Prakash Raj
ପୁଣି ବିବାଦରେ ସାଉଥର ସୁପରଷ୍ଟାର ଅଭିନେତା ପ୍ରକାଶ ରାଜ। ହିନ୍ଦୀ ଭାଷାକୁ ନେଇ ପୁଣି କୁହୁଳିଲା ନିଆଁ। ଅଭିନେତାଙ୍କ ନାଁରେ ଏଫ୍ଆଇଆର୍ ରୁଜୁ କରିବାକୁ ଜୋର ଧରିଲା ଦାବି।
ପ୍ରକୃତରେ ୨୦୨୦ ସେପ୍ଟେମ୍ବର ୧୩ ତାରିଖ ହିନ୍ଦୀ ଦିବସ ଅବସରରେ ପ୍ରକାଶ ରାଜ ଏକ ଟି-ଶାର୍ଟ ପିନ୍ଧିଥିଲେ। ଏଥିରେ ‘ମୁଁ ହିନ୍ଦୀ ଜାଣିନି ଯାଅ’ ବୋଲି ଲେଖା ଥିଲେ। ଏବେ ୧୮ ମାସ ପରେ ପ୍ରକାଶ ରାଜଙ୍କ ଏହି ଫଟୋକୁ ନେଇ ପୁଣି ବିବାଦ ଉଠିଛି। ସୋଶାଲ ମିଡିଆରେ ଲୋକେ ପ୍ରକାଶ ରାଜଙ୍କୁ ଜୋରଦାର ବିରୋଧ କରିଛନ୍ତି। ଏହାକୁ ନେଇ ନିଜ ଜବାବ ରଖିଛନ୍ତି ପ୍ରକାଶ ରାଜ।
ପ୍ରକାଶ ରାଜ ଲେଖିଛନ୍ତି, ‘ମୁଁ ସାତୋଟି ଭାଷା କହୁଛି। ଭାଷା ଶିଖିବା ଏବଂ କହିବା ହେଉଛି ଲୋକଙ୍କୁ ସମ୍ମାନ ଦେବା। ମୁଁ ଯେଉଁ ଲୋକଙ୍କ ସହ କାମ କରିଥିଲି ସେମାନଙ୍କ ଭାଷା ଶିଖିଲି। ମୁଁ ମୋ ଭାଷା କାହା ଉପରେ ଲଦୁ ନାହିଁ। କିନ୍ତୁ ଯଦି ତୁମେ ମୋର ଭାଷାକୁ ଅପମାନିତ କରିବ ଏବଂ ନିଜ ଭାଷା ଜୋର ଜବରଦସ୍ତି ମୋ ଉପରେ ଲଦିବ ତେବେ ମୁଁ ମୋର ସ୍ୱର ଉତ୍ତୋଳନ କରିବି ଏବଂ ବିରୋଧ କରିବି।’ ଏହା ସହିତ ପ୍ରକାଶ ରାଜ ହାସ ଟ୍ୟାଗ୍ ଷ୍ଟପ୍ ହିନ୍ଦୀ ଇମ୍ପୋଜିସନ୍ ଅର୍ଥାତ୍ ହିନ୍ଦୀ ଲଦିବା ବନ୍ଦ କରନ୍ତୁ ଲେଖିଛନ୍ତି।
ଏହା ପୂର୍ବରୁ ମାର୍ଚ୍ଚ ୬ରେ ସୁପ୍ରିମକୋର୍ଟର ଜଣେ ଓକିଲ ପ୍ରକାଶ ରାଜଙ୍କ ଫଟୋ ଟ୍ୱିଟରରେ ସେୟାର କରିଥିଲେ। ତାଙ୍କ ଟି-ସାର୍ଟରେ ଲେଖାଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ମଧ୍ୟ କହିଥିଲେ। ଏହି ପୋଷ୍ଟକୁ ସେ ତାମିଲନାଡୁ ପୁଲିସକୁ ଟ୍ୟାଗ୍ କରି ପଚାରିଥିଲେ ଯେ ଆପଣ ପ୍ରକାଶ ରାଜଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛନ୍ତି କି?
ଓକିଲଙ୍କ ଏହି ଟ୍ୱିଟ୍ ପରେ ପ୍ରକାଶ ରାଜ ଟ୍ୱିଟ୍ କରି ନିଜ ଉତ୍ତର ମଧ୍ୟ ରଖିଥିଲେ। ଓକିଲଙ୍କ ପୋଷ୍ଟର ସ୍କ୍ରିନ୍ ସଟ୍ ଶେଆର କରି ସେ ନିଜ ମତ ରଖିଥିଲେ। ସେ କହିଥିଲେ, ‘ମୋର ଏକମାତ୍ର ଭାଷା ହେଉଛି କନ୍ନଡଟ୍ଟ ଯଦି ତୁମେ ଏହାକୁ ଅପମାନିତ କର ଏବଂ ତୁମର ଭାଷା ଲଦିବାକୁ ଚେଷ୍ଟା କରଟ୍ଟ ଆମେ ଏହିପରି ବିରୋଧ କରିବୁ?’
ଉଲ୍ଲେଖଯୋଗ୍ୟ, ପ୍ରକାଶ ରାଜ କନ୍ନଡ ଫିଲ୍ମର ସୁପରଷ୍ଟାର ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1678261114.jpg)