Advertisment

ଆଖି ବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

ମୁମ୍ବାଇ: ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ବଲିଉଡର ଆଉ ଜଣେ ବରିଷ୍ଠ ଅଭିନେତା। ହିନ୍ଦୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ମିଥିଲେଶ ଚର୍ତୁବେଦୀଙ୍କ ଦେହାନ୍ତ ହୋଇଛି। ଗତକାଲି ଅର୍ଥାତ ବୁଧବାର ରାତିରେ ମିଥିଲେଶଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘଦିନ ହେବ ହୃଦ୍‌ ଜନିତ ରୋଗ ସହ ଲଢେଇ କରୁଥିଲେ । ତେବେ ଗତକାଲି ଲକ୍ଷ୍ନୌରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଖବର ଅନୁଯାୟୀ, ଗତକାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଖି ବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

Mithilesh chaturvedi

ମୁମ୍ବାଇ: ପୁଣି ଫିଲ୍ମ ଜଗତରୁ ଆସିଲା ଦୁଃଖଦ ଖବର। ଆଖି ବୁଜିଲେ ବଲିଉଡର ଆଉ ଜଣେ ବରିଷ୍ଠ ଅଭିନେତା। ହିନ୍ଦୀ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ମିଥିଲେଶ ଚର୍ତୁବେଦୀଙ୍କ ଦେହାନ୍ତ ହୋଇଛି। ଗତକାଲି ଅର୍ଥାତ ବୁଧବାର ରାତିରେ ମିଥିଲେଶଙ୍କ ମୃତ୍ୟୁ ହୋଇଛି। ସେ ଦୀର୍ଘଦିନ ହେବ ହୃଦ୍‌ ଜନିତ ରୋଗ ସହ ଲଢେଇ କରୁଥିଲେ । ତେବେ ଗତକାଲି ଲକ୍ଷ୍ନୌରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଖବର ଅନୁଯାୟୀ, ଗତକାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ଜ୍ୱାଇଁ ଆଶୀଷ ଚର୍ତୁବେଦୀ ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ମିଥିଲେଶଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକରଛାୟା ଖେଳିଯାଛି। ମିଥିଲେଶ ଚତୁର୍ବେଦୀ ତାଙ୍କ କ୍ୟାରିୟରରେ ଅନେକ ବଡ଼ ବଡ଼ ଏବଂ ସୁପରହିଟ୍‌ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ସନ୍ନି ଦେଓଲଙ୍କ ‘ଗଦର: ଏକ ପ୍ରେମ କଥା’, ମନୋଜ ବାଜପେୟୀଙ୍କ ‘ସତ୍ୟା’, ଶାହରୁଖ ଖାନଙ୍କ ‘ଅଶୋକା’, ‘ତାଲ’, ‘ବଣ୍ଟି ଅର ବବଲି’ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ମିଥିଳେଶ। କିନ୍ତୁ ‘କୋଇ ମିଲଗୟା’ରେ ତାଙ୍କ ଅଭିନୟ ଥିଲା ବେଶ୍‌ ବଳିଷ୍ଠ।

Advertisment

ସୂଚନା ମୁତାବକ, ମିଥିଲେଶଙ୍କୁ କିଛି ଦିନ ପୂର୍ବେ 'ଟଲ୍ଲି ଯୋଡି' ନାମକ ଏକ ୱେବ୍‌ ସିରିଜ୍‌ରେ କାମ ମିଳିଥିଲା। ଏହି ସିରିଜରେ ତାଙ୍କ ସହ ମାନିନି ଦେ ନଜର ଆସିଥାଆନ୍ତେ। ବଲିଉଡ ଫିଲ୍ମ ସମେତ ମିଥିଲେଶ ଥିଏଟର୍‌ରେ ମଧ୍ୟ କାମ କରିଛନ୍ତି।