Advertisment

ଆଉଟ୍‌ସାଇଡର୍‌ଙ୍କ ପାଇଁ ସୋନୁଙ୍କ ଟିପ୍ସ

ମୁମ୍ୱାଇ: ମହାମାରୀ କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍‌ ବଲିଉଡ୍‌ରେ ଚାଲିଥିବା ଇନ୍‌ସାଇଡର୍‌ ଓ ଆଉଟ୍‌ସାଇଡର୍‌ ତଥା ନୋପୋଟିଜିମ୍‌କୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ଏକ ଇଣ୍ଟରଭ୍ୟୁରେ ସୋନୁ କହିଛନ୍ତି, ଇଣ୍ଡଷ୍ଟ୍ରୀରେ ଷ୍ଟାର୍‌ କିଡ୍‌ସ‌ଙ୍କୁ ଅନ୍ୟମାନଙ୍କ ତୁଳନାରେ ସବୁକିଛି ସହଜରେ ମିଳିଯାଇଥାଏ। ତେବେ ଯେତେବେଳେ ଜଣେ ଆଉଟ୍‌ସାଇଡର୍‌ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସେ ଓ ବହୁତ ଭଲ କାମ କରେ ସେତେବେଳେ ସେ ସମସ୍ତଙ୍କୁ ଗର୍ବିତ କରିବା ସହିତ […]

author-image
Puspanjali Panda
ଅଦ୍ୟତନ ହୋଇଛି
କାହିଁକି ଫସିଲେ ସୋନୁ ? ସିଧା ନକହି ପରୋକ୍ଷରେ ରାଜ୍ କହିଲେ

sonusood

ମୁମ୍ୱାଇ: ମହାମାରୀ କରୋନା ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍‌ ବଲିଉଡ୍‌ରେ ଚାଲିଥିବା ଇନ୍‌ସାଇଡର୍‌ ଓ ଆଉଟ୍‌ସାଇଡର୍‌ ତଥା ନୋପୋଟିଜିମ୍‌କୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।

Advertisment

ଏକ ଇଣ୍ଟରଭ୍ୟୁରେ ସୋନୁ କହିଛନ୍ତି, ଇଣ୍ଡଷ୍ଟ୍ରୀରେ ଷ୍ଟାର୍‌ କିଡ୍‌ସ‌ଙ୍କୁ ଅନ୍ୟମାନଙ୍କ ତୁଳନାରେ ସବୁକିଛି ସହଜରେ ମିଳିଯାଇଥାଏ। ତେବେ ଯେତେବେଳେ ଜଣେ ଆଉଟ୍‌ସାଇଡର୍‌ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆସେ ଓ ବହୁତ ଭଲ କାମ କରେ ସେତେବେଳେ ସେ ସମସ୍ତଙ୍କୁ ଗର୍ବିତ କରିବା ସହିତ ସମସ୍ତ ନ୍ୟୁକମରଙ୍କ ପାଇଁ ଉଦାହରଣ ପାଲଟିଯାଏ। କିନ୍ତୁ ସୁଶାନ୍ତଙ୍କ ଘଟଣା ଶୁଣିବା ପରେ ଆମ ସମସ୍ତଙ୍କୁ ଆଘାତ ଲାଗିଛି। ଅନେକ କଳାକାର ମୁମ୍ୱାଇକୁ କାମ କରିବା ପାଇଁ ଆସନ୍ତି, ହେଲେ ସମସ୍ତଙ୍କୁ ବଡ଼ ବ୍ରେକ୍‌ ମିଳି ନଥାଏ। ଏଠାରେ ଜଣଙ୍କୁ ଆଗକୁ ଯିବାକୁ ନଦେବା ବା ଦବାଇ ରଖିବା ପୂରା ସତ କଥା। ଜଣେ ଆଉଟ୍‌ସାଇଡର୍‌ ସବୁଦିନ ପାଇଁ ଆଉଟ୍‌ସାଇଡର୍‌ ହିଁ ରହିଥାଏ।

publive-image

ସେ କହିଛନ୍ତି, ଯେତେବେଳେ ମୁଁ ମୁମ୍ୱାଇକୁ ଆସିଥିଲି ସେତେବେଳେ ମୋ ପାଖରେ ମେକାନିକାଲ୍‌ ଇଞ୍ଜିନିୟରିଂର ଡିଗ୍ରୀ ଥିଲା। ମୋତେ ଲାଗୁଥିଲା କିଛି ଅଲଗା କରିବା ପାଇଁ ବ୍ରେକ୍‌ ମିଳିବ। ହେଲେ ସେମିତି କିଛି ହେଲା ନାହିଁ। କୌଣସି ଅଫିସରେ ମୋତେ ପୂରାଇ ଦିଆଯାଉ ନଥିଲା। ପ୍ରଥମ ୬ ରୁ ୮ ମାସ ମୁଁ ଅନୁଭବ କରିଥିଲି ଯେ ଏହି ଯାତ୍ରା ବହୁତ କଠିନ ହେବାକୁ ଯାଉଛି। ଯେଉଁ କଳାକାର ସଲମାନ୍ ଖାନ୍‌ଙ୍କଠାରୁ ଆରମ୍ଭ କରି ଜ୍ୟାକି ଚାନ୍‌ଙ୍କ ସହିତ ଅଭିନୟ କରିଥିଲେ, ସେମାନଙ୍କୁ ମଧ୍ୟ ଆଉଟ୍‌ସାଇଡ୍‌ର ନାମ ଦିଆଯାଇଥିଲା।

Advertisment

ସୋନୁ କହିଛନ୍ତି, ଇଣ୍ଡଷ୍ଟ୍ରୀକୁ ଆସୁଥିବା ଆଉଟ୍‌ସାଇଡର୍‌ଙ୍କୁ ମୁଁ କେବଳ ଏତିକି କହିବି ଯେ ଯଦି ତୁମ ଶରୀରରେ ଷ୍ଟିଲ୍‌ର ଶିରାପ୍ରଶିରା ଅଛି, ତେବେ ହିଁ ଏଠାକୁ ଆସ। ଏଠାକୁ ଆସିଲେ ଯେ ତୁମ ସହିତ କୌଣସି ଚମତ୍କାର ହେବ, ସେମିତି ଆଶା ଆଦୌ ରଖ ନାହିଁ। ଯଦି ତୁମେ ଦେଖିବାକୁ ଭଲ କିମ୍ୱା ତୁମର ଭଲ ଶରୀର ଅଛି, ଏହାର ଅର୍ଥ ନୁହେଁ କୌଣସି ପ୍ରଡକ୍ସନ୍ ହାଉସ୍‌ ତୁମକୁ ଡାକିବ ଓ ଫିଲ୍ମରେ କାମ ଦେବ। ଜଣେ ଷ୍ଟାର୍‌ କିଡ୍‌ସ ପାଇଁ ସବୁକିଛି ସହଜ ହୋଇଥାଏ। ସେମାନଙ୍କ ବାପା କେବଳ ଫୋନ୍‌ ଉଠାଇ ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ସହିତ କଥା ହୋଇଗଲେ ସେମାନଙ୍କୁ ବ୍ରେକ୍‌ ମିଳିଯାଇଥାଏ।