Advertisment

ତମନ୍ନା ଭାଟିଆଙ୍କୁ ମହାରାଷ୍ଟ୍ର ସାଇବର ସେଲର ସମନ

ମହାଦେବ ବେଟିଂ ଆପର ସହାୟକ ଆପକୁ ପ୍ରମୋସନ କରୁଥିବା ଅଭିଯୋଗରେ ସମନ ପଠାଯାଇଛି...

author-image
Debibandita Barick
ଅଦ୍ୟତନ ହୋଇଛି
Tamannaah Bhatia

Tamannaah Bhatia

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ। ମହାଦେବ ସାଇବର ସେଲ୍ ତାଙ୍କୁ ସମନ ପଠାଇଛି। ମହାଦେବ ବେଟିଂ ଆପ୍ ସହ ଜଡିତ ଏକ ସହାୟକ ଆପର ପ୍ରମୋସନ କରିଥିବା ଅଭିଯୋଗରେ ସାଇବର ସେଲ୍ ତାଙ୍କୁ ସମନ ପଠାଇଛି। 

Advertisment

ରିପୋର୍ଟ ଅନୁସାରେ, ମହାଦେବ ଅନଲାଇନ ଗେମିଂ ଏବଂ ବେଟିଂ ଆପର ଏକ ସହାୟକ ଆପର ପ୍ରମୋସନ କରୁଥିଲେ ତମନ୍ନା ଭାଟିଆ। ଏହି ଆପ୍ ଜରିଆରେ ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ତମ୍ମନା ଲୋକଙ୍କୁ ପ୍ରୋତ୍ସାହିତ କରିଥିବା ମହାରାଷ୍ଟ୍ର ସାଇବର ସେଲ୍ ଅଭିଯୋଗ କରିଛି।

ବ୍ରଡକାଷ୍ଟରଙ୍କ ଅଭିଯୋଗ ଅନୁଯାୟୀ, କେତେକ ଆଇପିଏଲ୍ ମ୍ୟାଚ୍ ମଧ୍ୟ ଆପରେ ବେଆଇନ ଭାବରେ ଷ୍ଟ୍ରିମ୍ ହୋଇଥିଲା। ତମନ୍ନାଙ୍କୁ ଆସନ୍ତା ସପ୍ତାହ ମଧ୍ୟରେ ସାଇବର ସେଲ୍ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମହାରାଷ୍ଟ୍ର ସାଇବର ସେଲ୍ ଏହି ମାମଲାରେ ଗାୟକ ବାଦଶାହ, ଅଭିନେତା ସଞ୍ଜୟ ଦତ୍ତ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ମ୍ୟାନେଜରଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିସାରିଛି।

Tamannaah Bhatia Summoned Tamannaah Bhatia Mahadev App Maharashtra Cyber Cell