Advertisment

ସତୀଶଙ୍କ ଶେଷ ଟ୍ୱିଟ୍‌, ମୃତ୍ୟୁ ପୂର୍ବରୁ ହସି ହସି ଶେଆର କରିଥିଲେ ଫଟୋ

ଏହି ହୋଲି ପର୍ବ ଥିଲା ସତୀଶଙ୍କ ଜୀବନର ଶେଷ ହୋଲି।

Satish Saushik last tweet

Satish Saushik last tweet

Advertisment

ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଆଉ ନାହାନ୍ତି। ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଛି। ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ସାମ୍ନାକୁ ଆସିଛି ସତୀଶଙ୍କ ଶେଷ ଟ୍ୱିଟ୍‌, ଯାହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ମୃତ୍ୟୁ ପୂର୍ବରୁ ହସି ହସି ଟ୍ୱିଟ୍‌ର ଓ ଫେସ୍‌ବୁକ୍‌ରେ ଫଟୋ ଶେଆର କରିଥିଲେ ସତୀଶ। ଆଉ ନିଜ ପ୍ରଶଂସକ ଓ ବନ୍ଧୁମାନଙ୍କୁ ଦେଇଥିଲେ ହୋଲି ଶୁଭେଚ୍ଛା। ଫଟୋରେ ସେ ଜଣାଶୁଣା ସଙ୍ଗୀତକାର ଜାଭେଦ ଅଖତର, ଫିଲ୍ମ ଅଭିନେତ୍ରୀ ମହିମା ଚୌଧୁରୀ, ଅଲି ଫେଜଲ ଓ ରୁଚା ଚଡ୍ଡାଙ୍କ ସହ ନଜର ଆସିଥିଲେ। 

ସେ ଗତକାଲି ମୁମ୍ବାଇର ଜୁହୁ ସ୍ଥିତ ଜାନକୀ କୁଟିରରେ ହୋଲି ଖେଳିଥିବା ନେଇ ସୂଚନା ଦେଇଥିଲେ। ସୋଶାଲ ମିଡିଆ ପୋଷ୍ଟ ଜରିଆରେ ସମସ୍ତଙ୍କୁ ସେ ଜଣାଇଥିଲେ ହୋଲି ଶୁଭେଚ୍ଛା। ଏଥିସହ ମନ ଖୋଲି ହୋଲି ଖେଳିଥିଲେ। ତେବେ ଏହି ହୋଲି ପର୍ବ ଥିଲା ସତୀଶଙ୍କ ଜୀବନର ଶେଷ ହୋଲି।

Advertisment

ସତୀଶ କୌଶିକଙ୍କ ଆଜି ସକାଳୁ ହୃଦ୍‌ଘାତ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ବଲିଉଡକୁ ଶକ୍ତ ଝଟ୍‌କା ଲାଗିଛି। ବି-ଟାଉନ ଅନେକ କଳାକାର ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

୧୯୫୬ ଏପ୍ରିଲ ୧୩ ତାରିଖରେ ହରିୟାଣାର ମହେନ୍ଦ୍ରଗଡରେ ଜନ୍ମ ଗ୍ରହଣ କରିଥିଲେ କମେଡିଆନ୍ ସତୀଶ କୌଶିକ। ସେ ୧୯୮୩ରେ ଆସିଥିବା ଫିଲ୍ମ ମାସୁମରୁ ନିଜ ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିଥିଲେ। ତେବେ ଫିଲ୍ମ ମିଷ୍ଟର ଇଣ୍ଡିଆରେ କ୍ୟାଲେଣ୍ଡର ଭୂମିକା ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ଏହାପରେ ସେ ଆଉ ପଛକୁ ବୁଲି ଦେଖିନଥିଲେ। ସେ ଲଗାତର ୧୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ୧୯୯୩ରେ ରୂପ କି ରାନୀ ଚୋରୋ କା ରାଜାରୁ ସତୀଶ ଫିଲ୍ମ ନିର୍ଦ୍ଦେଶନା ଦେବା ଦୁନିଆରେ ପାଦ ରଖିଥିଲେ। ପ୍ରାୟ ୧୦ରୁ ଅଧିକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି। 

Satish Kaushik Bollywood Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe