Advertisment

ଅଭିନେତା ଶ୍ରେୟସ୍ ତଲପଡେଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି

ହୃଦଘାତର ଶିକାର ହେଲେ ବଲିଉଡର ଜଣାଶୁଣା ଅଭିନେତା ଶ୍ରେୟସ୍ ତଲପଡେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Shreyas Talpade

Shreyas Talpade

Advertisment

ହୃଦଘାତର ଶିକାର ହେଲେ ବଲିଉଡର ଜଣାଶୁଣା ଅଭିନେତା ଶ୍ରେୟସ୍ ତଲପଡେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେ ସୁସ୍ଥ ଥିବା ଜଣାଯାଇଛି।

Advertisment

୪୭ ବର୍ଷୀୟ ଅଭିନେତା ଶ୍ରେୟସ୍ ତଲପଡେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘ୱେଲକମ୍ ଟୁ ଜଙ୍ଗଲ’ର ସୁଟିଂ କରୁଥିଲେ। ସେଠାରେ ସେ ସ୍ୱାଭାବିକ ଥିବା ବେଳେ ସହ ଅଭିନେତାଙ୍କ ସହ ମଜାମସ୍ତି ବି କରିଥିଲେ। ମାତ୍ର ସୁଟିଂ ସରିବା ପରେ ପରେ ହଠାତ୍‌ ତଲପଡେଙ୍କୁ ହୃଦଘାତ ହୋଇଥିଲା। ଏହାପରେ ସେ ଅଚାନକ୍ ତଳେ ବେହୋସ୍ ହୋଇ ପଡିଯାଇଥିଲେ।

ସଙ୍ଗେ ସଙ୍ଗେ ତାଙ୍କୁ ଅନ୍ଧେରୀ ୱେଷ୍ଟର ବେଲଭ୍ୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

Advertisment
Hearth Attack Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe