Advertisment

ହସ୍ପିଟାଲରେ ଭର୍ତ୍ତି ହେଲେ ସୈଫ ଅଲ୍ଲି ଖାନ୍‌

ଆଜି ସକାଳ ୮ଟାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Saif Ali Khan

Saif Ali Khan

Advertisment

ବଲିଉଡ ଅଭିନେତା ତଥା ପଟୌଦ ବଂଶର ନବାବ ସୈଫ ଅଲ୍ଲି ଖାନ୍‌ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳ ୮ଟାରେ ସେ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Advertisment

ସୂଚନା ମୁତାବକ, ସୈଫ୍‌ ଅଲ୍ଲି ଖାନ୍‌ଙ୍କ କାନ୍ଧ ଓ ଆଣ୍ଠୁ ଭାଙ୍ଗି ଯାଇଛି। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କ ଆଣ୍ଠୁର ସର୍ଜରୀ ହୋଇଛି। ତେବେ ସୈଫ୍‌ କିପରି ଆହତ ହୋଇଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କିଛି ସୂଚନା ମିଳିନାହିଁ। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ସୈଫ୍‌ଙ୍କ ସହ ହସ୍ପିଟାଲରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ସୈଫଙ୍କ ଆହତ ହେବା ଖର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।

ସୈଫ୍‌ ଅଲ୍ଲି ଖାନ୍‌ ବର୍ତ୍ତମାନ ସାଉଥ ଫିଲ୍ମ 'ଦେବାରା'ରେ କାମ କରୁଛନ୍ତି। ଏଥିରେ ସେ 'ବହିରା' ଭୂମିକାରେ ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ଜୁନିଅର ଏନ୍‌ଟିଆର୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମରେ ଜାହ୍ନବୀ କପୁର ମଧ୍ୟ ଅଭିନୟ କରୁଛନ୍ତି। ଫିଲ୍ମଟିରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଏହି ଫିଲ୍ମର ଶୁଟିଂ ସମୟରେ କୌଣସି ଦୁର୍ଘଟଣାରେ ସୈଫ ଆହତ ହୋଇଥିବା ତାଙ୍କ ଫ୍ୟାନ୍‌ମାନେ ଆଶଙ୍କା କରୁଛନ୍ତି। ତେବେ ତାଙ୍କ ଆହତ ହେବାର ପ୍ରକୃତ କାରଣ କିନ୍ତୁ ସାମ୍ନାକୁ ଆସି ନାହିଁ।

Advertisment
Saif Ali Khan Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe