Advertisment

ନିଶା ଖାଉଥିବା ବେଳେ ଶ୍ରଦ୍ଧା କପୁରଙ୍କ ଭାଇକୁ ଉଠାଇ ନେଲା ପୁଲିସ

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୁଲିସ ଅଟକ ରଖିଛି। ରବିବାର ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଛି। ଗତକାଲି ବେଙ୍ଗାଲୁରର ଏମଜି ରୋଡ୍‌ରେ ଏକ ହୋଟେଲରେ ଚାଲୁଥିବା ପାର୍ଟି ଉପରେ ପୁଲିସ ରେଡ୍ କରିଥିଲା। ସେଠାରୁ ପୁଲିସ ସିଦ୍ଧାନ୍ତଙ୍କ ସମେତ ୬ ଜଣକୁ ଉଠାଇ ନେଇ ଅଟକ ରଖିଛି। ସେମାନେ ବ୍ୟବହାର କରିଥିବା ନିଶାକୁ ପରୀକ୍ଷା ପାଇଁ ପଠାଯାଇଛି। ସେମାନେ ଆଗରୁ ଏହି […]

ଅଦ୍ୟତନ ହୋଇଛି
ନିଶା ଖାଉଥିବା ବେଳେ ଶ୍ରଦ୍ଧା କପୁରଙ୍କ ଭାଇକୁ ଉଠାଇ ନେଲା ପୁଲିସ

sradha

Advertisment

ବେଙ୍ଗାଲୁରୁ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୁଲିସ ଅଟକ ରଖିଛି। ରବିବାର ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୁଲିସ ତାଙ୍କୁ ଅଟକ ରଖିଛି। ଗତକାଲି ବେଙ୍ଗାଲୁରର ଏମଜି ରୋଡ୍‌ରେ ଏକ ହୋଟେଲରେ ଚାଲୁଥିବା ପାର୍ଟି ଉପରେ ପୁଲିସ ରେଡ୍ କରିଥିଲା। ସେଠାରୁ ପୁଲିସ ସିଦ୍ଧାନ୍ତଙ୍କ ସମେତ ୬ ଜଣକୁ ଉଠାଇ ନେଇ ଅଟକ ରଖିଛି। ସେମାନେ ବ୍ୟବହାର କରିଥିବା ନିଶାକୁ ପରୀକ୍ଷା ପାଇଁ ପଠାଯାଇଛି। ସେମାନେ ଆଗରୁ ଏହି ବେଆଇନ ନିଶା ସେବନ କରି ଆସିଥିଲେ ନା ଗତକାଲି ପାର୍ଟିରେ ପ୍ରଥମେ ଏହାକୁ ସେବନ କରିଥିଲେ, ତାକୁ ନେଇ ଖୋଳତାଡ଼ ଚାଲିଛି।

Advertisment

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଜେରାର ସମ୍ମୁଖୀନ ହୋଇଥିବା ଅଭିନେତ୍ରୀଙ୍କ ମଧ୍ୟରେ ଶ୍ରଦ୍ଧା କପୁର ମଧ୍ୟ ଥିଲେ। ଡ୍ରଗ୍ସ ସେବନ ଓ କାରବାର ନେଇ ତାଙ୍କୁ ଜେରା କରାଯାଇଥିଲା। ସୁଶାନ୍ତଙ୍କ ଫାର୍ମ ହାଉସ୍‌ରେ ହୋଇଥିବା ଏକ ପାର୍ଟିରେ ଶ୍ରଦ୍ଧ କପୁର ସାମିଲ ହୋଇଥିଲେ। ସେଠାରେ ସମସ୍ତେ ଡ୍ରଗ୍ସ ଆଦି ସେବନ କରିଥିବା ନେଇ ଜଣାପଡ଼ିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe