Advertisment

୧୦ ଘଣ୍ଟା ବିଳମ୍ବ ହେଲା ବିମାନ, ରାଗିଗଲେ ରଣବୀର

ଇଣ୍ଡିଗୋ ଫ୍ଲାଇଟ୍‌ ତାଙ୍କୁ ମିଛ କହିଥିବାରୁ ସେ ଏୟାରଲାଇନ୍ସ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଧମକ ଦେଇଛନ୍ତି।

author-image
Madhupriya Mistry
Ranvir Shorey

Ranvir Shorey

ଦିଲ୍ଲୀରେ ଗତ କିଛି ଦିନ ହେଲା ଘନ କୁହୁଡ଼ି ଜାରି ରହିଛି। ଏଥିଯୋଗୁ ବମାନ ଚଳଚଳରେ ବାଧା ଉପୁଜୁଛି। ଫଳରେ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଏଥିରୁ ବଲିଉଡ ଅଭିନେତା ମଧ୍ୟ ବାଦ୍‌ ପଡିନାହାନ୍ତି। ନିକଟରେ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ୧୦ ଘଣ୍ଟା ବିଳମ୍ବରେ ଚଳାଚଳ କରିଥିବାକୁ ନେଇ ରାଗି ଯାଇଛନ୍ତି ଅଭିନେତା ରଣବୀର ଶୌରୀ। ଇଣ୍ଡିଗୋ ଫ୍ଲାଇଟ୍‌ ତାଙ୍କୁ ମିଛ କହିଥିବାରୁ ସେ ଏୟାରଲାଇନ୍ସ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଧମକ ଦେଇଛନ୍ତି।

Advertisment

ସେ ସୋଶାଲ ମିଡିଆ ପୋଷ୍ଟ ଜରିଆରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ତାଙ୍କ @IndiGo6E ଫ୍ଲାଇଟ୍‌ ମଧ୍ୟାହ୍ଣ ୨ଟାରେ ଥିଲା। ଏଥିଲାଗି ଦୁଇ ଘଣ୍ଟା ପୂର୍ବରୁ ୮ ଜଣଙ୍କ ସହ ସେ ଏୟାରପୋର୍ଟରେ ପହଞ୍ଚିଥିଲେ। ଚେକ୍ ଇନ୍‌ କରିବା ପରେ ତାଙ୍କୁ ଖରାପ ପାଣିପାଗ ଓ କୁହୁଡି ଯୋଗୁ ଫ୍ଲାଇଟ୍‌ ୩ ଘଣ୍ଟା ବିଳମ୍ବ ଥିବା କୁହାଯାଇଥିଲା। ତେବେ ଏୟାରପୋର୍ଟ ପହଞ୍ଚିବା ପୂର୍ବରୁ ଫ୍ଲାଇଟ୍‌ ବିଳମ୍ବ ହେବା ନେଇ କିଛି କୁହାଯାଇନଥିଲା ବୋଲି ରଣବୀର ଅଭିଯୋଗ କରିଛନ୍ତି।

ସେ ଅହୁରି କହିଛନ୍ତି, ତିନି ଘଣ୍ଟା ବିଳମ୍ବ ହେବା ପରେ ବିମାନଟି ୫ଟାରେ ଉଡାଣ ଭରିବାର ଥିଲା। କିନ୍ତୁ ୫ଟା ବେଳେ ପୁଣି ତିନି ଘଣ୍ଟା ବିଳମ୍ବ ହୋଇ ରାତି ୮ଟାରେ ଫ୍ଲାଇଟ୍‌ ଟେକ୍‌ ଅଫ୍‌ କରିବ ବୋଲ ଇଣ୍ଡିଗୋ ଏୟାରଲାଇନ୍ସ ସୂଚନା ଦେଇଥିଲା। ଏଭଳି ସ୍ଥିତିରେ ତାଙ୍କର ଜଣେ ବନ୍ଧୁ ଉକ୍ତ ବିମାନର ରୁଟ୍‌ ଚେକ୍ କରିଥିଲେ। ସେଥିରୁ ବିମାନଟିକୁ କୌଣସି କୁହୁଡି ସମସ୍ୟା ନଥିବା ଜଣାପଡିଥିଲା। ଏନେଇ ଇଣ୍ଡିଗୋ କର୍ମଚାରୀଙ୍କୁ ପଚାରିବାରୁ ସେ ଓ୍ୱେବ୍‌ସାଇଟ୍‌ ଅପ୍‌ଡେଟ୍‌ ହୋଇନଥିବା କହିଥିଲେ।

Advertisment

ଇଣ୍ଡିଗୋ କର୍ମଚାରୀମାନେ ବାରମ୍ବାର ମିଛ କହି ଅନ୍ଧାରରେ ରଖିଥିବା ନେଇ ରଣବୀର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଧାରିତ ସମୟ ଠାରୁ ଫ୍ଲାଇଟ୍‌ଟି ୧୦ ଘଣ୍ଟା ବିଳମ୍ବରେ ଉଡାଣ ଭରିଥିଲା। ବିମାନ ବନ୍ଦରରେ ୧୦ ଘଣ୍ଟା କିଭଳି କଟିଥିଲା, ସେହି ଭୟାବହତାକୁ ଶବ୍ଦରେ କହିବା ବେଶ୍‌ ମୁସକିଲ ବୋଲି ସେ କହିଛନ୍ତି। ଇଣ୍ଡିଗୋର ଏଭଳି ଆଚରଣ ପାଇଁ ଥାନାରେ ଅଭିଯୋଗ କରିବେ ବୋଲି ରଣବୀର ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଦୁଇ ଦିନ ହେଲା ଦିଲ୍ଲୀ ଓ ମୁମ୍ବାଇ ବିମାନ ବନ୍ଦରରେ ଘନ କୁହୁଡି ଦେଖିବାକୁ ମିଳୁଛି। ଏଥିପାଇଁ ଶହ ଶହ ବିମାନ ଉଡାଣ ବିଳମ୍ବ ହେବା ସହ ଟ୍ରେନ୍‌ ଚଳାଚଳ ବାତିଲ ମଧ୍ୟ କରାଯାଇଛି।

Bollywood News Indigo Airlines Ranvir Shorey