Advertisment

କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ କଟିଲା ଚାଲାଣ

ସିଦ୍ଧିବିନିୟକ ମନ୍ଦିରରେ ପହଞ୍ଚି ଗଣପତି ବାପ୍ପାଙ୍କ ଆଗରେ ପ୍ରାର୍ଥନା କରିଥିଲେ। ତେବେ ତାଙ୍କୁ ଏହି ପ୍ରାର୍ଥନା କରିବା ମହଙ୍ଗା ପଡିଥିଲା।

author-image
Madhupriya Mistry
Kartik Aryan

Kartik Aryan

ଚର୍ଚ୍ଚାରେ ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍। ସେ ତାଙ୍କ ଫିଲ୍ମ ‘ଶେହଜାଦା’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫିଲ୍ମର ଜୋରସୋର୍‌ରେ ପ୍ରମୋସନ କରିବାରେ ସେ ଲାଗିପଡିଛନ୍ତି। ଏହାରି ଭିତରେ ସେ ଏବେ ଆଇନ ଜାଲରେ ଫସିଛନ୍ତି। ତାଙ୍କ ନାଁରେ କଟିଛି ଚାଲାଣ। ସେ ନିୟମ ଉଲ୍ଲଙ୍ଘନ କରିଥିବାରୁୁ ପୁଲିସ ତାଙ୍କ ନାଁରେ ଚାଲାଣ କାଟିଛି। 

Advertisment

ଶେହଜାଦା ଫିଲ୍ମ ରିଲିଜ ପରେ କାର୍ତ୍ତିକ ଫେବ୍ରୁଆରୀ ୧୭ ତାରିଖରେ ସିଦ୍ଧିବିନିୟକ ମନ୍ଦିରରେ ପହଞ୍ଚିଥିଲେ। ସେଠାରେ ଗଣପତି ବାପ୍ପାଙ୍କ ଆଗରେ ପ୍ରାର୍ଥନା କରିଥିଲେ। ତେବେ ତାଙ୍କୁ ଏହି ପ୍ରାର୍ଥନା କରିବା ମହଙ୍ଗା ପଡିଥିଲା। ଏହାପରେ ମୁମ୍ବାଇ ପୁଲିସ ତାଙ୍କ ନାଁରେ ଚାଲାଣ କାଟିଥିଲା। 

ପ୍ରକୃତରେ କାର୍ତ୍ତିକଙ୍କ ଲଗ୍‌ଜୁରୀ କାର୍‌କୁ ଡ୍ରାଇଭର ନୋ ପାର୍କିଂ ଜୋନ୍‌ରେ ରଖିଥିଲେ। ଏହି କାରଣରୁ ପୁଲିସ ତାଙ୍କ ଚାଲାଣ କାଟିଥିଲା। ତେବେ କେତେ ଟଙ୍କାର ଫାଇନ୍ କଟାଯାଇଥିଲା ସେ ନେଇ କିଛି ସୂଚନା ମିଳିନାହିଁ। କାର୍ତ୍ତିକ ଜରିମାନା ଦେବା ପରେ ସେଠାରୁ ଚାଲି ଯାଇଥିଲେ। କିନ୍ତୁ ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ନିଜ ବାପା-ମା’ଙ୍କୁ ସାଙ୍ଗରେ ନେଇ ସିଦ୍ଧିବିନାୟକ ମନ୍ଦିର ଯାଇଥିଲେ କାର୍ତ୍ତିକ। ଏହି ସମୟରେ ସେ ଧଳା ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ପାଇଁ ପୋଜ ମଧ୍ୟ ଦେଇଥିଲେ। ଏଥିସହ ନିଜ ଫିଲ୍ମକୁ ନେଇ ସେ ବେଶ୍ ଉତ୍ସାହିତ ଥିବା ନଜର ଆସିଥିଲେ।  

କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଶେହଜାଦା ସାଉଥ ଷ୍ଟାର୍ ଆଲୁ ଅର୍ଜୁନଙ୍କ ହିଟ୍ ତେଲୁଗୁ ଫିଲ୍ମ ‘ଆଲା ବୈକୁଣ୍ଡମପୁରଲୁ’ର ହିନ୍ଦୀ ରିମେକ। ଏଥିରେ କାର୍ତ୍ତିକଙ୍କ ଅପୋଜିଟ୍‌ରେ କ୍ରିତି ସାନନ ଅଛନ୍ତି। 

Bollywood News Bollywood Kartik Aryan