Advertisment

ବନ୍ଧା ହେଲେ ରକୁଲ ପ୍ରୀତ ସିଂହଙ୍କ ଭାଇ

ନିକଟରେ ତେଲଙ୍ଗାନା ନାର୍କୋଟିକ୍ସ ନିରୋଧ ବିଭାଗ ହାଇଦ୍ରାବାଦରୁ ୨.୬ କେଜିର କୋକେନ ଜବତ କରିଥିଲା।

Rakul Preet Singh

Rakul Preet Singh

Advertisment

ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କ ଭାଇ ଅମନ ଓ ଆଉ ୪ ଜଣଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଛି। ଗୋଟିଏ ଡ୍ରଗ୍ସ ମାମଲାରେ ଏମାନଙ୍କର ସଂପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ୍‌ ଏପରି ପଦକ୍ଷେପ ଗ୍ରହଣ କରିଛି।

Advertisment

ନିକଟରେ ତେଲଙ୍ଗାନା ନାର୍କୋଟିକ୍ସ ନିରୋଧ ବିଭାଗ ହାଇଦ୍ରାବାଦରୁ ୨.୬ କେଜିର କୋକେନ ଜବତ କରିଥିଲା। ଏତେ ପରିମାଣର କୋକେନ ହାଇଦ୍ରାବାଦକୁ ବିକ୍ରି ପାଇଁ ଅଣାଯାଇଥିବା ଧରାପଡ଼ିଥିବା ଅଭିଯୁକ୍ତମାନେ କହିଥିଲେ। ସେମାନେ ଏହାକୁ ୩୦ ଜଣଙ୍କୁ ବିକ୍ରି କରିବାକୁ ଆଣିଥିଲେ। ସେହି ୩୦ ଜଣଙ୍କ ମଧ୍ୟରେ ଅମନ ପ୍ରୀତ ସିଂହଙ୍କ ନାଁ ରହିଥିଲା।

ସୋମବାର ଏହି ଡ୍ରଗ୍ସ ମାମଲା ସମ୍ପର୍କରେ ପୁଲିସ୍‌ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି। ନିଶାଦ୍ରବ୍ୟ କାରବାର ଓ ସେବନ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ଅମନ ରହିଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।

Advertisment

ଅମନ କାହା ସହ ଯୋଗାଯୋଗରେ ରହିଥିଲେ, ସେକଥା ତଦନ୍ତ ପରେ ଜଣାପଡ଼ିବ। ସେ କେବେ ଠାରୁ ଡ୍ରଗ୍ସ ପେଡେଲରଙ୍କ ସହ ଯୋଗାଯୋଗରେ ରହିଛନ୍ତି, ସେକଥା ଜଣାପଡ଼ିନି। କାରଣ ଡ୍ରଗ୍ସ ପେଡେଲର ଗ୍ୟାଙ୍ଗରେ କିଛି ଭାରତୀୟଙ୍କ ସମେତ ନାଇଜେରିଆ ନାଗରିକ ଅଛନ୍ତି।

ସେମାନଙ୍କ ମଧ୍ୟରୁ କିଛି ଅଭ୍ୟାସଗତ ଅପରାଧୀ। କିନ୍ତୁ ଆମକୁ ଯାହା ଲାଗୁଛି ଅମନ ବର୍ଷେରୁ ଦେଢ଼ ବର୍ଷ ହେଲା ସେମାନଙ୍କ ଯୋଗାଯୋଗରେ ରହିଥିଲେ। ସେ କୋକେନ ସେବନ କରୁଥିବା ସ୍ପଷ୍ଟ ହୋଇଛି ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ରକୁଲ ପ୍ରୀତଙ୍କୁ ପୂର୍ବରୁ ଇଡି ଡ୍ରଗ୍ସ କେସ୍‌ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଜେରା କରିଥିଲେ। ତେଣୁ ତାଙ୍କ ସମ୍ପର୍କରେ ହାଇଦ୍ରାବାଦ ପୁଲିସ୍‌କୁ ପ୍ରଶ୍ନ କରାଯାଇଥିଲା। ତେବେ ପୁଲିସ୍‌ କହିଛି ଯେ ଏହି କେସ୍‌ ସହ ରକୁଲଙ୍କ କୌଣସି ଲିଙ୍କ ନାହିଁ। ଆମେ ତାଙ୍କ ଉପରେ କୌଣସି ପ୍ରକାରର ତଦନ୍ତ କରୁନାହୁଁ। ଅଯଥା ତାଙ୍କ ନାଁକୁ ମାମଲା ଭିତରକୁ ନ ଅଣାଯାଉ।

Rakul Preet Singh Bollywood Drug Case Drugs Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe