Advertisment

ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ, ବନ୍ଧା ହେଲେ ଅଭିନେତ୍ରୀ

ଶନିବାର ହାଇଦ୍ରାବାଦରୁ ପୁଲିସ ତାଙ୍କୁ ଗିରଫ କରିଛି।

Kasturi Sankar

Kasturi Sankar

Advertisment

ମହଙ୍ଗା ପଡ଼ିଲା ବିବାଦୀୟ ମନ୍ତବ୍ୟ ଦେବା। ବନ୍ଧା ହେଲେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ କସ୍ତୁରୀ ଶଙ୍କର। ତାମିଲନାଡୁରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ବିରୋଧ ଆପତ୍ତିଜନକ ଟିପ୍ପଣୀ କରିବା ମାମଲାରେ ଶନିବାର ହାଇଦ୍ରାବାଦରୁ ପୁଲିସ ତାଙ୍କୁ ଗିରଫ କରିଛି।

Advertisment

ହିନ୍ଦୁ ମକ୍କାଲ କାଚି ବୈଠକରେ ୫୦ ବର୍ଷ ବୟସ୍କା ଅଭିନେତ୍ରୀଙ୍କ ମନ୍ତବ୍ୟକୁ ବିଜେପିର ତାମିଲନାଡୁର ଜାତୀୟ ସହ-ଇନଚାର୍ଜ ଡ଼ଃ ପଙ୍ଗୁଲେଟି ସୁଧାକର ରେଡ୍ଡୀ ଦୃଢ଼ ନିନ୍ଦା କରିଛନ୍ତି। ଅଭିନେତ୍ରୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ବିଜେପି ନେତା ପିଟିଆଇକୁ ବୟାନ ଦେଇ କହିଥିଲେ ଯେ ଅଭିନେତ୍ରୀଙ୍କ ଟିପ୍ପଣୀ ତାମିଲନାଡ଼ୁର ଲୋକଙ୍କ ମଧ୍ୟରେ ସୌହାର୍ଦପୂର୍ଣ୍ଣ ମାହୋଲକୁ ବିଗାଡିବ ଏବଂ ବସୁଧୈବ କୁଟୁମ୍ୱକମ୍ ଭାବନାର ବିପରୀତ।

ସୂଚନା ମୁତାବକ, କସ୍ତୁରୀ ଶଙ୍କର କିଛି ଦିନ ପୂର୍ବରୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ତେଲୁଗୁ ଭାଷାର ଲୋକମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ତେଲୁଗୁ ଲୋକ ପ୍ରାଚୀନ ସମୟରେ ରାଜାଙ୍କ ସେବା କରୁଥିବା ମହିଳାଙ୍କ ବଂଶଜ। ଅଭିନେତ୍ରୀଙ୍କ ଏହି ବୟାନ ପରେ ତେଲୁଗୁ ସମୁଦାୟର ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା।

Advertisment

ଏହାପରେ ତାଙ୍କୁ ଚାରିଆଡ଼ୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଘଟଣାକୁ ନେଇ ତାଙ୍କ ବିରୋଧରେ ମଦୁରାଇରେ ମାମଲା ରୁଜୁ ହୋଇଥିବା ବେଳେ ସେ କିଛି ଦିନ ପାଇଁ ନିଖୋଜ ହୋଇଯାଇଥିଲେ। ପୁଲିସ ତାଙ୍କୁ ଖୋଜିବାରେ ଲାଗିଥିଲା। ଗତ ୧୪ ତାରିଖରେ ମାଡ୍ରାସ ହାଇକୋର୍ଟ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ। ଏହାପରେ ଶନିବାର ତାଙ୍କୁ ପୁଲିସ ଗିରଫ କରିଛି।

ବିବାଦ ବଢିବା ପରେ କସ୍ତୁରୀ ଶଙ୍କର ନଭେମ୍ୱର ୬ରେ କହିଥିଲେ, 'ନିଜ ଭାଷଣରେ ତେଲୁଗୁ ଲୋକଙ୍କୁ ନେଇ କରିଥିବା ଟିପ୍ପଣୀକୁ ଫେରାଇ ନେଉଛି। ତେଲୁଗୁ ବିସ୍ତାରିକ ପରିବାରକୁ ଆଘାତ ଦେବା କିମ୍ୱା ଅପମାନିତ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ନଥିଲା।'

କସ୍ତୁରୀ ଶଙ୍କର ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ। ୧୯୯୧ ମସିହାରେ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ତାମିଲ ଫିଲ୍ମ 'ଆଥି ଭାଗବାନ'ରୁ ସେ ଡେବ୍ୟୁ କରିଥିଲେ। ପରେ ଅନେକ ତାମିଲ, ତେଲୁଗୁ, କନ୍ନଡ ଏବଂ ମଲୟାଲମ ଫିଲ୍ମରେ ଅଭିନୟ କରି ଢ଼େର ଲୋକପ୍ରିୟତା ସାଉଁଟିଛନ୍ତି।

Remarks Against Telugu Community Actress Arrested Kasturi Shankar Tollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe