Advertisment

ସାଇନାଙ୍କୁ କ୍ଷମା ମାଗିଲେ ସିଦ୍ଧାର୍ଥ

ମୁମ୍ବାଇ: ଚାରିଆଡୁ ସମାଲୋଚନା ଆଉ ଟାର୍ଗେଟ ପରେ ଶେଷରେ ମୁଣ୍ଡ ନୁଆଁଇଲେ ସାଉଥ ସୁପରଷ୍ଟାର ସିଦ୍ଧାର୍ଥ। ମହଙ୍ଗା ପଡିଲା ତାଙ୍କୁ ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟର ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିବା। କଡା ବିରୋଧ ପରେ ଅଭିନେତା ସିଦ୍ଧାର୍ଥ ତାଙ୍କୁ କ୍ଷମା ମାଗିଛନ୍ତି। ମଙ୍ଗଳବାର ରାତିରେ ସେ ଟ୍ୱିଟରରେ ଏକ  ପୋଷ୍ଟ ଶେଆର କରି ସାଇନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ନିକଟରେ ସାଇନା ଟ୍ୱିଟ୍‌ କରିଥବା ଏକ ପୋଷ୍ଟରେ ସିଦ୍ଧାର୍ଥ ପ୍ରତିକ୍ରିୟା ଦେଇଥିଲେ। ଏଥିରେ ସେ […]

ଅଦ୍ୟତନ ହୋଇଛି
ସାଇନାଙ୍କୁ କ୍ଷମା ମାଗିଲେ ସିଦ୍ଧାର୍ଥ

Sidharth and saina

Advertisment

ମୁମ୍ବାଇ: ଚାରିଆଡୁ ସମାଲୋଚନା ଆଉ ଟାର୍ଗେଟ ପରେ ଶେଷରେ ମୁଣ୍ଡ ନୁଆଁଇଲେ ସାଉଥ ସୁପରଷ୍ଟାର ସିଦ୍ଧାର୍ଥ। ମହଙ୍ଗା ପଡିଲା ତାଙ୍କୁ ଇଣ୍ଟରନ୍ୟାସନାଲ ବ୍ୟାଡମିଣ୍ଟର ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିବା। କଡା ବିରୋଧ ପରେ ଅଭିନେତା ସିଦ୍ଧାର୍ଥ ତାଙ୍କୁ କ୍ଷମା ମାଗିଛନ୍ତି। ମଙ୍ଗଳବାର ରାତିରେ ସେ ଟ୍ୱିଟରରେ ଏକ  ପୋଷ୍ଟ ଶେଆର କରି ସାଇନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

Advertisment

ନିକଟରେ ସାଇନା ଟ୍ୱିଟ୍‌ କରିଥବା ଏକ ପୋଷ୍ଟରେ ସିଦ୍ଧାର୍ଥ ପ୍ରତିକ୍ରିୟା ଦେଇଥିଲେ। ଏଥିରେ ସେ ସାଇନାଙ୍କ ପ୍ରତି ଡୁଆଲ୍‌ ମିନିଂ ତଥା ଆପତ୍ତିଜନକ କଥା ଲେଖିଥିଲେ। ଏହାକୁ ନେଇ ଚାରିଆଡୁ ତାଙ୍କୁ ବିରୋଧ କରାଯାଇଥିଲା। ଏପରିକି ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମହିଳା ଆୟୋଗ ମହାରାଷ୍ଟ୍ର ପୁଲିସକୁ ନିର୍ଦ୍ଦେଶ ଦେଇଥିଲା।

ଏହି ଘଟଣା ଉପରେ ସାଇନା ନେହୱାଲଙ୍କ ବାପା ବି ନିଜର ଅସନ୍ତୁଷ୍ଟି ଜାହିର କରିଥିଲେ। ସାଇନା ବି ସିଦ୍ଧାର୍ଥଙ୍କ ଟୁଇଟ୍‌ ଉପରେ ଆପତ୍ତି ଉଠାଇ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ସିଦ୍ଧାର୍ଥଙ୍କୁ ସୋଶାଲ ମିଡିଆରେ ଜୋରଦାର ସମାଲୋଚନା କରାଯାଉଥିଲା। ଏମିତି କି ତାଙ୍କ ଟ୍ୱିଟ୍ ଆକାଉଣ୍ଟ ବନ୍ଦ କରିବାକୁ ଦାବି ମଧ୍ୟ ଉଠିଥିଲା। ଏବେ ମାମଲା ବଢୁଥିବା ଦେଖି ସିଦ୍ଧାର୍ଥ ସାଇନାଙ୍କୁ କ୍ଷମା ମାଗିଛନ୍ତି  ଏବଂ ତାଙ୍କୁ ପ୍ରଶଂସା ବି କରିଛନ୍ତି।

Advertisment

ସିଦ୍ଧାର୍ଥ ନିଜ ଟ୍ୱିଟ୍ରେ ଲେଖିଛନ୍ତି, 'ଡିଅର୍‌ ସାଇନା, ମୁଁ ଆପଣଙ୍କୁ ମୋର ଥଟ୍ଟା ପାଇଁ କ୍ଷମା ମାଗିବାକୁ ଚାହୁଁଛି। ଯାହା ମୁଁ ନିକଟରେ ଆପଣଙ୍କ ଗୋଟିଏ ଟ୍ୱିଟକୁ ନେଇ କହିଥିଲି। ମୁଁ ଆପଣଙ୍କର ଅନେକ କଥା ଉପରେ ଅସହମତ ହୋଇପାରେ।  କିନ୍ତୁ ଆପଣଙ୍କ ଟ୍ୱିଟରେ ଖରାପ ଶବ୍ଦ ବ୍ୟବହାର କରିବା ଉଚିତ୍‌ ନଥିଲା । କିନ୍ତୁ ମୁଁ ଏସବୁ ଥଟ୍ଟାରେ କହିଥିଲି,  ଯାହା ମୋତେ କହିବାର ନଥିଲା। ଆପଣଙ୍କୁ କଷ୍ଟ ଦେବା ମୋ ଉଦ୍ଦେଶ୍ୟ ନଥିଲା। ମୁଁ ମହିଳାଙ୍କୁ ଖୁବ୍‌ ସମ୍ମାନ କରେ। ଶେଷ ଧାଡିରେ ଅଭିନେତା ସାଇନାଙ୍କୁ ପ୍ରଶଂସା କରି ଲେଖିଛନ୍ତି- ‘’ଆପଣ ସବୁବେଳେ ମୋର ଚାମ୍ପିଅନ୍ ରହିବେ।'

https://twitter.com/Actor_Siddharth/status/1480962679032324097?s=20

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe