Advertisment

ଅଭିନେତା କେଆର୍‌କେ ଗିରଫ

ମୁମ୍ବାଇ: ଗିରଫ ହେଲେ ବଲିଉଡ ଅଭିନେତା କମାଲ ଆର୍‌ ଖାନ୍‌ ଓରଫ୍‌ କେଆର୍‌କେ। ମୁମ୍ବାଇ ମଲାଡ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଏକ ବିବଦୀୟ ଟ୍ୱିଟ୍‌କୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। କେଆର୍‌କେ ସର୍ବଦା ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିଜ ପକ୍ଷ ରଖିବାକୁ ଯାଇ ସେ ପ୍ରାୟତଃ ସୋଶାଲ ମିଡିଆରେ ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅଭିନେତା ଅଭିନେତ୍ରୀଙ୍କୁ ଟ୍ରୋଲ କରନ୍ତି। କିନ୍ତୁ, ଏଥର ତାଙ୍କୁ ତାଙ୍କର ଏହି ତରିକା […]

ଅଦ୍ୟତନ ହୋଇଛି
ଅଭିନେତା କେଆର୍‌କେ ଗିରଫ

Kamal R Khan

Advertisment

ମୁମ୍ବାଇ: ଗିରଫ ହେଲେ ବଲିଉଡ ଅଭିନେତା କମାଲ ଆର୍‌ ଖାନ୍‌ ଓରଫ୍‌ କେଆର୍‌କେ। ମୁମ୍ବାଇ ମଲାଡ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଏକ ବିବଦୀୟ ଟ୍ୱିଟ୍‌କୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା।

Advertisment

କେଆର୍‌କେ ସର୍ବଦା ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିଜ ପକ୍ଷ ରଖିବାକୁ ଯାଇ ସେ ପ୍ରାୟତଃ ସୋଶାଲ ମିଡିଆରେ ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅଭିନେତା ଅଭିନେତ୍ରୀଙ୍କୁ ଟ୍ରୋଲ କରନ୍ତି। କିନ୍ତୁ, ଏଥର ତାଙ୍କୁ ତାଙ୍କର ଏହି ତରିକା ଭାରି ପଡିଛି। ଦୁଇ ବର୍ଷ ପୂର୍ବର ନିଜର ଏକ ବିବାଦୀୟ ଟ୍ୱିଟ୍‌କୁ ନେଇ ସେ ଫସିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ମଲାଡ ପୁଲିସ ଅଭିନେତା କମାଲ ଆର୍‌ ଖାନ୍‌ଙ୍କୁ ବିମାନ ବନ୍ଦରରୁ ଅଟକ ରଖିବା ସହ ପଚରାଉଚରା ପରେ ଗିରଫ କରିଛି।

https://twitter.com/ANI/status/1564455704320024576?s=20&t=-kdUB0zndAqmiAzPqg2ZYg

Advertisment

ନିଜର କୌଣସି ଟ୍ୱିଟ୍‌କୁ ନେଇ କମାଲ ଆର୍‌ ଖାନ ବିବାଦ ଘେରକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ। ସେ ସର୍ବଦା ବିବାଦୀୟ ଟ୍ୱିଟ୍‌କୁ ନେଇ ଚର୍ଚ୍ଚାରେ ରୁହନ୍ତି। ଖୋଲାଖୋଲି ଭାବେ ସୋଶାଲ ମିଡିଆରେ ବଡ ବଡ ସେଲେବ୍ରିଟିକୁ ସେ ଟାର୍ଗେଟ୍‌ କରନ୍ତି। ଏହାପୂର୍ବରୁ ମଧ୍ୟ କେଆର୍‌କେ ନିଜର ଏକ ଟ୍ୱିଟ୍‌କୁ ନେଇ ଆଇନ ଜାଲରେ ଫସି ସାରିଛନ୍ତି। ବଲିଉଡ ଅଭିନେତା ସଲମାନ ଖାନ୍‌ ତାଙ୍କ ବିରୋଧରେ ମାନମାନୀ ମାମଲ ରୁଜୁ କରିଥିଲେ।

ବାସ୍ତବରେ କେଆର୍‌କେ ସଲମାନ ଖାନ୍‌ଙ୍କ ଫିଲ୍ମ 'ରାଧେ'କୁ ନେଇ ସୋଶାଲ ମିଡିଆରେ ନେଗେଟିଭ୍‌ ରିଭ୍ୟୁ ଦେଇଥିଲେ। ଏଥିସହ ସଲମାନଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ କରିଥିଲେ। ଏହି କାରଣରୁ ବଲିଉଡର ଭାଇଜାନ ସଲମାନ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ହିନ୍ଦୀ ଓ ଭୋଜପୁରୀ ଫିଲ୍ମରେ କାମ କରିସାରିଛନ୍ତି ଅଭିନେତା କମାଲ ଆର୍‌ ଖାନ୍‌। ସେ ଫିଲ୍ମ ପ୍ରଡ୍ୟୁସ ମଧ୍ୟ କରନ୍ତି। ୨୦୦୫ରେ ରିଲିଜ ହୋଇଥିବା ଫିଲ୍ମ 'ସିତମ୍‌'ରୁ କେଆର୍‌କେ ପ୍ରଡ୍ୟୁସର ରୂପେ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ଲୋ-ବଜେଟ୍‌ ଭୋଜପୁରୀ ଫିଲ୍ମ ଓ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe