ଚାଲିଗଲେ ଭେଟରାନ ଅଭିନେତା ସୁନୀଲ ଶେଣ୍ଡେ

ମୁମ୍ବାଇ: ଭେଟରାନ ଅଭିନେତା ସୁନୀଲ ସୁନୀଲ ଶେଣ୍ଡେ ଆଉ ନାହାନ୍ତି। ସରକସ ଓ ଶାନ୍ତି ଭଳି ଲୋକପ୍ରିୟ ସିରିଏଲ ଏବଂ ସର୍ଫୋରଶ ଭଳି ହିଟ୍‌ ଫିଲ୍ମ ପାଇଁ ଜଣାଶୁଣା ସୁନୀଲ ଶେଣ୍ଡେ ଆଜି ମୁମ୍ବାଇରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ମୁମ୍ବାଇ ସ୍ଥିତି ଭିଲେ ପାରେଲ ସ୍ଥିତ ବାସଭବନରେ ଥିବା ବେଳେ ସୁନୀଲ ଶେଣ୍ଡେଙ୍କ ଦେହାନ୍ତ ରାତି ପ୍ରାୟ ୧ଟା ବେଳେ ହୋଇଥିବା ଫିଲ୍ମ ଓ ମ୍ୟୁଜିକ କ୍ରିଟିକ୍ସ ପବନ […]

sunil-shende

sunil-shende

Hemant Lenka
  • Published: Monday, 14 November 2022
  • Updated: 14 November 2022, 09:27 PM IST

Sports

Latest News

ମୁମ୍ବାଇ: ଭେଟରାନ ଅଭିନେତା ସୁନୀଲ ସୁନୀଲ ଶେଣ୍ଡେ ଆଉ ନାହାନ୍ତି। ସରକସ ଓ ଶାନ୍ତି ଭଳି ଲୋକପ୍ରିୟ ସିରିଏଲ ଏବଂ ସର୍ଫୋରଶ ଭଳି ହିଟ୍‌ ଫିଲ୍ମ ପାଇଁ ଜଣାଶୁଣା ସୁନୀଲ ଶେଣ୍ଡେ ଆଜି ମୁମ୍ବାଇରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା।

ମୁମ୍ବାଇ ସ୍ଥିତି ଭିଲେ ପାରେଲ ସ୍ଥିତ ବାସଭବନରେ ଥିବା ବେଳେ ସୁନୀଲ ଶେଣ୍ଡେଙ୍କ ଦେହାନ୍ତ ରାତି ପ୍ରାୟ ୧ଟା ବେଳେ ହୋଇଥିବା ଫିଲ୍ମ ଓ ମ୍ୟୁଜିକ କ୍ରିଟିକ୍ସ ପବନ ଝା ସୂଚନା ଦେଇଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏ କୁହଯାଇନି।

ସେ କହିଛନ୍ତି, ସୁନୀଲଙ୍କ ଦେହାନ୍ତ ରାତି ୧ଟାରେ ହେବା ପରେ ସକାଳେ ପରିବାର ଓ ସମ୍ପର୍କୀୟମାନେ ବାସଭବନରେ ପହଞ୍ଚିଥିଲେ। ଏହାପରେ ମଧ୍ୟାହ୍ନ ସମୟରେ ପରଶିୱାଡାରେ ଥିବା ଥିବା ହିନ୍ଦୁ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସିନେମା ଜଗତ ସହ ପ୍ରାୟ ୩୦ ବର୍ଷ ଧରି ରହିଥିବା ସୁନୀଲ ଶେଣ୍ଡେ ଗନ୍ଦି, ଖଳନାୟକ, ଘାଏଲ, ଜିଦି, ମଗନ ଓ ବରୁଦ୍ଧ ଭଳି ସିନେମାରେ ପାର୍ଶ୍ୱ ଅଭିନେତା ଭାବେ କାମ କରିଥିଲେ।

ଆମୀର ଖାନଙ୍କ ସର୍ଫୋରଶରେ ସେ ଡେପୁଟି କମିଶନର ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିତି ପାରିଥିଲେ। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ତଥା ଅଜୟ ଦେବଗାନ ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ ଜମୀନରେ ସେ ଜଣେ ରାଜନେତା ଭୂମିକାରେ ଅଭିନୟ କରିଥିଲେ।


ଏହାବାଦ ବାସ୍ତବ ଓ ଗାନ୍ଧି ସିନେମାରେ ତାଙ୍କୁ ବଳିଷ୍ଠ ଚରିତ୍ରରେ ଦେଖିବାକୁ ମିଳିଥିଲା। ମରାଠୀ ଫିଲ୍ମ ଆଈ, ଜମଲା ହୋ ଜମଲା ସିନେମାରେ ସେ ଅଭିନୟ କରିଛନ୍ତି। ୧୯୮୯ରେ ଶାହରୁଖ ଖାନଙ୍କ ଅଭିନୀତ ସରକସ ଓ ଶାନ୍ତି ସିରିଏଲର ପ୍ରମୁଖ ଭୂମିକାରେ ସୁନୀଲ ଶେଣ୍ଡେ ରହିଥିଲେ। ଶାନ୍ତି ସିରିଏଲ ମନ୍ଦିରା ବେଦୀଙ୍କୁ ଷ୍ଟାରଡ୍ରମର ପରିଚୟ ଦେଇଥିଲା।

ଆଜି ସୁନୀଲ ସେଣ୍ଡେଙ୍କ ବିୟୋଗରେ ଅନେକ ଲୋକ ଗଭୀର ଶୋକପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos