Advertisment

ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି, ହସ୍ପିଟାଲରେ ଭର୍ତ୍ତି

ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Govinda

Govinda

ବଲିଉଡର ବର୍ଷିଆନ୍‌ ଅଭିନେତା ଗୋବିନ୍ଦା ଆହତ। ତାଙ୍କ ଦେହରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିର୍ତ୍ତି କରାଯାଇଛି।

Advertisment

ସୂଚନା ମୁତାବକ, ଭୁଲବଶତଃ ତାଙ୍କ ଗୋଡରେ ଗୁଳି ବାଜିଛି। ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା ମିଳିଛି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି।

ଆଜି ଭୋର ପ୍ରାୟ ୪ଟା ୪୫ ଗୋବିନ୍ଦା କୋଲକାତା ଯିବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକକୁ ଆଲମାରୀରେ ରଖୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମିସ୍‌ ଫାୟାରିଂ ହୋଇ ତାଙ୍କ ଗୋଡ଼ରେ ଗୁଳି ବାଜିଛି। ଏହା ପରେ ତୁରନ୍ତ ତାଙ୍କୁ ମୁମ୍ବାଇର ଅନ୍ଧେରି ସ୍ଥିତ କ୍ରିଟି କେୟାର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କ ଗୋଡ଼ରୁ ଗୁଳି ବାହାର କରାଯାଇଥିବା ବେଳେ ସେ ଏବେ ବିପଦ ମୁକ୍ତ ଅଛନ୍ତି। ତେବେ ସେ ହୋସ୍‌ରେ ନାହାନ୍ତି।   

Advertisment

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅଭିନେତା ଏନେଇ କୌଣସି ଅଭିଯୋଗ ଦାଖଲ କରିନାହାଁନ୍ତି। ପୂରା ଘଟଣାର ତଦନ୍ତ ଜାରି ରହିଛି। ସେପଟେ ଗୋବିନ୍ଦାଙ୍କୁ ଗୁଳି ବାଜିଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ଚିନ୍ତିିତ ହୋଇପଡିଛନ୍ତି। ଖୁବ୍‌ ଶୀଘ୍ର ସେ ସୁସ୍ଥ ହେବା ନେଇ ସେମାନେ ପ୍ରାର୍ଥନା କରୁଛନ୍ତି। 

Bollywood Govinda Firing