Advertisment

ରାହୁଲ ଦେବଙ୍କ ଭାଇ ଅଭିନେତା ମୁକୁଲ ଦେବ ଆଉ ନାହାନ୍ତି

ମୁକୁଲ ଏକାଧିକ ହିନ୍ଦୀ ଓ ପଞ୍ଜାବ ଫିଲ୍ମ ସମେତ ଟେଲିଭିଜନ ସିରିଏଲ ଓ ମ୍ୟୁଜିକ ଆଲବମରେ କାମ କରିଥିଲେ।

Mukul Dev

Mukul Dev

Advertisment

ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି ଅଭିନେତା ମୁକୁଲ ଦେବ। ସେ ବେଶ କିଛି ଦିନ ହେବ ଅସୁସ୍ଥ ଥିଲେ। ଏଥିଯୋଗୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୁକୁଳ ଦେବ ହେଉଛନ୍ତି ବଲିଉଡର ବରିଷ୍ଠ ଅଭିନେତା ରାହୁଲ ଦେବଙ୍କ ସାନ ଭାଇ। ମୁକୁଳଙ୍କ ମୃତ୍ୟୁକୁ ପରିବାର ଲୋକ ନିଶ୍ଚିତ କରିଥିବା ବେଳେ ଅପ୍ରତ୍ୟାଶିତ ଦେହାନ୍ତର ପ୍ରକୃତ କାରଣ ସମ୍ପର୍କରେ କିଛି ବି କହି ନାହାନ୍ତି।

Advertisment

ମୁକୁଲଙ୍କ ସହ ସନ ଅଫ ସର୍ଦାରରେ କାମ କରିଥିବା ବିନ୍ଦୁ ଦାରା ସିଂହ ମଧ୍ୟ ମୃତ୍ୟୁ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଛନ୍ତି। ସେ କହିଛନ୍ତି, “ବାପା ମା’ଙ୍କ ମୃତ୍ୟୁ ପରେ ମୁକୁଲ ପୂରା ଭାଙ୍ଗି ପଡ଼ିଥିଲେ। ସେ କୌଚିତ ଘରୁ ବାହୁରି ଥିଲେ। କାହାକୁ ଦେଖା କରୁ ନଥିଲେ। କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ଓ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଏମିତି ଖବର ଆସିଛି। ସେ ଜଣେ ଚମତ୍କାର ମଣିଷ। ଆମେ ତାଙ୍କୁ ଖୁବ ମିସ କରିବୁ।”

ମୁକୁଲ ଏକାଧିକ ହିନ୍ଦୀ ଓ ପଞ୍ଜାବ ଫିଲ୍ମ ସମେତ ଟେଲିଭିଜନ ସିରିଏଲ ଓ ମ୍ୟୁଜିକ ଆଲବମରେ କାମ କରିଥିଲେ। କିଛି ହାତ ଗଣତି ବେଙ୍ଗଲୀ, ମାଲାୟଲମ, କନ୍ନଡ ଓ ତେଲୁଗୁ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ୟାମଲା ପାଗଲା ଦିୱାନା ଫିଲ୍ମ ପାଇଁ ତାଙ୍କୁ ୭ମ ଅମରିଶ ପୁରୀ ଆୱାର୍ଡରେ ସମ୍ମାନୀତ କରାଯାଇଥିଲା।

Advertisment

ପଞ୍ଜାବୀ ପରିବାର ସହ ଜଡ଼ିତ ମୁକୁଲ ଦେବ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ। ଟିଭି ଦୁନିଆରୁ ତାଙ୍କ ଆକ୍ଟିଂ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୯୬ରେ ପ୍ରସାରିତ ମୁମକିନ ସିରିଏଲରେ ସେ ବିଜୟ ପାଣ୍ଡେ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଦୂରଦର୍ଶନରେ ପ୍ରସାରିତ ହେଉଥିବା ‘ଏକ ସେ ବଡ଼ କର ଏକ’ରେ ମଧ୍ୟ ସେ ଅଭିନୟ କରିଥିଲେ।

୧୯୯୬ରେ ସେ ଦସ୍ତକ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏସିପି ରୋହିତ ମାଲହୋତ୍ରା ଭୂମିକାରେ ସେ ଥିବା ବେଳେ ସୁସ୍ମିତା ସେନ ମଧ୍ୟ ଉକ୍ତ ଫିଲ୍ମରେ ଡେବ୍ୟୁ କରିଥିଲେ। ୧୯୯୮ର କ୍ୱିଲା, ୧୯୯୮ର ୱାଜୁଦ, ୧୯୯୯ର କୋହରାମ ଓ ୨୦୦୧ରେ ରିଲିଜ ହୋଇଥିବା ମେରି ବିୱି ସେ ବଚାଓ ଭଳି ସିନେମାରେ ସେ କାମ କରିଥିଲେ। ସନ ଅଫ ସର୍ଦାର ଓ ଜୟ ହୋ ସିନେମାରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ଶେଷ ଥର ପାଇଁ ମୁକୁଲଙ୍କୁ ହିନ୍ଦୀ ସିନେମା Anth The Endରେ ଦେଖିବାକୁ ମିଳିଥିଲା।

ଜଣେ ଅଭିନେତା ବ୍ୟତୀତ ମୁକୁଲ ଦେବ ଦକ୍ଷ ପାଇଲଟ। ସେ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ଉଡ଼ାଣ ଏକାଡେମୀରୁ ବିମାନ ଉଡ଼ାଇବାର ତାଲିମ ନେଇଥିଲେ। ପାସ୍ତୋ ଓ ପାର୍ସି ଭାଷାରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କ ବାପା ହରି ଦେବ ଆସିସଷ୍ଟାଣ୍ଟ ପୁଲିସ୍‌ କମିଶନର ଭାବେ କାମ କରୁଥିଲେ।

Bollywood Mukul Dev Rahul Dev
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe