Advertisment

ଆଉ ନାହାନ୍ତି ବରିଷ୍ଠ ଅଭିନେତା ରିଓ କପାଡିଆ

୬୬ ବର୍ଷୀୟ ରିଓ କ୍ୟାନସରେ ପୀଡ଼ିତ ଥିଲେ। ଗତବର୍ଷ ଠାରୁ ତାଙ୍କର ଚିକିତ୍ସା ଚାଲିଥିଲା।

Rio Kapadia

Rio Kapadia

Advertisment

ସିନେମା ଜଗତର ଭେଟରାନ ଅଭିନେତା ରିଓ କପାଡିଆ ଆଉ ନାହାନ୍ତି। ଚକ ଦେ ଇଣ୍ଡିଆ, ହାପି ନ୍ୟୁ ୟର ଓ ମରଦାନୀ ଭଳି ସୁପର ହିଟ୍‌ ସିନେମାରେ ଅଭିନୟ କରିଥିବା ରିଓଙ୍କ ଆଜି ଦେହାନ୍ତି ହୋଇଛି। 

Advertisment

ତାଙ୍କ ବନ୍ଧୁ ଫୈଜଲ ମଲିକ ହିଁ ପ୍ରଥମେ ପୂରା ଦେଶକୁ ରିଓଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ୬୬ ବର୍ଷୀୟ ରିଓ କ୍ୟାନସରେ ପୀଡ଼ିତ ଥିଲେ। ଗତବର୍ଷ ଠାରୁ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତରମାନେ ତାଙ୍କୁ ଠିକ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ। କିନ୍ତୁ ଆଜି ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।

ଅନ୍ତିମ ଦର୍ଶନ ପାଇଁ ରିଓଙ୍କ ମରଶରୀରକୁ ତାଙ୍କ ବାସଭବନରେ ରଖାଯାଇଛି। ଆସନ୍ତାକାଲି ଗୋରେଗାଓଁରେ ଥିବା ଶିବ ଧାମ ଶ୍ମଶାନ ଭୂମିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ରିଓଙ୍କ ସହ ତାଙ୍କ ପତ୍ନୀ ମାରିଆ ପରାହ, ପୁଅ ଅମନ ଓ ବୀର ମୁମ୍ବାଇରେ ରହୁଥିଲେ। ଏବେ ସେମାନେ ଏକା ହୋଇ ଯାଇଛନ୍ତି।

Advertisment

୧୯୫୭ ମସିହା ଜୁନ ୮ରେ ଜନ୍ମ ଗ୍ରହଣ କରିଥିବା ରିଓ କପାଡିଆ ଏକାଧିକ ବଲିଉଡ ଫିଲ୍ମ ବ୍ୟତୀତ ୱେବ ସିରିଜରେ ମଧ୍ୟ ଅଭିନୟ କରିଥିଲେ। ନିକଟରେ ରିଲିଜ ହୋଇଥିବା ମେଡ ଇନ ହେଭେନ-୨ରେ ରିଓଙ୍କୁ ଦେଖିବାକୁ ମିଳିଥିଲା।

ସିନେମା ବ୍ୟତୀତ ଛୋଟ ପରଦା ଅର୍ଥାତ ଟିଭିରେ ପ୍ରସାରିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ସେ ନଜର ଆସିଥିଲେ। ସିଦ୍ଧାର୍ଥ ତିୱାରୀଙ୍କ ମହାଭାରତରେ ଗାନ୍ଧାରୀଙ୍କ ବାପା ଭୂମିକାରେ ରିଓ ଅଭିନୟ କରିଥିଲେ। ଆଜି ତାଙ୍କ ବିୟୋଗରେ ଅନେକ କଳାକାର ଓ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

Entertainment Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe