Advertisment

୨୦୦ କୋଟି ଟଙ୍କା ଠକେଇ: ଜ୍ୟାକଲିନ୍‌ଙ୍କ ଜାମିନ ଅବଧି ଘୁଞ୍ଚିଲା

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସାମୟିକ ଜାମିନ ଅବଧି କୋର୍ଟ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।  ପୂର୍ବରୁ  ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲ୍ଲିକ କହିଥିଲେ ଯେ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବେଲ ଅର୍ଡ଼ର ପ୍ରସ୍ତୁତି ହୋଇ ନାହିଁ। ମଙ୍ଗଳବାର ଦିନ ଏହି ଅର୍ଡ଼ର ଆସିବାର ଥିଲା। କିନ୍ତୁ ଗୁରୁବାର ମାମଲାର ଶୁଣାଣି ପରେ ନିଜର ରାୟକୁ ଶୁକ୍ରବାର […]

୨୦୦ କୋଟି ଟଙ୍କା ଠକେଇ: ଜ୍ୟାକଲିନ୍‌ଙ୍କ ଜାମିନ ଅବଧି ଘୁଞ୍ଚିଲା  

iop

Advertisment

ନୂଆଦିଲ୍ଲୀ: ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଫସିଥିବା ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ସାମୟିକ ଜାମିନ ଅବଧି କୋର୍ଟ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।  ପୂର୍ବରୁ  ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସ୍ୱତନ୍ତ୍ର ବିଚାରପତି ଶୈଳେନ୍ଦ୍ର ମଲ୍ଲିକ କହିଥିଲେ ଯେ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବେଲ ଅର୍ଡ଼ର ପ୍ରସ୍ତୁତି ହୋଇ ନାହିଁ। ମଙ୍ଗଳବାର ଦିନ ଏହି ଅର୍ଡ଼ର ଆସିବାର ଥିଲା। କିନ୍ତୁ ଗୁରୁବାର ମାମଲାର ଶୁଣାଣି ପରେ ନିଜର ରାୟକୁ ଶୁକ୍ରବାର ପାଇଁ ସଂରକ୍ଷିତ ରଖିଥିଲେ କୋର୍ଟ ।  ଏହି ସମୟରେ ଉଭୟ ପକ୍ଷ ତଥା ଫର୍ଣ୍ଣାଣ୍ଡିଜ୍‌ ଓ ଇଡି ପକ୍ଷର ରାୟ ଶୁଣିଥିଲେ କୋର୍ଟ। ଆଜି କୋର୍ଟ ଫର୍ଣ୍ଣାଣ୍ଡିଜଙ୍କ ସାମୟିକ(ଟେମ୍ପରାରି) ବେଲକୁ ମଙ୍ଗଳବାର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

Advertisment

ତେବେ ଗୁରୁବାର ଇଡି ଯୁକ୍ତି ରଖିଥିଲା ଯେ, କେଉଁ ମୁହୂର୍ତ୍ତରେ ଜ୍ୟାକଲିନ୍‌ ବିଦେଶ ଖସିଯାଇ ପାରନ୍ତି। ଇଡିର ଏହି ଯୁକ୍ତି ପରେ  ଅଭିନେତ୍ରୀଙ୍କୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଥିତଲେ। ତେବେ  ତଦନ୍ତକାରୀ ଏଜେନ୍‌ସି ଇଡି ଅଦାଲତଙ୍କୁ କହିଛି ଯେ ଅଭିନେତ୍ରୀଙ୍କୁ ଦେଶ ଛାଡିବା ପଳାୟନ କରିବାରୁ ରୋକିବା ପାଇଁ ବିମାନବନ୍ଦରରେ ଏକ ଲୁକଆଉଟ୍‌ ସର୍କୁଲାର (ଏଲଓସି) ଜାରି କରାଯାଇଛି। ଏହା ଶୁଣିବା ପରେ ଅଦାଲତ ଇଡିକୁ ପଚାରିଛନ୍ତି ଯେ ଏଲଓସି ଜାରି କରିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ କାହିଁକି ଗିରଫ କରାଯାଇ ନାହିଁ? ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ଏବେ ଜେଲରେ ଥିବା ବେଳେ ଏପରି ‘ବାଛ ବିଚାର ନୀତି’ କାହିଁକି ଗ୍ରହଣ କରାଯାଉଛି ବୋଲି ଅଦାଲତ ତଦନ୍ତକାରୀ ଏଜେନ୍‌ସି ଇଡିକୁ ପଚାରିଥିଲେ।

ଅଦାଲତ କହିଥିଲେ ଯେ ଅଭିଯୁକ୍ତ ଜାମିନ ମାଗିଛନ୍ତି। ତଦନ୍ତ ଶେଷ ହୋଇସାରି ଥିବାରୁ ଏବଂ ଚାର୍ଜସିଟ୍‌ ଦାଖଲ ହୋଇଥିବାରୁ ତାଙ୍କର ହେପାଜତ ବା ରିମାଣ୍ଡର ଆଉ କୌଣସି ଆବଶ୍ୟକତା ନାହିଁ।

Advertisment

ଗତ ସେପ୍ଟେମ୍ବର ୨୬ରେ ଅଦାଲତ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ଜ୍ୟାକଲିନ୍‌ଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଅଗଷ୍ଟ ୩୧ରେ ଅଦାଲତ ଇଡି ଦ୍ୱାରା ଦାଖଲ ହୋଇଥିବା ଏକ ସପ୍ଲିମେଣ୍ଟାରି ଚାର୍ଜସିଟ୍‌କୁ ଅନୁଧ୍ୟାନ କରିଥିଲେ ଏବଂ ଫର୍ଣ୍ଣାଣ୍ଡିଜଙ୍କୁ କୋର୍ଟରେ ହାଜର ହେବାକୁ କହିଥିଲେ। ଏହି ମାମଲାରେ ଇଡି ଦ୍ୱାରା ଅନେକ ଥର ଡକାଯାଇଥିବା ଫର୍ଣ୍ଣାଣ୍ଡିଜ୍‌ଙ୍କୁ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ ଅଭିଯୁକ୍ତ ଭାବରେ ନାମିତ କରିଛି ଇଡି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe