Advertisment

CAAକୁ ସାଉଥ ଷ୍ଟାର୍‌ ବିଜୟଙ୍କ ବିରୋଧ

ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ ବୋଲି କହିଛନ୍ତି ଥଲପତି ବିଜୟ।

author-image
Madhupriya Mistry
Vijay

Vijay

ଠିକ୍ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହୋଇଛି ନାଗରିକତା ସଂଶୋଧନ ବିଲ୍‌ ତଥା ସିଏଏ। ଗତକାଲି କେନ୍ଦ୍ର ସରକାର ଏହାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏରେ ବ୍ୟବସ୍ଥିତ ହୋଇଥିବା ଆଇନ ସାର୍ବଜନୀନ କରାଯାଇଛି। ତେବେ ନିର୍ବାଚନରେ ଭୋଟ ହାତେଇବା ପାଇଁ ସରକାର ଏଭଳି କାମ କରିଛନ୍ତି। ଏହା ଆମେ ନୁହେଁ ସମସ୍ତ ବିରୋଧୀ ଦଳ କହୁଛନ୍ତି। ସମସ୍ତ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି। ଏବେ ଏହି ତାଲିକାରେ ସାଉଥର ସୁପରଷ୍ଟାର ଥଲପତି ବିଜୟ ମଧ୍ୟ ସାମିଲ ହୋଇଛନ୍ତି। ସେ ସିଏଏକୁ ବିରୋଧ କରିବା ସହ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍‌କୁ ବେକାର୍‌ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି ସିଏଏକୁ ଲାଗୁ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି।

ସେ ଟ୍ୱିଟ୍‌ କରି କହିଛନ୍ତି, 'ଦେଶରେ ସିଏଏ ଲାଗୁ କରିବା ସ୍ୱୀକାର୍ଯ୍ୟ ନୁହେଁ। ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯ ଏବଂ ଦେଶରେ ଏପରି କୌଣସି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ, କାରଣ ଦେଶରେ ପୂର୍ବରୁ ଭାଇଚାରା ଅଛି। ତେବେ ଏପରି ଅଦରକାରୀ ଆଇନର ଆବଶ୍ୟକତା କ’ଣ?' କୌଣସି ମୂଲ୍ୟରେ ଏହାକୁ କାର୍ଯ୍ୟକାରୀ ନ କରିବାକୁ ଅଭିନେତା ତାଙ୍କ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Advertisment

ବିଜୟଙ୍କ ବ୍ୟତୀତ ଅନ୍ୟ ବିରୋଧୀଦଳ ନେତାମାନେ ମଧ୍ୟ ନାଗରିକତ୍ୱ (ସଂଶୋଧନ) ଆଇନର ନିୟମକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ସମାଜକୁ ଭାଗ କରିବାକୁ ଚେଷ୍ଟା ଏବଂ ପରିସ୍ଥିତି ବିଗାଡିବାକୁ ଚେଷ୍ଟା କରୁଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Tamilnadu CAA Thalapathy Vijay