Advertisment

ବର୍ଷିଆନ୍ ଅଭିନେତା ସମୀର ଖାଖର୍‌ଙ୍କ ପରଲୋକ

ଦୂରଦର୍ଶନର ସିରିଏଲ୍ ‘ନୁକ୍କଡ୍‌’ରେ ଖୋପ୍‌ଡୀ ଭୂମିକାରେ ଅଭିନୟ କରି ସମୀର ବେଶ୍ ଚର୍ଚ୍ଚା ସାଉଁଟି ଥିଲେ।

author-image
Madhupriya Mistry
Actor Sameer Khakhar

Actor Sameer Khakhar

ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର। ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଏନେଇ ସମୀରଙ୍କ ଭାଇ ଗଣେଶ ସୂଚନା ଦେଇଛନ୍ତି।

Advertisment

୮୦ ଦଶକର ଦୂରଦର୍ଶନର ସିରିଏଲ୍ ‘ନୁକ୍କଡ୍‌’ରେ ଖୋପ୍‌ଡୀ ଭୂମିକାରେ ଅଭିନୟ କରି ଅଭିନେତା ସମୀର ଖାଖର୍ ବେଶ୍ ସୁନାମ ଅର୍ଜନ କରିଥିଲେ। ବେଶ୍ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଗତକାଲି ସକାଳୁ ସେ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ମୁମ୍ବାଇ ବୋରିୱଲି ସ୍ଥିତ ଏମ୍‌ଏନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। 

ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ରଖାଯାଇଥିଲା। ଏହାପରେ ତାଙ୍କର ଏକାଧିକ ଅର୍ଗାନ ଫେଲ୍ ହୋଇଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଜି ଭୋର ୪.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା। ବୋରିବାଲିସ୍ଥି ବାଭାଇ ନାକା ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।

Advertisment

ସେପଟେ ଏହି ବର୍ଷିଆନ୍ ଅଭିନେତାଙ୍କ ଦେହାନ୍ତ ପରେ ବି-ଟାଉନରେ ଶୋକରଛାୟା ଖୋଳିଯାଇଛି।  ଅନେକ ସେଲେବ୍ରିଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। 

ଦୀର୍ଘ ୪ ଦଶନ୍ଧି ଧରି ସମୀର ଖାଖର୍ ମଞ୍ଚ, ଚଳଚ୍ଚିତ୍ର ଏବଂ ଟେଲିଭିଜନ୍‌ରେ ଅଭିନୟ କରିଥିଲେ। କିନ୍ତୁ, କିଛି ବର୍ଷ ହେବ ସେ ଆଉ ଅଭିନୟ କରୁ ନଥିଲେ। ଆମେରିକାରେ ବସବାସ କରିବା ପରେ ୧୯୯୬ରେ ସମୀର ଭାରତ ଫେରିଥିଲେ। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘ଜୟ ହୋ’ ଏବଂ ‘ସଞ୍ଜିବନୀ’ ନାମକ ‘ଟିଭି’ ଶୋ’ରେ ବି ସେ ଅଭିନୟ କରିଥିଲେ। ‘ସର୍କସ୍‌’, ‘ନୟା ନୁକ୍କଡ୍‌’, ‘ଶ୍ରୀମାନ୍ ଶ୍ରୀମତୀ’, ‘ମଣିରଞ୍ଜନ’ ଏବଂ ‘ଅଦାଲତ’ ଭଳି ଲୋକପ୍ରିୟ ଟିଭି ସିରିଏଲ୍‌ରେ ଅଭିନୟ କରି ସମୀର ବେଶ୍ ଚର୍ଚ୍ଚା ସାଉଁଟିଥିଲେ।

‘ଆମାଜନ୍ ପ୍ରାଇମ୍ ଭିଡିଓ’ର ‘ଫର୍ଜି’, ‘ଜି୫’ର ‘ସନ୍‌ଫ୍ଲାୱାର୍‌’ ଏବଂ ସୁଧୀର ମିଶ୍ରାଙ୍କ ‘ସିରିୟସ୍ ମେନ୍‌’। ଏହାଛଡ଼ା, ହିନ୍ଦୀ ଚଳଚ୍ଚିତ୍ର ‘ହସି ତୋ ଫସି’, ‘ପଟେଲ୍ କ‌ୋ ପଞ୍ଜାବୀ ସାଦି’, ‘ପୁଷ୍ପକ’, ‘ପରିନ୍ଦା’ ଏବଂ ‘ସାହେନ୍‌ଶାହ୍‌’ ଆଦିରେ ମଧ୍ୟ ସେ ଅଭିନୟ କରିଥିଲେ।

Bollywood News Bollywood Sameer Khakkar