ଆଜି ଅଭିନେତା ରାଣା ଦଗ୍ଗୁବାତୀଙ୍କ ବାହାଘର

ନୂଆଦିଲ୍ଲୀ: ଆଜି ବାହା ହେବେ ଅଭିନେତା ରାଣା ଦଗ୍ଗୁବାତୀ। ତାଙ୍କ ଭାବି ପତ୍ନୀଙ୍କ ନାଁ ମିହିକା ବଜାଜ୍। ବାହାଘର ପୂର୍ବରୁ ସେମାନଙ୍କ ହଳଦୀ ସେରେମନିର ଭିଡିଓ ଓ ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏଥିରେ ରାଣା ଓ ମିହିକା ବେଶ୍‌ ଖୁସି ଦେଖାଯାଉଛନ୍ତି। ଭିଡିଓରେ ମିହିକା ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ଫୁଲ ଓ କଉଡ଼ିକୁ ଗହଣା ଭାବେ ପିନ୍ଧିଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଟ୍ରାଡିସ୍‌ନାଲ୍‌ ଲୁକ୍‌ (ଧଳ ଧୋତି ଓ ଶର୍ଟ)ରେ ବେଶ୍‌ ହ୍ୟାଣ୍ଡସମ୍‌ ଲାଗୁଛନ୍ତି। ହଳଦୀ ସେରିମନିର ଫଟୋକୁ ରାଣା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଫଟୋ କ୍ୟାପସନ୍‌ରେ ରାଣା ଲେଖିଛନ୍ତି, ‘ଖୁସିରେ ଜୀବନ ଆଗକୁ ଗଡ଼ିଚାଲିଛି। ଧନ୍ୟବାଦ।’

ଆଜି ଦୁହିଁଙ୍କ ବିବାହ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିବାହ ସହ ଜଡ଼ିତ କିଛି ଫଟୋ ସୋଶାଲ୍‌ ମିଡିଆରେ ଆସିବା ମାତ୍ରେ ରାଣା  ଦଗ୍ଗୁବାତୀ ପ୍ରଶଂସକମାନେ ସେଗୁଡ଼ିକୁ ଶେଆର କରୁଥିବା ଦେଖିବାକୁ ମିଳିଛି।

ରାଣା ଜଣେ ଲୋକପ୍ରିୟ ଅଭିନେତା ହୋଇଥିବା ବେଳେ ତାଙ୍କ ଧର୍ମପତ୍ନୀ ମିହିକା ଜଣେ ସଫଳ ବ୍ୟବସାୟୀ।

View this post on Instagram

And life moves fwd in smiles 🙂 Thank you ❤️

A post shared by Rana Daggubati (@ranadaggubati) on

ମିହିକାଙ୍କର ଗୋଟେ କମ୍ପାନୀ ଅଛି ଯାହାର ନାଁ ହେଉଛି, ଡିଉ ଡ୍ରପ୍‌ ଡିଜାଇନ୍‌ ଷ୍ଟୁଡିଓ। ମିହିକା ଇଣ୍ଟେରିୟର ଡିଜାଇନ୍‌ କରିବା ସହ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ମଧ୍ୟ କରନ୍ତି।

ସୂଚନାଯୋଗ୍ୟ, ‘ଲିଡର୍‌’, ‘ଦମ୍‌ ମାରୋ ଦମ୍‌’, ‘ଡିପାର୍ଟମେଣ୍ଟ’, ‘ବେବି’, ‘ୟେ ଜୱାନୀ ହୈ ଦିୱାନୀ’ ଭଳି ହିନ୍ଦୀ ଫିଲ୍ମରେ କାମ କରିଛନ୍ତି ରାଣା ଦଗ୍ଗୁବାତୀ। ସେହିପରି ଅନେକ ତେଲୁଗୁ ଓ ତାମିଲ ଫିଲ୍ମରେ ବି ସେ ଅଭିନୟ କରିଛନ୍ତି। ତେବେ ଏଯାବତ  ‘ବାହୁବଲୀ’ ତାଙ୍କ କ୍ୟାରୟରର ଶ୍ରେଷ୍ଠ ଫିଲ୍ମ ବୋଲି କୁହାଯାଇପାରିବ।

 

 

ଆହୁରି ପଢ଼ନ୍ତୁ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍‌ପି ବାଲାସୁବ୍ରମଣ୍ୟମଙ୍କ ଅବସ୍ଥା ସଙ୍କଟାପନ୍ନ

ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ସମନ ପାଇବା ପରେ ଗୋଆ ଛାଡ଼ିଲେ ସାରା

‘ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ସର୍ବଦା ଅଭିନେତ୍ରୀଙ୍କ ଆଧିପତ୍ୟ ରହିଆସିଛି’

ଡ୍ରଗ୍ସ ଲିଙ୍କ୍‌: ଖାଲି ବଲିଉଡ୍ ନୁହେଁ, ଏନ୍‌ସିବି ରାଡାର୍‌ରେ ଅଛନ୍ତି ଟେଲି କଳାକାର

କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ; ପ୍ରଥମ ଥର ପାଇଁ ଖୋଲିଲେ ମୁହଁ

ପରଲୋକରେ ବଲିଉଡ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମାୟାନଗରୀର ଡ୍ରଗ୍ସ ଜାଲ: ବଲିଉଡ୍ ମସ୍ତାନୀଙ୍କୁ ହେଲା ସମନ୍

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ