Advertisment

ମହେଶ ବାବୁଙ୍କ ବାପାଙ୍କୁ ହୃଦ୍‌ଘାତ, ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର୍ ମହେଶ ବାବୁଙ୍କ ବାପା କୃଷ୍ଣ ଗୁରୁତର। ରବିବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ମହେଶ ବାବୁଙ୍କ ବାପାଙ୍କୁ ହୃଦଘାତ ହୋଇଛି। ହାର୍ଟ ଆଟାକ୍ ଆସିବା ପରେ ସେ ଚେତା ଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ନିକଟରେ ହିଁ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା। ହସ୍ପିଟାଲ ତରଫରୁ ଜାରି ରିପୋର୍ଟରେ କୁହାଯାଇଛି, କୃଷ୍ଣଙ୍କୁ ହସ୍ପିଟାଲ ଆଣିବା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମହେଶ ବାବୁଙ୍କ ବାପାଙ୍କୁ ହୃଦ୍‌ଘାତ, ହସ୍ପିଟାଲରେ ଭର୍ତ୍ତି

Mahesh Babu father-krishna

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର୍ ମହେଶ ବାବୁଙ୍କ ବାପା କୃଷ୍ଣ ଗୁରୁତର। ରବିବାର ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ରିପୋର୍ଟ ମୁତାବକ, ମହେଶ ବାବୁଙ୍କ ବାପାଙ୍କୁ ହୃଦଘାତ ହୋଇଛି। ହାର୍ଟ ଆଟାକ୍ ଆସିବା ପରେ ସେ ଚେତା ଶୂନ୍ୟ ହୋଇପଡିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ନିକଟରେ ହିଁ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା।

ହସ୍ପିଟାଲ ତରଫରୁ ଜାରି ରିପୋର୍ଟରେ କୁହାଯାଇଛି, କୃଷ୍ଣଙ୍କୁ ହସ୍ପିଟାଲ ଆଣିବା ପରେ ୨୦ ମିନିଟ୍ ଯାଏଁ ସିପିଆର୍ ଦିଆଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଉପରେ ଡାକ୍ତରମାନେ ୨୪ ଘଣ୍ଟିଆ ନଜର ରଖିଛନ୍ତି।

Advertisment

ମହେଶ ବାବୁଙ୍କ ବାପା କୃଷ୍ଣ ଟଲିଉଡ ଇଣ୍ଡଷ୍ଟ୍ରିର ଜଣେ ବଡ ଷ୍ଟାର୍। ସେ ନିଜ କ୍ୟାରିୟର୍‌ରେ ୩୦୦ରୁ ମଧ୍ୟ ଅଧିକ ଫିଲ୍ମରେ କାମ କରିଛନ୍ତି। ୭୯ ବର୍ଷୀୟ କୃଷ୍ଣଙ୍କୁ ତେଲୁଗୁ ଫିଲ୍ମର ପ୍ରଥମ ସୁପରଷ୍ଟାର୍ ବୋଲି କୁହାଯାଇଛି। ୨୦୧୬ରେ ଆସିଥିବା ଫିଲ୍ମ ଶ୍ରୀ ଶ୍ରୀରେ ତାଙ୍କୁ ଶେଷଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା।