କ'ଣ ପାଇଁ ଉଲଗ୍ନ ଫଟୋ ଛାଡ଼ିଲ ? ମୁମ୍ବାଇ ପୁଲିସକୁ ଜବାବ ଦେବେ ରଣବୀର

ମୁମ୍ବାଇ: ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଅଡ଼ୁଆରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ରଣବୀର ସିଂହଙ୍କୁ ସମନ କରିବ ମୁମ୍ବାଇ ପୁଲିସ। ଅଗଷ୍ଟ ୨୨ରେ ହାଜର ହେବେ ରଣବୀର । ମହିଳାମାନଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଏହି ନୋଟିସ୍‌  ହେବ।  ସୋଶାଲ ମିଡିଆରେ ରଣବୀରଙ୍କ ନ୍ୟୁଡ ଫଟୋ ଭାଇରାଲ ହୋଇଥିଲା । ଯେହେତୁ ସେ  ମୁମ୍ବାଇ ବାହାରେ ଅଛନ୍ତି ଚେମ୍ବୁର ପୁଲିସ ତାଙ୍କୁ ଅଗଷ୍ଟ ୧୬ରେ ଏକ ନୋଟିସ କରିବ। ଏ ପର୍ଯ୍ୟନ୍ତ ରଣବୀରଙ୍କୁ ସମନ […]

Ranveer Singh

Ranveer Singh

Tapas Behera
  • Published: Friday, 12 August 2022
  • Updated: 12 August 2022, 08:45 PM IST

Sports

Latest News

ମୁମ୍ବାଇ: ନ୍ୟୁଡ୍‌ ଫଟୋ ଶୁଟ୍‌ କରି ଅଡ଼ୁଆରେ ବଲିଉଡ୍‌ ଅଭିନେତା ରଣବୀର ସିଂହ। ରଣବୀର ସିଂହଙ୍କୁ ସମନ କରିବ ମୁମ୍ବାଇ ପୁଲିସ। ଅଗଷ୍ଟ ୨୨ରେ ହାଜର ହେବେ ରଣବୀର । ମହିଳାମାନଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ଏହି ନୋଟିସ୍‌  ହେବ।  ସୋଶାଲ ମିଡିଆରେ ରଣବୀରଙ୍କ ନ୍ୟୁଡ ଫଟୋ ଭାଇରାଲ ହୋଇଥିଲା । ଯେହେତୁ ସେ  ମୁମ୍ବାଇ ବାହାରେ ଅଛନ୍ତି ଚେମ୍ବୁର ପୁଲିସ ତାଙ୍କୁ ଅଗଷ୍ଟ ୧୬ରେ ଏକ ନୋଟିସ କରିବ। ଏ ପର୍ଯ୍ୟନ୍ତ ରଣବୀରଙ୍କୁ ସମନ କରାଯାଇ ନାହିଁ।

ସେ ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଅଗଷ୍ଟ ୨୨ରେ ପୁଲିସ ନିକଟରେ ହାଜର ହେବାକୁ ନୋଟିସ ପ୍ରଦାନ କରାଯିବ। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୫୦୯, ୨୯୨ଏବଂ ୨୯୪ ଏବଂ ଆଇଟି ଆକ୍ଟର ଧାରା ୬୭ ଏ ଅନୁଯାୟୀ ରଣବୀର ସିଂହଙ୍କୁ ବୁକ୍ କରାଯାଇଛି।  ଚେମ୍ବୁର ପୁଲିସ  ଷ୍ଟେସନରେ ଏକ ଏନଜିଓର ଜଣେ କର୍ମଚାରୀ ଏବଂ ଜଣେ ମହିଳା ଓକିଲ ଅଭିଯୋଗ କରିଥିଲେ। ଅଭିନେତା କର୍ମଚାରି ଏବଂ ଜଣେ ମହିଳା ଓକିଲଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଥିଲା।

ମହିଳାଙ୍କ ସ୍ୱାଭିମାନଙ୍କୁ  ଆଘାତ ଦେଇଛନ୍ତି ରଣବୀର । ତାଙ୍କ ଫଟୋଗ୍ରାଫ୍ ମାଧ୍ୟମରେ ସେ ମହିଳାମାନଙ୍କ ସ୍ୱାଭିମାନଙ୍କୁ ଅପମାନିତ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି ହୋଇଥିଲା । ଏକ ମ୍ୟାଗାଜିନ୍‌ରେ ରଣବୀରଙ୍କ ନ୍ୟୁଡ୍‌ ଫଟୋ ପ୍ରକାଶ ପାଇଥିଲା।  ସେ ଦେହରେ କିଛି ପିନ୍ଧି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos