Advertisment

ଆଇଟି ଜାଲରେ ଫସିଲେ ସୋନୁ ସୁଦ୍‌, ଫାଙ୍କିଛନ୍ତି ୨୦ କୋଟି

ମୁମ୍ବାଇ: ରିଲ୍‌ରୁ ରିଅଲ୍‌ ହିରୋ ସାଜିଥିବା ସୋନୁ ସୁଦ ଶେଷରେ ଫସିଲେ। ଆୟକର ରାଡାର୍‌ରେ ସୋନୁ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଲଗାତର ତିନି ଦିନ ହେବ ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି। କେନ୍ଦ୍ରୀୟ ଟିକସ ବୋର୍ଡ(ସିବିଡିଟି) କହିଛି ଯେ, ଅଭିନେତା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀଙ୍କ […]

ଅଦ୍ୟତନ ହୋଇଛି
ବେରୋଜଗାରଙ୍କ ସହାୟତା ପାଇଁ ସୋନୁଙ୍କ ‘ସୋନୁଇଜମ୍’ ଆପ୍

sonu-soud

Advertisment

ମୁମ୍ବାଇ: ରିଲ୍‌ରୁ ରିଅଲ୍‌ ହିରୋ ସାଜିଥିବା ସୋନୁ ସୁଦ ଶେଷରେ ଫସିଲେ। ଆୟକର ରାଡାର୍‌ରେ ସୋନୁ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ଲଗାତର ତିନି ଦିନ ହେବ ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି। କେନ୍ଦ୍ରୀୟ ଟିକସ ବୋର୍ଡ(ସିବିଡିଟି) କହିଛି ଯେ, ଅଭିନେତା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀଙ୍କ ଘରେ ସର୍ଚ୍ଚ ପରେ ଟିକସ ଫାଙ୍କିବା ସହ ଜଡିତ କିଛି ପ୍ରମାଣ ପତ୍ର ମିଳିଛି। ଅଭିନେତା ଅନେକ ଫେକ୍‌ ସଂସ୍ଥାଗୁଡିକ ଠାରୁ ନକଲି ଏବଂ ଅସୁରକ୍ଷିତ ଋଣ ରୂପେ ଅନେକ ଟଙ୍କା ଜମା କରିଥିଲେ । ଏନେଇ ଯାଂଚ ଚାଲିଛି ବୋଲି ସିବିଡିଟି କହିଛି।

ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଅନୁଦାନ ଆଇନ୍‌ ଫରେନ୍‌ କଣ୍ଟ୍ରିବ୍ୟୁସନ୍‌ ରେଗୁଲେସନ୍‌ ଆକ୍ଟ୍‌  ଉଲ୍ଲଂଘନ କରିଛନ୍ତି ସୋନୁ ସୁଦ୍‌। ଲାଭରହିତ ସଂସ୍ଥାନ ‘ସୁଦ୍‌ ଚ୍ୟାରିଟି ଫାଉଣ୍ଡେସନ୍’ ମଧ୍ୟ ଗୋଟାଏ ‘କ୍ରାଉଡ୍‌ଫଣ୍ଡିଙ୍ଗ୍‌ ପ୍ଲାଟ୍‌ଫର୍ମ’ ଜରିଆରେ ବିଦେଶୀ ଋଣଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗାଡ଼ କରିଛି।

Advertisment

ଏହାସହ ସୋନୁଙ୍କ ଠାରୁ ନଗଦ ୧.୮ କୋଟି ଟଙ୍କା ଜବତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହାବାଦ୍ ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନ ୧୮.୯୪ କୋଟି ଟଙ୍କା ଡୋନେସନ ପାଇଛି । ଯେଉଁଥିରୁ ବିଭିନ୍ନ କାର୍ଯ୍ୟ ପାଇଁ ୧.୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବଳକା ୧୭ କୋଟି ଟଙ୍କା ଏଯାଏଁ ଆକାଉଣ୍ଟରେ ରହିଛି । ସେହିଭଳି ଲକ୍ଷ୍ନୌର ଏକ ଇନଫ୍ରାଷ୍ଟ୍ରକଚର ଗ୍ରୁପ୍ ଯିଏ ସୋନୁ ସୁଦଙ୍କ ସହ ଯୋଡି ହୋଇ ରହିଛି ସେଠାରେ ତଲାସୀ ପରେ ୬୫ କୋଟି ଟଙ୍କାର ନେଣଦେଣରେ ଆୟକର ହେରଫେର ହୋଇଥିବା କୁହାଯାଉଛି । ୟପୁର ସ୍ଥିତ ଏକ ଇନ୍‌ଫ୍ରା ଫାର୍ମ ସହ ୧୭୫ କୋଟି ଟଙ୍କାର ସର୍କୁଲାର ନେଣଦେଣ କରାଯାଇଥିବା ଆୟକର ଦାବି କରିଛି।

ସିବିଡିଟିର କହିଛି, ମୁମ୍ବାଇରେ ଅଭିନେତାଙ୍କ ବିଭିନ୍ନ ପରିସର ଏବଂ ଭିତ୍ତିଭୂମି ବିକାଶରେ ନୟୋଜିତ ଲକ୍ଷ୍ନୌ ସ୍ଥିତ ଶିଳ୍ପ ସଂସ୍ଥା ଉପରେ ଚଢ଼ାଉ ହୋଇଥିଲା। ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ, ଗୁରୁଗ୍ରାମ ସମେତ ୨୮ଟି ସ୍ଥାନରେ ଲଗାତର ତିନି ଦିନ ଯାଏଁ ଚଢ଼ାଉ କରାଯାଇଥିଲା। ଏହାପରେ ସେ ଟ୍ୟାକ୍ସ ଫାଙ୍କି ଥିବା ନେଇ ଜଣାପଡିଛି।

ସେପଟେ ରେଡ୍‌ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପକ୍ଷରୁ ଏହି ମମଲାରେ ଟୁଇଟ୍‌ ମଧ୍ୟ କରାଯାଇଥିଲା। ସେ ଟ୍ୱିଟ୍‌ରେ କହିଥିଲେ, 'ସତ୍ୟର ରାସ୍ତାରେ ଅନେକ ଅସୁବିଧା ଆସିବ, କିନ୍ତୁ ଶେଷରେ ସତ୍ୟର ହିଁ ବିଜୟ ହେବ। ସୋନୁ ସୁଦଙ୍କ ସହ ଭାରତର ଲକ୍ଷ ଲକ୍ଷ ପରିବାର ଠିଆ ହୋଇଛନ୍ତି, ଯେଉଁମାନଙ୍କୁ ସେ ତାଙ୍କ ଅସୁବିଧାରେ ସାହାଯ୍ୟ କରିଥିଲେ।'

ସୂଚନା ମୁତାବକ, ୪୮ ବର୍ଷୀୟ ସୋନୁ ସୁଦ, କରୋନା ମହାମାରୀ ସମୟରେ ଲୋକଙ୍କୁ ସହାୟତା କରି ଢ଼େର ପ୍ରଶଂସା ସାଉଁଟିଛନ୍ତି। ନିକଟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ। ଏହା ସହିତ ସେ ଦେଶର ଦିଲ୍ଲୀ ସରକାରଙ୍କ ମେଣ୍ଟର ପ୍ରୋଗ୍ରାମର ବ୍ରାଣ୍ଡ ଆମ୍ବାସାଡର ମଧ୍ୟ ହୋଇଥିଲେ।

Sonu Sood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe