପାଇଥିଲି।”
ହସ୍ପିଟାଲରୁ ବାହାରିବା ପରେ ଗୋବିନ୍ଦା ବେଶ କିଛି ଦିନ ଘରେ ରହିଥିଲେ। ଏହାପରେ ସେ ପୁଣି ବିଭିନ୍ନ କାର୍ଯ୍ୟକ୍ରମ ଓ ଶୋ’ରେ ଯୋଗଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/12/govinda-2025-11-12-13-23-28.jpg)